News

ରସୁଲଗଡ ଛକରେ ବନ୍ଧୁକ ଦେଖାଇ ଆତଙ୍କ ଖେଳାଇଲେ ନକଲି ସାମ୍ବାଦିକ

Untitled 1

ବିଚ୍ ରାସ୍ତାରେ ଦାଦାଗିରି। ସାମାନ୍ୟ ଯୁକ୍ତି ତର୍କ ପାଇଁ ବନ୍ଧୁକ ଦେଖାଇଲେ ଯୁବକ । ରାଜଧାନୀ ଭୁବନେଶ୍ୱରରେ ଦିନ ଦ୍ୱିପ୍ରହରରେ ଘଟିଛି ଏପରି କିଛି ଘଟଣା। ବନ୍ଧୁକ ଦେଖାଇଥିବା ଯୁବକ ଜଣକ ହେଉଛନ୍ତି ଅରବିନ୍ଦ ମିତ୍ର। ଯୁବକ ଜଣଙ୍କ ବନ୍ଧୁକ ଦେଖାଇ ଛକରେ କିଛି ସମୟ ପାଇଁ ଆତଙ୍କ ଖେଳାଇଥିଲେ  । ତାପରେ ସମ୍ପୃକ୍ତ ଯୁବକଙ୍କୁ କାବୁ କରି ନିସ୍ତୁକ ଛେଚିଥିଲେ ସ୍ଥାନୀୟ ଲୋକେ । ତାପରେ ବନ୍ଧୁକ ସହ  ସେହି ଯୁବକଙ୍କୁ ପୋଲିସରେ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ  । ତେବେ ମାଡ ଖାଇବା ପରେ ଯୁବକ ଜଣଙ୍କ ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇଥିବା ଜଣାପଡିଛି ।

ସୂଚନା ଅନୁସାରେ ପ୍ରଦ୍ୟୁମ୍ନ କୁମାର ଶ୍ରୀଚନ୍ଦନ ରାୟ  ନାମକ ଜଣେ ବ୍ୟକ୍ତି ଆମ୍ବୁଲାନ୍ସ ପାଇଁ ବାଟ ଦେଖାଉଥିବା ବେଳେ ଭୁଲବଶତଃ ଗାଡ଼ିକୁ ରାସ୍ତାରେ ପାର୍କ କରିଦେଇଥିଲେ । ଆଉ ଏଥିପାଇଁ ଅଭିଯୁକ୍ତ ଯୁବକ ପ୍ରଦ୍ୟୁମ୍ନଙ୍କ ସହ ଯୁକ୍ତି ଆରମ୍ଭ କରିଦେଇଥିଲେ । ତୁରନ୍ତ ରାସ୍ତାରୁ ଗାଡ଼ି କାଢ଼ିବା ପାଇଁ ବନ୍ଧୁକ ଦେଖାଇ ଧମକାଇଥିଲେ । ଏପରି ଘଟଣା ଦେଖି ଦେଖଣାହାରୀ ଘଟଣାସ୍ଥଳରେ ଘଡ଼ିଏ ଅଟକି ଯାଇଥିଲେ । ତେବେ ରୁଣ୍ଡ ହୋଇଥିବା ଲୋକଙ୍କ ମୁଣ୍ଡରେ ମଧ୍ୟ ବନ୍ଧୁକ ରଖି ଆତଙ୍କିତ କରବାକୁ ଚେଷ୍ଟା କରିଥିଲେ ନକଲି ସାମ୍ବାଦିକ ।

ପଢନ୍ତୁ: ଏବେ ଟିକଟକ୍ ସହ ଜଡିତ ହେବେ ପୋଲିସ୍

Related posts

ଯୋଡା ମୁଣ୍ଡ ଶିଶୁ ଜଗା-ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର ଆରମ୍ଭ ହେଇଛି

ENO Beuro

ଚନ୍ଦ୍ରରେ ଥିବା ବିଶାଳ ଗର୍ତ୍ତର ଫଟୋ ପଠାଇଲା ଚନ୍ଦ୍ରଯାନ୍ -୨

Ratnamani Moharana

ଜାନୁୟାରୀରେ ଚିଲିକା ମୁହାଣରେ ଅନୁଷ୍ଠିତ ହେବ ଜାତୀୟ ପକ୍ଷୀ ଉତ୍ସବ

ENO Beuro