News

ଓଡ଼ିଶାର ଉମରକୋଟ ବଜାରରେ ବିକ୍ରି ହେଉଛି ନକଲି କ୍ଷୀର

Milk 750x430

ଆଜିକାଲି ବଜାରରେ ମିଳୁଥିବା ଅର୍ଦ୍ଧାଧିକ ଦ୍ରବ୍ୟରେ ଅପମିଶ୍ରଣ  ହେଉଛି । ହେଲେ ସବୁଠାରୁ ଚିନ୍ତାର ବିଷୟ, ଅପମିଶ୍ରିତ ଦ୍ରବ୍ୟକୁ ସହଜରେ ଚିହ୍ନିବା କଷ୍ଟକର ହେଉଛି । କଥାରେ ଅଛି କ୍ଷୀର ସ୍ୱାସ୍ଥ୍ୟ ପାଇଁ ଅମୃତ ସମାନ । ରୋଗପ୍ରତିଷେଧକ ଶକ୍ତି ବୃଦ୍ଧି କରିବା ପାଇଁ ପିଉଥିବା କ୍ଷୀର ଯଦି ଅପମିଶ୍ରିତ ହୁଏ, ତେବେ ଲୋକେ କରିବେ କ’ଣ ? ନବରଙ୍ଗପୁର ଜିଲ୍ଲାର ଉମରକୋଟରେ ଅପମିଶ୍ରିତ କ୍ଷୀର ବିକ୍ରି ହେଉଥିବା ଖବର ଆସିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି ।

 

ଉମରକୋଟରେ ସୀତାରାମ କଲାର  ନାମକ ଜଣେ ଲୋକ ଦୁଇ ଲିଟର କ୍ଷୀର କିଣିଥିଲେ । ଆଉ ତା’ପରେ ଘରକୁ ଯାଇ ପାଖାପାଖି ୪୫ ମିନିଟ୍ କ୍ଷୀରକୁ ଫୁଟାଇଥିଲେ । ହେଲେ କ୍ଷୀରରେ ସର ନପଡ଼ିବାରୁ ୪ଟି ଲେମ୍ବୁ ଚିପୁଡ଼ିଥିଲେ । ତଥାପି କ୍ଷୀର ଛିଣ୍ଡିନଥିଲା । ଅପମିଶ୍ରିତ କ୍ଷୀର ସନ୍ଦେହ କରି ଦୋକାନକୁ ଆଣି ସେ ଅଭିଯୋଗ କରିଥିଲେ । ଦୋକାନକୁ କ୍ଷୀର ଆଣିବା ପରେ ଆଉ ୪ଟି ଲେମ୍ବୁ ମଧ୍ୟ ଚିପୁଡ଼ିଥିଲେ । ତଥାପି କ୍ଷୀରରେ କିଛି ପରିବର୍ତ୍ତନ ହୋଇନଥିଲା ।ଅନ୍ୟପଟେ ନକଲି କ୍ଷୀର ବିକ୍ରି କଥାକୁ ଖଣ୍ଡନ କରିଛନ୍ତି ଦୋକାନୀ । ପ୍ରତିଦିନ ସଜ କ୍ଷୀର ହିଁ ବିକ୍ରି ହେଉଛି ବୋଲି ସେ ଯୁକ୍ତ ବାଢ଼ିଛନ୍ତି । ବିଭିନ୍ନ ଗ୍ରାମରୁ କ୍ଷୀର ଆସିବା ପରେ ବିକ୍ରି ହେଉଛି । ତେବେ କ୍ଷୀର ବିକ୍ରି କରିବାକୁ ଫୁଡ଼୍ ଲାଇସେନ୍ସ  ଅଛି କି ନାହିଁ ବୋଲି ପ୍ରଶ୍ନ କରିବାରୁ ସେ ହଡ଼ବଡ଼େଇ ଯାଇଥିଲେ । ଏ ବିଷୟରେ କିଛି ସ୍ପଷ୍ଟ ଉତ୍ତର ଦେଇନଥିଲେ । ଏଖବର ପ୍ରଘଟ ହେବାପରେ ତାତିଛନ୍ତି ସ୍ଥାନୀୟବାସୀ । ପ୍ରଶାସନ ଏଦିଗରେ ତୁରନ୍ତ ପଦକ୍ଷେପ ନେବା ସହ ନକଲି କ୍ଷୀର ବିକ୍ରେତାଙ୍କୁ ଅନୁମତି ନମିଳୁ ବୋଲି ଦାବି କରିଛନ୍ତି ।

ସୂଚନାଯୋଗ୍ୟ ୨ ବର୍ଷ ପର୍ଯ୍ୟନ୍ତ ଲଗାତାର ଅପମିଶ୍ରିତ କ୍ଷୀର ପିଇବା ଦ୍ୱାରା ଲୋକଙ୍କ ଅନ୍ତନଳୀ, ଲିଭର କିମ୍ବା କିଡନି ଖରାପ ହେବା ସହ ବିପଦଜନକ ରୋଗର ଶିକାର ହୋଇପାରନ୍ତି । ଅପମିଶ୍ରିତ କ୍ଷୀର ପିଇବା ଦ୍ୱାରା ହାତରେ ଝିମଝିମ୍ କିମ୍ବା ଗଣ୍ଠିରେ ଯନ୍ତ୍ରଣା ହେବା ଆରମ୍ଭ ହୁଏ । ୧୦ବର୍ଷ ଧରି ଏହି କ୍ଷୀର ପିଇଲେ, କ୍ୟାନସର ଭଳି ଗମ୍ଭୀର ରୋଗ ହେବାର ସମ୍ଭାବନା ଥାଏ । ବହୁ ପୂର୍ବରୁ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ  କରିଥିବା ଏକ ଅଧ୍ୟୟନରେ ଏହାର ଖୁଲାସା କରିସାରିଛନ୍ତି ।

ପଢନ୍ତୁ: +୩ର ଖାଲିପଡ଼ିଥିବା ସିଟ୍ ଲାଗି ଆଜିଠୁ ସ୍ପଟ ଆଡମିସନ

Related posts

ପାକ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ପ୍ରଶଂସାରେ ଶତମୁଖ ବିଜେପି ମନ୍ତ୍ରୀ

Ratnamani Moharana

ଅନୁଭବଙ୍କୁ ହତ୍ୟା ଧମକ ଦେଇ ଗୁଜୁରାଟରୁ ଗିରଫ ହେଲା କାଳିଆ ବାରିକ

Ratnamani Moharana

୧୬ରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି

ENO Beuro

Leave a Comment