News

ଓୟୁଏଟି ପ୍ରବେଶିକା ପରୀକ୍ଷା କେଳେଙ୍କାରୀ: ଟଙ୍କା ନେଇ ପରୀକ୍ଷା ଦେଉଛନ୍ତି ନକଲି ପରୀକ୍ଷାର୍ଥୀ

Cc

ଗତକାଲି ଓୟୁଏଟି  ଅଧିନସ୍ଥ ବିଭିନ୍ନ ମହାବିଦ୍ୟାଳୟରେ ସ୍ନାତକ ବିଭାଗରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେଉଥିଲା ବେଳେ ବିଭିନ୍ନ ସ୍ଥାନରୁ ଧରାପଡିଛନ୍ତି ନକଲି ପରୀକ୍ଷାର୍ଥୀ । ଏହି ଖବର ପ୍ରଚାର ହେବାପରେ ପ୍ରବେଶିକ ପରୀକ୍ଷାର ସ୍ବଚ୍ଛତା ନେଇ ପ୍ରଶ୍ନ ଉଠିଛି। ଏହାର ଚେର ରାଜ୍ୟ ବାହାରକୁ ଲମ୍ୱିଛି। ଗତକାଲି ଭୁବନେଶ୍ୱର କମିଶନରେଟ୍ ପୁଲିସ ଏହି ରାକେଟର ପର୍ଦ୍ଦାଫାଶ କରିଥିବା ବେଳେ ଘଟଣାରେ ଦୁଇ ନକଲି ପରୀକ୍ଷାର୍ଥୀଙ୍କ ସହ ୫ଜଣଙ୍କୁ ଗିରଫ କରିଛି। ଏହି ଆନ୍ତଃରାଜ୍ୟ ରାକେଟରେ ଏକାଧିକ ବ୍ୟକ୍ତିଙ୍କ ଲିଙ୍କ୍‌ ଥିବାରୁ ରାଜ୍ୟ ବାହାରକୁ ଯାଇ ତଦନ୍ତ କରାଯିବ ବୋଲି କମିଶନରେଟ ପୁଲିସ କହିଛି।

 

K
K

 

ରବିବାର ଅନୁଷ୍ଠିତ ଓୟୁଏଟି ପ୍ରବେଶିକା ପରୀକ୍ଷାରେ ଧରାପଡ଼ିଥିବା ନକଲି ପରୀକ୍ଷାର୍ଥୀ ଓ ଦଲାଲଙ୍କ ସଂପର୍କରେ େଖାଳତାଡ଼ ବେଳେ ଆଖି ଝଲସାଇ ଦେବା ଭଳି ତଥ୍ୟ ମିଳିଛି ପୁଲିସକୁ। ଏହି ଘଟଣାରେ ନକଲି ପରୀକ୍ଷାର୍ଥୀଙ୍କ ସମେତ ୩ ଦଲାଲଙ୍କୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି। ବଡ଼ଗଡ଼ ଥାନା ଅଧୀନରେ ଅଟକ ଥିବା ନାବାଳକକୁ ସୁଧାର ଗୃହକୁ ପଠାଯାଇଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି, ନକଲି ପରୀକ୍ଷାର୍ଥୀ ଜୟପୁର ନେସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଆୟୁର୍ବେଦର ପ୍ରଥମ ବର୍ଷର ଛାତ୍ର ଆଦର୍ଶ ଚୌଧୁରୀ, ତିନି ଦଲାଲ ପାତ୍ରପଡ଼ା କଲ୍ୟାଣୀ ଆପାର୍ଟମେଣ୍ଟରେ ରହୁଥିବା ଝାଡଖଣ୍ଡ ଧାନବାଦ୍‌ର ଅମିତ କୁମାର ସିଂହ, ଏନ୍‌ଏମ୍‌ଆଇଟିରେ ଚାକରି କରୁଥିବା ଗଞ୍ଜାମ କାମପଡ଼ାର ରଣଜିତ ବେଉରା ଓରଫ ପିଣ୍ଟୁ ଓ ବିହାର ଛାପ୍‌ରା ଗ୍ରାମର ଅମୀୟ ଭୂଷଣ। ସେମାନଙ୍କଠାରୁ ଆଡ୍‌ମିଟ୍‌ କାର୍ଡ, ମୂଳ ଛାତ୍ରଙ୍କ ଆଧାର କାର୍ଡ, ୫ଟି ମୋବାଇଲ ଜବତ କରାଯାଇଛି। ତେବେ ଏହି ନକଲି ପରୀକ୍ଷାର୍ଥୀ ଯେଉଁମାନଙ୍କ ପାଇଁ ପରୀକ୍ଷା ଦେଉଥିଲେ ସମ୍ପୃକ୍ତ ଛାତ୍ରଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି। କେବଳ ଓୟୁଏଟି ନୁହେଁ, ବିଭିନ୍ନ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହେବା ପାଇଁ ମେଧାବୀ ଛାତ୍ରଙ୍କୁ ଏଭଳି କାମରେ େସମାନେ ଲଗାଉଥିଲେ ଓ ପ୍ରତିବଦଳରେ ମୋଟା ଅଙ୍କର ଅର୍ଥ ରୋଜଗାର କରିବାରେ ଏମାନେ ସିଦ୍ଧ ହସ୍ତ।
ପଢନ୍ତୁ: ଫନିର ୧୯ ଦିନ ପରେ ଆଜି ଖୋଲୁଛି ନନ୍ଦନକାନନ

Related posts

ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ ହେଉ ହେଉ ମୁଲତବୀ ଘୋଷଣା କଲେ ବାଚସ୍ପତି

ENO Beuro

ମାଲକାନଗିରି : ଟିଭିରେ ବୋମା !

ENO Beuro

ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଠାରେ ମରଣ ମୁହଁରୁ ଅଳ୍ପକେ ବର୍ତ୍ତିଲା ଚଳନ୍ତା ବସ୍

ENO Beuro

Leave a Comment