EnewsOdia.Com

ମେଲାଣି ନେଲେ ମା’ : ଟ୍ୱିନସିଟିରେ ସାରା ରାତି ଚାଲିଲା ଭସାଣି

ଲୀଳାଖେଳା ସାରି ଧରାପୃଷ୍ଠରୁ ମେଲାଣି ନେଇଛନ୍ତି ମାଆ। ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ପର୍ବ ଭସାଣି ଯାତ୍ରାରେ ଆଜି ସହରବାସୀ ଅଶ୍ରୁଳ ବିଦାୟ ଦେଇଛନ୍ତି ମା’ ଦଶଭୂଜାଙ୍କୁ। ପୁଣି ଆସନ୍ତା ବର୍ଷରେ ମା’ଙ୍କ ଆଗମନର ଅପେକ୍ଷା ରଖି ସହରବାସୀ ଶୋଭାଯାତ୍ରାରେ ଯାଇ ମୃଣ୍ମୟ ମୂର୍ତ୍ତିକୁ ନଦୀରେ ବିସର୍ଜନ କରିଛନ୍ତି। କଟକ, ଭୁବନେଶ୍ବର ସମେତ ସାରା ରାଜ୍ୟରେ ମା’ଙ୍କୁ ବିଦାୟ ଦେଇଛନ୍ତି ଶ୍ରଦ୍ଧାଳୁ । ଭସାଣ ଶୋଭାଯାତ୍ରାରେ କମ୍ପୁଥିଲା ରାଜରାସ୍ତା । ନାଚ, ଗୀତରେ ଝୁମିଥିଲେ ଶ୍ରଦ୍ଧାଳୁ । କଟକ, ଭୁବନେଶ୍ବର, ପୁରୀ, ବ୍ରହ୍ମପୁର- ସବୁଠି ମା’ ବିଦାୟ ଲାଗି ହୋଇଥିଲା ଶୋଭାଯାତ୍ରା । ଭସାଣିରେ ପାରମ୍ପରିକ ନୃତ୍ୟ ଗୀତର ତାଳେତାଳେ ଝୁମିଥିଲେ ଶ୍ରଦ୍ଧାଳୁ ।

ଭସାଣି ଶୋଭାଯାତ୍ରା ପାଇଁ କମ୍ପିଥିଲା ଟ୍ବିନ୍  ସିଟି । ରାଜଧାନୀର ୪ଟି ସ୍ଥାନରେ ମେଢ ଗୁଡିକ ଏକାଠି ହେବା ପରେ ଭସାଣି ଶୋଭଯାତ୍ରା ହୋଇଥିଲା । ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପରେ ୨୦ରୁ ଅଧିକ, ସହିଦନଗରରେ ୨୫ରୁ ଅଧିକ, ଉତ୍ତର ଭୁବନେଶ୍ବର କ୍ଲବ୍ ଟାଉନ ପଡିଆରେ ୨୨ଟି ମେଢ ଏବଂ ପୁରୁଣା ଭୁବନେଶ୍ବରରେ ୨୦ରୁ ଅଧିକ ମେଢ ଭସାଣିରେ ସାମିଲ ହୋଇଥିଲେ ।

ପଢନ୍ତୁ: ରସାୟନ ବିଜ୍ଞାନ ପାଇଁ ୩ ଜଣଙ୍କୁ ମିଳିଲା ନୋବେଲ ପୁରସ୍କାର

ସମ୍ବନ୍ଧିତ ଖବର

ଝଡ଼ ବି ସୃଷ୍ଟି କରେ ଭୂମିକମ୍ପ, “Stormquakes” ର ଆବିଷ୍କାର କଲେ ସିସ୍ମୋଲୋଜିଷ୍ଟ

Ratnamani Maharana

ମୋ ସରକାର’ କାର୍ଯ୍ୟକ୍ରମ ସମୀକ୍ଷା କରୁଛନ୍ତି ସଚିବ ଭି.କେ ପାଣ୍ଡିଆନ

Ratnamani Maharana

ରାସ୍ତାରୁ ପ୍ଲାଷ୍ଟିକ ଆଣି ଦେଲେ ମିଳିବ ମାଗଣା ଖାଦ୍ୟ

Ratnamani Maharana

ବିଷାକ୍ତ କେମିକାଲରେ ତିଆର ହେଉଛି ‘ମଦ’, ଢ଼ୋକେ ପିଇଲେ ପାଞ୍ଚ ମିନିଟରେ ହେବ ମୃତ୍ୟୁ

Ratnamani Maharana

ବଜାରରେ ଏବେ ରସୁଣ ରାଜ୍

Ratnamani Maharana

ଇଚ୍ଛା ମୃତ୍ୟୁ ପାଇଁ ୨୪ବର୍ଷର ଯୁବତୀ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

Ratnamani Maharana