News

ରାଜସ୍ଥାନରେ ଧୂଳି ଝଡର ତାଣ୍ଡବ, ୨୭ ମୃତ !

ରାଜସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚିଛି।

ରାଜସ୍ଥାନରେ ପ୍ରବଳ ବର୍ଷା ଓ ଝଡ଼ ତୋଫାନରେ ୨୭ ଜଣ ପ୍ରାଣ ହରାଇଛନ୍ତି ଓ ଅନେକ ଆହତ ହୋଇଛନ୍ତି। କେତେକ ସ୍ଥାନରେ ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ପଡ଼ି ଗୃହପାଳିତ ପଶୁଙ୍କ ମୃତ୍ୟୁ ଘଟିଛି । ବର୍ଷା ଓ ଝଡ଼ ତୋଫାନରୁ ବହୁ ପରିମାଣର ଫସଲ ନଷ୍ଟ ହୋଇଛି । ଉତ୍ତରାଖଣ୍ଡ ଚମୋଲିଠାରେ ବାଦଲ ଫଟା ବର୍ଷାରୁ ପ୍ରବଳ ମାତ୍ରାରେ କ୍ଷତି ଘଟିଛି । ଏଥିରେ କାହାର ମୃତାହତ ହେବାର ସୂଚନା ମିଳିନାହିଁ।

ଆନ୍ଧ୍ରପ୍ରଦେଶରେ ମୁସଲଧାରା ବର୍ଷା ଓ କାଳବୈଶାଖୀ ଯୋଗୁଁ ୧୩ ଜଣଙ୍କ ଜୀବନ ଯାଇଛି ଓ ୫ ଜଣ ଗୁରୁତର ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି। ଏହା ବ୍ୟତୀତ ପଶ୍ଚିମବଙ୍ଗରେ ବଜ୍ରପାତ ଓ କାନ୍ଥ ଭୁଷୁଡ଼ିବାରୁ ୪ଜଣଙ୍କର ମୃତ୍ୟୁ ଘଟିଛି। ଏଠାରେ ୨ଜଣ ଆହତ ହୋଇଛନ୍ତି।

ଦିଲ୍ଲୀ ଓ ଏନସିଆରରେ ସମଗ୍ର ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ ତୁଫାନ ଓ ବର୍ଷା ହୋଇଥିଲା । ବହୁ ସମୟ ଧରି ଆକାଶରେ ଧୂଳି ଉଡୁଥିବା ପରିଲକ୍ଷିତ ହୋଇଥିଲା । ବାହାନଚାଲକଙ୍କୁ ଏହି ସମୟରେ ହଇରାଣ ହେବାକୁ ପଡ଼ିଥିଲା।ଅନ୍ୟପକ୍ଷରେ ଅଦିନିଆ ବର୍ଷା ଓ କାଳବୈଶାଖୀ ଝଡ଼ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି । ଅନେକ ସ୍ଥାନରେ ଫସଲ ନଷ୍ଟ ହୋଇଯାଇଛି । ବିଲରେ ଓ ଖଳାରେ ଥିବା ଖାଦ୍ୟଶସ୍ୟ ପାଣିରେ ଭିଜିଛି।

ପଢନ୍ତୁ; ପେଟଜନୀତ ସମସ୍ତ ସମସ୍ୟା ଦୂର କରିଥାଏ ମହୁ ଏବଂ ରସୁଣ! ଏହାକୁ ମିଶ୍ରଣ କରି ଖାଇଲେ କଣ ଲାଭ ମିଳିଥାଏ ଜାଣନ୍ତୁ

Related posts

ଆଜିଠୁ ଦେଶବ୍ୟାପୀ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ

ENO Beuro

୨୦ଟି ନୂଆ ଏମ୍ସ ପ୍ରତିଷ୍ଠା ପାଇଁ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ENO Beuro

ସାଲେପୁର ଦୁଷ୍କର୍ମ ମାମଲା : ଆଖି ବୁଜିଲେ ସାଲେପୁର ପୀଡ଼ିତା 

ENO Beuro

1 comment

Leave a Comment