EnewsOdia.Com

ଦୂତି ଚାନ୍ଦଙ୍କୁ ଭୋଗ୍ ସ୍ପୋଟର୍ସ ପର୍ସନ୍ ଅଫ୍ ଦି ଇୟର୍ ସମ୍ମାନ

ଓଡ଼ିଶାର ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କୁ ମିଳିଲା ଭୋଗ୍‌ ଇଣ୍ଡିଆ ପୁରସ୍କାର । ୨୦୧୯ ବର୍ଷ ପାଇଁ ତାଙ୍କୁ ଦେଶର ଶ୍ରେଷ୍ଠ କ୍ରୀଡ଼ାବିତ୍‌ ଭାବେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଗତକାଲି ଏକ ବର୍ଣ୍ଣଢ୍ୟ ଉତ୍ସବରେ ବଲିଉଡ୍‌ର ବହୁ ସେଲିବ୍ରିଟିଙ୍କ ମଧ୍ୟରେ ଦୂତୀଙ୍କୁ ମିଳିଛି ଏହି ମର୍ଯ୍ୟାଦାଜନକ ସମ୍ମାନ । ଆହୁରି ମଧ୍ୟ ଭୋଗ ଇଣ୍ଡିଆର କଭର ପେଜରେ ଦୂତୀଙ୍କ ଫଟୋ ଆସୁଛି ।

DUTEE-1

ଏହି ପତ୍ରିକାର ନଭେମ୍ବର ମାସ ସଂସ୍କରଣରେ ସ୍ପୋର୍ଟସ୍‌ ପରସନ ଅଫ ଦ ଇୟର ଭାବେ କଭର ପେଜରେ ଦୂତୀ ସ୍ଥାନ ପାଇଛନ୍ତି । ଗତକାଲି ଆୟୋଜିତ ହୋଇଥିବା ଏହି ପୁରସ୍କାର ଉତ୍ସବରେ ବଲିଉଡ୍‌ ନାୟିକା କାଟ୍ରିନା କୈଫ, ଅନୁଷ୍କା ଶର୍ମା, ନାୟକ ଆଲିଆ ଭଟ୍ଟ, ରଣବୀର ସିଂହ ପ୍ରମୁଖ ମଧ୍ୟ ପୁରସ୍କୃତ ହୋଇଥିଲେ ।

ଯାଜପୁର ଜିଲ୍ଲାର ଏକ ଅଖ୍ୟାତ ଗାଁ ଚକଗୋପାଳପୁରରେ ଜନ୍ମ ନେଇ ଦୂତୀ ଆଜି ରାଜ୍ୟ ସମେତ ଦେଶକୁ ସାରା ବିଶ୍ୱରେ ଗୌରବାନ୍ଵିତ କରିଛନ୍ତି । ସେ କେବଳ ଜଣେ ଆଥ୍‌ଲେଟ୍‌ ନୁହନ୍ତି କୋଟି କୋଟି ମହିଳାଙ୍କ ପାଇଁ ପ୍ରେରଣା । କାରଣ ଯେଉଁଭଳି ଦାରିଦ୍ର୍ୟ ପରିସ୍ଥିତି ଏବଂ ସଂଘର୍ଷ କରି ସେ ନିଜକୁ ଜଣେ ବିଶ୍ୱସ୍ତରୀୟ ଆଥ୍‌ଲେଟ୍‌ ଭାବେ ପ୍ରତିପାଦିତ କରିଛନ୍ତି ତାହା ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି ।

 

ନିକଟରେ ରାଞ୍ଚି ଠାରେ ଆୟୋଜିତ ଜାତୀୟ ଓପନ୍‌ ଆଥଲେଟିକ୍ସ ଚାମ୍ପିଅନ୍‌ସିପ୍‌ରେ ଓଡ଼ିଶାର ଏହି ଧାବିକା ୧୧.୨୨ ସେକେଣ୍ଡ ନେଇ ୧୦୦ ମିଟର ଦୌଡ଼ରେ ନୂଆ ଜାତୀୟ ରେକର୍ଡ଼ କରିଛନ୍ତି । ନିଜ ରେକର୍ଡ଼ ଭାଙ୍ଗି ଏହି ସଫଳତା ହାସଲ କରିଛନ୍ତି ଦୂତୀ । ଆଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବା ଏବଂ ପଦକ ଜିତିବା ହେଉଛି ଦୂତୀଙ୍କ ଲକ୍ଷ୍ୟ ।

DUTEE-4ଭୋଗ ଇଣ୍ଡିଆ ପକ୍ଷରୁ ଦୂତୀଙ୍କୁ ୨୦୧୯ ବର୍ଷ ପାଇଁ ଶ୍ରେଷ୍ଠ କ୍ରୀଡ଼ାବିତ୍‌ ପୁରସ୍କାର ପ୍ରଦାନ କରାଯିବା ପରେ ତାଙ୍କୁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଶୁଭେଚ୍ଛା ଜଣାଇଛନ୍ତି ।

ପଢନ୍ତୁ: କାହିଁକି ସେନାଙ୍କ ପାଇଁ ନିଷେଧ ହୋଇନଥାଏ ମଦ : ଜାଣନ୍ତୁ ଏହାର କାରଣ

ସମ୍ବନ୍ଧିତ ଖବର

ଡ୍ୱେନ୍ ବ୍ରାଭୋଙ୍କ ସହ ଟେବୁଲ୍ ଟେନିସ୍ ଖେଳିଲେ ଧୋନି

Ratnamani Maharana

ବିଶ୍ବକପ୍ ପୂର୍ବରୁ ରାଉରକେଲାକୁ ୬୦୦ କୋଟି

Ratnamani Maharana

ଶ୍ରୀଲଙ୍କାକୁ ହରାଇଲା ଭାରତ

Ratnamani Maharana

ଡୋପ ଟେଷ୍ଟରେ ଧରାପଡ଼ିଲେ କେ. ରବିକୁମାର

Ratnamani Maharana

ଭଙ୍ଗା ମୋବାଇଲରେ କୋହଲିଙ୍କ ପ୍ରତିମୂର୍ତ୍ତି ତିଆରି କଲେ ପ୍ରଶଂସକ

Ratnamani Maharana

ବାରବାଟୀ ଦିନିକିଆରେ ଆଖି ଝଲସାଇବ କ୍ଲକ୍‌ ଟାୱାର

Ratnamani Maharana