SPORTS

ପୁଣି ରୂପା ଜିତିଲେ ଦୂତି,୨୦୦ ମିଟରରେ ଦୂତିଙ୍କୁ ରୌପ୍ୟ ପଦକ

By Krishna Kumar Manoj

August 30, 2018

ଦେଶର ଶ୍ରେଷ୍ଠ ଧାବିକା ଦୂତୀ ଚାନ୍ଦ ଏସିଆଡ଼ରେ କମାଲ କରିଛନ୍ତି । ୧୦୦ ମିଟରରେ ରୌପ୍ୟ ପଦକ ହାସଲ କରିଥିବା ଦୂତୀ ୨୦୦ ମିଟରରେ ମଧ୍ୟ ରୌପ୍ୟ ପଦକ ହାସଲ କରିଛନ୍ତି । ୨୩.୨୦ ସେକେଣ୍ଡରେ ସେ ୨୦୦ ମିଟର ଅତିକ୍ରମ କରିଛନ୍ତି । ଦୂତୀଙ୍କ ଅପାର ସଫଳତା ସାରା ରାଜ୍ୟରେ ଖୁସିର ଲହରୀ ଖେଳାଇ ଦେଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ରାଜ୍ୟପାଳ ଗଣେଶୀ ଲାଲ, କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋଡ଼, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୂତି ଚାନ୍ଦଙ୍କୁ ବଧେଇ ଜଣାଇଛନ୍ତି। ଖାଲି ସେତିକି ନୁହେଁ ଦୂତିଙ୍କୁ ନେଇ ପୂରା ଓଡ଼ିଶା ଖୁସି ମନାଇଛି। ତାଙ୍କୁ ବଧେଇ ଜଣାଇଛି। ପୂର୍ବରୁ ୧୦୦ ମିଟର ରେସ୍‌ରେ ରୌପ୍ୟ ଜିଣିଥିବା ଦୂତି ଏଥର ବି କମାଲ କରିବେ ବୋଲି ଆଶା ରଖିଥିଲେ ଖେଳପ୍ରେମୀ। ଦୂତିଙ୍କ ଶୁଭ ମନାସି ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା ମଧ୍ୟ କରିଥିଲେ। ଆଉ ଦୂତି ମଧ୍ୟ ନିରାଶ କରିନଥିଲେ। ୧୦୦ ପରେ ୨୦୦ ମିଟର ରେସ୍‌ରେ ପଦକ ଜିଣି ଦେଶର ଚତୁର୍ଥ ଖେଳାଳି ହେବାର ମାନ୍ୟତା ହାସଲ କରିଛ୍ନତି। ପୂର୍ବରୁ ଲାଭି ପିଣ୍ଟୋ ୧୯୫୧ରେ ଆର ଗଣଶେଖରନ ୧୯୭୮ରେ ଏବଂ ପିଟି ଉଷା ୧୯୮୬ ପରେ ଦୂତି ଚାନ୍ଦ ଉଭୟରେ ପଦକ ଜିଣିଛନ୍ତି।

ପଢନ୍ତୁ;ଟିଭି ସାମ୍ବାଦିକାଙ୍କୁ ଗଳା କାଟି ହତ୍ୟା