News

ହାତ ଲେଖା ଚାଲାଣ ଯୁଗ ସରିଲା,ଏଣିକି ଇ-ଚାଲାଣ

challan

ପରିବହନ ମନ୍ତ୍ରୀ କହିଲେ ସ୍ବଚ୍ଛତା ଆସିବ

ବାରମ୍ବାର ନିୟମ ଭାଙ୍ଗିଲା,ଡବଲ ଜରିମାନା

ପରିବହନ ବ୍ୟବସ୍ଥାରେ ହାତ ଲେଖା ଚାଲାଣ ଯୁଗ ଶେଷ। ମୋଟର ଯାନ ଆଇନ ଉଲଂଘନକାରୀଙ୍କ ଠାରୁ ଏଣିକି ଡିଜିଟାଲ ସିଷ୍ଟମରେ ଫାଇନ, ଟ୍ୟାକ୍ସ ଆଦି ଆଦାୟ କରିବ ପରିବହନ ବିଭାଗ । ଗାଡ଼ି ମୋଟର ଯାଂଚ ସମୟରେ ରସିଦ୍‌ କାଟି ମାନୁଆଲ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇ ମୋବାଇଲ ଇ-ଚାଲାଣ ଡିଭାଇସ ମାଧ୍ୟମରେ ଏଣିକି ଫାଇନ୍‌ ଆଦାୟ ହେବ । ଫଳରେ ଆଉ ହାତଗୁଞ୍ଜା ଦେଇ ଖସିପାରିବେନି ଆଇନ ଉଲଂଘନକାରୀ ଗାଡ଼ି ଚାଳକ ।

challan

“ଏହି ବ୍ୟବସ୍ଥା ଦ୍ଵାରା ସଡ଼କ ଦୁର୍ଘଟଣାକୁ ରୋକା ଯାଇପାରିବ ଏବଂ ଦୁର୍ନୀତି ରୋକାଯାଇ ପାରିବ”, କହିଛନ୍ତି ମନ୍ତ୍ରୀ ନୃସିଂହ ଚରଣ ସାହୁ।

ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ମାଧ୍ୟମରେ ଘଟଣା ସ୍ଥଳରେ ଜରିମାନା ଆଦାୟ ହେବ। ଏହି ଡିଜିଟାଲ ମୋଡ୍‌ ମାଧ୍ୟମରେ କର, ଶୁକ୍ଳ ଓ ଜରିମାନା ପଇଠ କରାଯାଇ ପାରିବ।

ପଢନ୍ତୁ; ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ଅନୀଲ କୁମ୍ବଲେ

Related posts

ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ହେଲା ଝାରସୁଗୁଡ଼ା ବିମାନ ବନ୍ଦର

ENO Beuro

ଆମେରିକା ରଚିଲା ଇତିହାସ !ପ୍ରଥମ ଥର ପାଇଁ ମହାକାଶକୁ ଗଲା ବିଶ୍ୱର ସବୁଠୁ ଶକ୍ତିଶାଳୀ ରକେଟ୍‌ ସ୍ପେସ୍‌ ଏକ୍‌ସ୍‌ର ‘ଫାଲ୍‌କନ୍‌ ହେଭି’

ENO Beuro

Leave a Comment