Loading...

କାନ ଫୋଡ଼ିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ

କାନ ଫୋଡ଼ିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ

କାନ ଫୋଡ଼ିବା ଶହ ଶହ ବର୍ଷ ପୂର୍ବରୁ ପ୍ରଚଳିତ ହୋଇଆସୁଛି। ପୁରୁଣା କାଳରେ କେବଳ ମହିଳାମାନେ ନୁହନ୍ତି, ପୁରୁଷମାନେ ମଧ୍ୟ କାନ ଫୋଡ଼ାଇ କୁଣ୍ଡଳ ପିନ୍ଧୁଥିଲେ।

କାନ ଫୋଡ଼ିବା ଶହ ଶହ ବର୍ଷ ପୂର୍ବରୁ ପ୍ରଚଳିତ ହୋଇଆସୁଛି। ପୁରୁଣା କାଳରେ କେବଳ ମହିଳାମାନେ ନୁହନ୍ତି, ପୁରୁଷମାନେ ମଧ୍ୟ କାନ ଫୋଡ଼ାଇ କୁଣ୍ଡଳ ପିନ୍ଧୁଥିଲେ। ଏହି ପରମ୍ପରାକୁ ଆମ ସଂସ୍କୃତି ସହିତ ଯୋଡ଼ି ଦେଖାଯାଏ। ଯଦି ଆପଣ ଭାବୁଛନ୍ତି କି କେବଳ ଫ୍ୟାଶନ୍‌ ଓ ଭଲ ଦେଖାଯିବା ଲାଗି କାନ ଫୋଡ଼ା ଯାଇଥାଏ, ତାହା ଭୁଲ୍‌ ଧାରଣା। ଏହା ପଛରେ ଅନେକ ବୈଜ୍ଞାନିକ କାରଣ ମଧ୍ୟ ରହିଛି। କାନ ଫୋଡ଼ିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଚାଲନ୍ତୁ ଜାଣିବା କାନ ଫୋଡ଼ିବା ଦ୍ବାରା କ’ଣ ଲାଭ ମିଳିଥାଏ।

ହେଲ୍‌ଦି ମେନ୍‌ଷ୍ଟ୍ରୁଆଲ ସାଇକଲ

ଆୟୁର୍ବେଦ ଅନୁସାରେ କାନର ବାହାର ଅଂଶ ଗୁରୁତ୍ବପୂର୍ଣ୍ଣ ପଏଣ୍ଟ ଅଟେ। ଏହା ଏପରି ଏକ ଅଂଶ, ଯାହାକୁ ପ୍ରଜନନ ସମ୍ବନ୍ଧୀୟ ସ୍ବାସ୍ଥ୍ୟ ପାଇଁ ଗୁରୁତ୍ବପୂର୍ଣ୍ଣ ଭାବେ ଗ୍ରହଣ କରାଯାଏ। କେବଳ ସେତିକି ନୁହେଁ, କାନ ଫୋଡ଼ିବା ଦ୍ବାରା ମହିଳାଙ୍କ ମେନ୍‌ଷ୍ଟ୍ରୁଆଲ ସାଇକେଲ ଅର୍ଥାତ୍‌ ମାସିକ ଧର୍ମ ଠିକ୍ ଓ ହେଲ୍‌ଦି ହୋଇଥାଏ।

ମସ୍ତିଷ୍କର ବିକାଶ

ଯଦି ଛୋଟ ବୟସରେ ପିଲାଙ୍କ କାନ ଫୋଡ଼ା ଯାଇଥାଏ, ତେବେ ତାଙ୍କ ମସ୍ତିଷ୍କର ବିକାଶ ଉତ୍ତମ ଭାବେ ହୋଇଥାଏ। ଇଅର ଲୋବ୍ସ ଅର୍ଥାତ୍‌ କାନର ବାହାର ଅଂଶରେ ମଧ୍ୟାହ୍ନ ପଏଣ୍ଟ ରହିଛି, ଯାହା ବ୍ରେନ୍‌ର ଲେଫ୍ଟ ହେମିସ୍ଫିୟରକୁ ରାଇଟ୍‌ ହେମିସ୍ଫିୟର ସହିତ ଯୋଡ଼ିବା କାମ କରିଥାଏ। କାନର ଏହି ଅଂଶରେ କଣା କରିବା ଫଳରେ ବ୍ରେନ୍‌ର ଏହି ଅଂଶ ଆକ୍ଟିଭ୍‌ ହୋଇଯାଏ। ଆକ୍ୟୁପ୍ରେସର ଥେରାପି ସିଦ୍ଧାନ୍ତ ବି ଏହା କହିଥାଏ ଯେ ଯେତେବେଳେ ମେରିଡିୟାନ ପଏଣ୍ଟ ଉତ୍ତେଜିତ ହୁଏ, ମସ୍ତିଷ୍କ ଶୀଘ୍ର ଓ ହେଲ୍‌ଦି ଭାବେ ବିକଶିତ ହୋଇଥାଏ।

ଦୃଷ୍ଟିଶକ୍ତି ଠିକ୍‌ ରହେ

କାନର ସେଣ୍ଟର ପଏଣ୍ଟ ଉପରେ ଆଖିର ରଶ୍ମିର ସେଣ୍ଟର ପଏଣ୍ଟ ମଧ୍ୟ ନିର୍ଭର କରିଥାଏ। ଏପରିସ୍ଥଳେ ଏହି ପଏଣ୍ଟରେ କଣା କରିବା ପରେ ପ୍ରେସର ପଡ଼ି ଦୃଷ୍ଟିଶକ୍ତି ଉତ୍ତମ ହୋଇଥାଏ।

ଶୁଣିବା କ୍ଷମତା ମଧ୍ୟ ଦୃଢ଼ ହୁଏ

ଆୟୁର୍ବେଦ ଅନୁସାରେ କାନର ଯେଉଁ ଅଂଶ କଣା କରାଯାଏ, ତାହା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଆକ୍ୟୁପ୍ରେସର ପଏଣ୍ଟ ଅଟେ। ଏହା ପିଲାଙ୍କ ଶୁଣିବା କ୍ଷମତାକୁ ଦୃଢ଼ ରଖିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ଚାପ ଓ ଅସ୍ତବ୍ୟସ୍ତତା ବି ଦୂର ହୁଏ

କାନ ଫୋଡ଼ିବା ଫଳରେ ଏହା ଏପିଲେପ୍ସି ଭଳି ସମସ୍ୟାକୁ ରୋକିବାରେ ସାହାଯ୍ୟ କରେ। ଆକ୍ୟୁପ୍ରେସର ଥିଓରି ଅନୁସାରେ କାନର ଏହି ଅଂଶ ମସ୍ତିଷ୍କର ମାଷ୍ଟର ସେରେବ୍ରାଲର ଅଂଶ ମଧ୍ୟ ହୋଇଥାଏ, ଯାହା ମସ୍ତିଷ୍କର ଅଧିକାଂଶ କାର୍ଯ୍ୟ କରିବା ଦାୟିତ୍ବ ନେଇଥାଏ। ଏପରିସ୍ଥଳେ ଏଭଳି ପଏଣ୍ଟରେ କଣା କରି ପ୍ରେସର ଦେବା ଫଳରେ ଏଙ୍ଗଜାଇଟି, ଚାପ ଓ ଅସ୍ତବ୍ୟସ୍ତ ଲାଗିବା ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.