News

‘ଚନ୍ଦ୍ରଯାନ-୨’ ମହାକାଶରୁ ପଠାଇଲା କି ପୃଥିବୀର କିଛି ମନଲୋଭା ଫଟୋ !

Untitled 1

ମହାକାଶରୁ କେମିତି ଦେଖାଯାଏ ଆମ ପୃଥିବୀ। କେତେ ସୁନ୍ଦର ଆମ ପୃଥିବୀ। ତାହା ଜାଣିବା ପାଇଁ ଅନେକଙ୍କ ମନରେ ଉତ୍କଣ୍ଠା ରହିଛି। ଆକାଶ ପଥରୁ ପୃଥିବୀର ଅନେକ ଫଟୋ ମଧ୍ୟ ଇଣ୍ଟରନେଟରେ ଉପଲବ୍ଧ ଅଛି। ଏବେ ଏମିତି କିଛି ଫଟୋ ଏବେ ସୋସିଆଲ୍ ମିଡିଆରେ ଘୂରି ବୁଲୁଛି, ଯାହା ସଜସଜ ଭାରତ ଚନ୍ଦ୍ରକୁ ପଠାଇଥିବା ‘ଚନ୍ଦ୍ରଯାନ-୨’ ଫଟୋ ପଠାଇଛି ବୋଲି ଚର୍ଚ୍ଚା ହେଉଛି । ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ ଯେ, ବାସ୍ତବରେ କ’ଣ ମହାକାଶରୁ ପୃଥିବୀ ଏମିତି ଦେଖାଯାଏ? ମାତ୍ର ଏହି ଫୋଟୋ ଗୁଡାକ ବହୁ ପୁରୁଣା ବୋଲି ଜଣାପଡିଛି। ଏହା ସହ ଚନ୍ଦ୍ରଯାନ ପଠାଇଥିବା ଫଟୋ କଥା ସମ୍ପୂର୍ଣ ମିଥ୍ୟା।

କୁହାଯାଉଛି, ଆମେରିକା ଉପରେ ଚନ୍ଦ୍ରଯାନ-୨ ଉଡୁଥିବା ବେଳେ ଏହି ଫଟୋଟି ଉଠାଯାଇଛି। ଯେଉଁଥିରେ ପୃଥିବୀର ନିମ୍ନ ପାଶ୍ୱର୍ରେ ସୂର୍ଯ୍ୟର ରଶ୍ମୀ ପଡୁଥିବା ବେଳେ ଏହା ପୂରା ଲାଲ ଦେଖାଯାଉଛି।

Untitled 4 555 072619103421 1

ଏହି ଫଟୋରେ ପୃଥିବୀର କୌଣସି କୋଣରେ ଆଗ୍ନେୟଗିରି ଉଦଗୀରଣ ହେଉଥିବାର ଦେଖିବାକୁ ମିଳିଛି । ଆଉ ଏହି ସ୍ଥାନକୁ ପୃଥିବୀର ହଟସ୍ପଟ୍ ମଧ୍ୟ କୁହାଯାଏ।

P1f

ଏହି ଫଟୋରେ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀକୁ ଏକାସଙ୍ଗରେ ଦେଖିବାକୁ ମିଳିଛି । ଯେଉଁଥିରେ ପୃଥିବୀର ଗୋଟିଏ କୋଣରେ ଜହ୍ନ ଚମକୁଥିବା ବେଳେ ଅନ୍ୟ କୋଣରେ ସୂର୍ଯ୍ୟଙ୍କର ଝଲକ ଦେଖିବାକୁ ମିଳିଛି ।

P3 768x484

ଏହା ସେହି ସମୟର ଫଟୋ ଯେତେବେଳେ କଳା ଓ ଧଳା ବାଦଲ ମଧ୍ୟରେ ପୃଥିବୀ ଲୁଚି ରହିଛି।

P5 1

ପଢନ୍ତୁ: ସରିଲା ରଥଯାତ୍ରା ଆରମ୍ଭ ହେଲା ମହାପ୍ରଭୁଙ୍କ ରଥଭଙ୍ଗା କାର୍ଯ୍ୟ

Related posts

ଦେଶର ନୂତନ ଉପରାଷ୍ଟ୍ରପତି ଭାବରେ ଭେଙ୍କୟା ନାଇଡୁ ଆଜି ଶପଥ ଗ୍ରହଣ କରିବେ

ENO Beuro

ସୁପ୍ରିମକୋର୍ଟରେ ୪ ନୂଅା ବିଚାରପତି ନିଯୁକ୍ତ

ENO Beuro

ଦୂତୀଙ୍କ ଜୀବନକୁ ନେଇ ହେବ ବଲିଉଡ୍ ଫିଲ୍ମ

Ratnamani Moharana

Leave a Comment