News

ନାସା ସହିତ ଋଷୀୟ ବୈଜ୍ଞାନିକଙ୍କ ଆକଳନ : ୨୦୩୬ରେ ଲୋପ ପାଇବ ପୃଥିବୀ

ନାସା ସହିତ ଋଷୀୟ ବୈଜ୍ଞାନିକଙ୍କ ଆକଳନ : ୨୦୩୬ରେ ଲୋପ ପାଇବ ପୃଥିବୀ

ପୁଣି ଥରେ ପୃଥିବୀର ଆୟୁଷ ଉପରେ ଉଠିଥିବା ପ୍ରଶ୍ନକୁ ନେଇ ଆରମ୍ଭ ହୋଇଛି ତର୍ଜମା। ଆଉ ବେଶୀ ବର୍ଷ ନୁହଁ ୨୦୩୬ରେ ଧ୍ୱଂଶ ହୋଇପାରେ ପୃଥିବୀ। ଆମେରିକୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ନାସା) ଆଜି ଭବିଷ୍ୟବାଣୀ କରି କହିଛି ଯେ ବିଗତ ୧୩ ବର୍ଷ ଧରି ଅନ୍ତରୀକ୍ଷରେ ବୁଲୁଥିବା ଏକ ଗ୍ରହ ୨୦୩୬ରେ ଆସି ପିଟିହେବ ପୃଥିବୀରେ, ଫଳସୂରୁପ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହେବ।

ନାସା ପକ୍ଷରୁ ୨୦୦୪ରେ ଏହି ଗ୍ରହକୁ ଆବିଷ୍କାର କରାଯାଇ ଥିଲା। ଏହାର ନାମକରଣ ‘ଆପୋଫିଜ୍‌’ ରଖାଯାଇଥିଲା। କ୍ଷୁଦ୍ର ହେଲେ ମଧ୍ୟ ଏହି ଗ୍ରହ ଖୁବ୍ ଶକ୍ତିହଶାଳୀ ବୋଲି ନାସାର ବୈଜ୍ଞାନିକ ପଲ ଖୋଦାସ ଏବଂ ଷ୍ଟିଭ୍‌ ଚେଷଲୀ କହିଛନ୍ତି।  ଆଉ ସେହିଦିନ ଠାରୁ ବିଗତ ୧୩ ବର୍ଷ କାଳ ଧରି ନାସା ଏହା ଉପରେ ତୀକ୍ଷ୍ଣ ନଜର ରଖିବା ସହ ଅନ୍ତରୀକ୍ଷରେ ଏହାର ଗତିବିଧିକୁ ଅନୁଧ୍ୟାନ କରି ଆସୁଥିଲା। ଶେଷରେ, ଆଜି ଓ୍ଵାଶିଂଟନ୍‌ସ୍ଥିତ ନାସାର ମୁଖ୍ୟାଳୟରେ ଥିବା ଜନୈକ ବରିଷ୍ଠ ଅଧିକାରୀ ଡୁଏନ୍‌ ବ୍ରାଉନ୍‌ ଏହାକୁ ସ୍ପଷ୍ଟ କରିଛନ୍ତି। ଏହି ଗ୍ରହ କେବେ ପିଟିହେବ ସେନେଇ ମଧ୍ୟ ବୈଜ୍ଞାନିକମାନେ ତାରିଖ ସ୍ପଷ୍ଟ କରିଦେଇଛନ୍ତି। ୨୦୩୬ ଏପ୍ରିଲ ୧୩ରେ ଏହି ଗ୍ରହ ପୃଥିବୀ ସହ ଧକ୍କା ହେବ। ଆଉ ସଂଘର୍ଷର ପ୍ରଭାବ ଏତେ ବ୍ୟାପକ ଓ ଭୟଙ୍କର ହେବ ଯେ ସେଥିରେ ପୃଥିବୀ ପୃଷ୍ଠରୁ ସମସ୍ତ ଜୀବସତ୍ତା ଲୋପ ପାଇଯିବ ବୋଲି କହିଛନ୍ତି! ସର୍ବସାଧାରଣ ଅବଗତି ନିମନ୍ତେ ଗବେଷଣା କରି ଏହି ତଥ୍ୟକୁ ସାର୍ବଜନୀନ କରାଯାଇଛି ବୋଲି ନାଶାର ବେଜ୍ଞାନିକମାନେ କହିଛନ୍ତି। ମହାକାଶରେ ଏମିତି  ୪୫,୦୦୦ ଗ୍ରହରୁ ‘ଆପୋଫିଜ୍‌’ ହେଉଛି ଅନ୍ୟତମ।

ରୁଷୀୟ ଅନ୍ତରୀକ୍ଷ ଗବେଷକମାନେ ମଧ୍ୟ ଏହି ଗ୍ରହ ସହ ପୃଥିବୀର ସଂଘର୍ଷ ନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ପ୍ରକାଶ କରି ନ ଥିଲେ ସୁଦ୍ଧା କହିଛନ୍ତି ଯେ ଏହା ପୂର୍ବରୁ ୨୦୨୯ରେ ଏହି ଗ୍ରହଟି ପୃଥିବୀର ଅତି ନିକଟତର ହୋଇ ମାତ୍ର ୩୨ ହଜାର କିମି ଦୂରତାକୁ ଆସିଯିବ। ପ୍ରାରମ୍ଭରୁ ୨୦୨୯ ସୁଦ୍ଧା ‘ଆପୋଫିଜ୍‌’ ବିଚଳନନର ପ୍ରଭାବ ପୃଥିବୀ ଉପରେ ୨.୭ ପ୍ରତିଶତ ଅନୁଭୂତ ହେବ ବୋଲି ଆକଳନ କରାଯାଉଛି। ଆଉ ସେତେବେଳେ ଏହା ପ୍ରଭାବରେ ଆସି ପୃଥିବୀ ପୃଷ୍ଠରେ ପ୍ରଳୟ ସୃଷ୍ଟି ହେବ।

ନାସା ସହିତ ଋଷୀୟ ବୈଜ୍ଞାନିକଙ୍କ ଆକଳନ : ୨୦୩୬ରେ ଲୋପ ପାଇବ ପୃଥିବୀ

ପଢନ୍ତୁ, ଓଇସିଡି ପକ୍ଷରୁ ଭାରତକୁ ତୃତୀୟ ଶ୍ରେଷ୍ଠ ବିଶ୍ୱସନୀୟ ରାଷ୍ଟ୍ରର ମାନ୍ୟତା ମିଳିଛି

Related posts

ଗୁଣୁପୁରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୨୫ ବଖରା ଘର

ENO Beuro

ନିରବ ମୋଦିଙ୍କ ଜାମିନ୍‌ ଆବେଦନ ଖାରଜ କଲା କୋର୍ଟ

Ratnamani Moharana

ବ୍ୟବସାୟୀଙ୍କ ବିରୋଧରେ ଦୁର୍ଷ୍କମ ଅଭିଯୋଗ ଆଣିଲେ ଜିନତ ଅମାନ!

ENO Beuro

Leave a Comment