News

ଚୀନରେ ଭୂମିକମ୍ପ, ୧୧ ମୃତ ୧୨୨ ଆହତ

Square

ଚୀନର ସିଚୁଆନ  ପ୍ରଦେଶରେ ସୋମବାର ରାତି ଏବଂ ମଙ୍ଗଳବାର ଭୋର ସମୟରେ ୨ଟି ଭୂକମ୍ପ ସୃଷ୍ଟି ହୋଇଛି। ଏଥିରେ ୧୧ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗୋଟିଏ ହୋଟେଲ୍, ଅନେକ ଘର ଭୁଶୁଡି ପଡ଼ିଥିବାବେଳେ ଜାତୀୟ ରାଜପଥରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଚୀନର ଭୂକମ୍ପ କେନ୍ଦ୍ର ସିଇଏନସି ରିପୋର୍ଟ ଅନୁସାରେ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୦  ରହିଥିଲା। ସ୍ଥାନୀୟ ସମୟ ଅନୁସାରେ ସୋମବାର ରାତି ପ୍ରାୟ ୧୦ଟା ୫୫ ମିନିଟରେ ଇବିନ ସହରର ଚାଙ୍ଗିଙ୍ଗ ଅଞ୍ଚଳରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଏହାପରେ ମଙ୍ଗଳବାର ଭୋର ସମୟରେ ୫.୩ ତୀବ୍ରତାର ଆଉ ଏକ ଝଟକା ଲାଗିଥିଲା।

 

 

ଉଦ୍ଧାର କାର୍ଯ୍ୟ ପାଇଁ ଏକ ଟିମ୍ ଚାଇନା ସରକାର ପଠାଇଛନ୍ତି। ଯେଉଁଥିରେ ୬୩ ଫାୟର ଟେଣ୍ଡର ଏବଂ ୩୦୨ ଦମକଳ କର୍ମୀ ନିୟୋଜିତ ରହିଛନ୍ତି। ପ୍ରଭାବିତ ଲୋକଙ୍କ ପାଇଁ ଚାଇନା ସରକାର ତରଫରୁ ୫ ହଜାର ଟେଣ୍ଟ, ୧୦ ହଜାର ଖଟ ଏବଂ ୨୦ ହଜାର ଗଦି ଯୋଗାଇ ଦିଆଯାଇଛି। ଜରୁରିକାଳୀନ ପରିଚାଳନା ମନ୍ତ୍ରଣାଳୟର ପ୍ରାଦେଶିକ ବିଭାଗ  ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏଥିରେ ଦମକଳ ବିଭାଗର ୬୩ଟି ଗାଡ଼ି ଏବଂ ୩୦୨ ଜଣ ଉଦ୍ଧାରକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି।

ପଢନ୍ତୁ: କଶ୍ମୀରରେ ଆତଙ୍କବାଦୀଙ୍କ ଗୁଳିରେ ସହିଦ ଓଡ଼ିଆ ଯବାନ

Related posts

କଂଗ୍ରେସ ବି ମୁସଲମାନଙ୍କ ପ୍ରତି ନିଷ୍ଠୁର:ମାୟ।ବତୀ

ENO Beuro

ଏ ମାଟିର ରାଣ, ଦେଶକୁ ନଇଁବାକୁ ଦେବିନାହିଁ: ନରେନ୍ଦ୍ର ମୋଦି

ENO Beuro

ସମୁଦ୍ର ଭିତରେ ଡଙ୍ଗା ବୁଡି :୪ ମୃତ, ୩୨ ଉଦ୍ଧାର

ENO Beuro

Leave a Comment