ଜାପାନରେ ଭୟଙ୍କର ଭୂମିକମ୍ପ:୬.୧ ତୀବ୍ରତାରେ ଥରିଲା ପୂରା ସହର

ଜାପାନରେ ଭୂକମ୍ପ

ଆଜି ଜାପାନରେ ଏକ ଭୂକମ୍ପ ଅନୁଭୂତ ହୋଇଯାଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରହିଛି। ପଶ୍ଚିମ ଜାପାନର ଓସାକା ଅଞ୍ଚଳରେ ଭୂକମ୍ପ ହେବାରୁ ଲୋକମାନେ ଭୟରେ ଘରୁ ବାହାରକୁ ପଳାଇଆସିଥିଲେ। ସୁରକ୍ଷା ଦୃଷ୍ଟିରୁ ଶିଂକା-ସେନ୍‌ ମଧ୍ୟରେ ବୁଲେଟ୍‌ ଟ୍ରେନ୍‌ ଚଳାଚଳକୁ ବନ୍ଦ କରାଯାଇଛି। ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି।

ଏହାର କେନ୍ଦ୍ରସ୍ଥଳ ଭୂଗର୍ଭର ୧୦ କିଲୋମିଟର୍ ଗଭୀରରେ ବୋଲି ସୂଚାଇ ଜାପାନୀ ପାଣିପାଗ ଏଜେନ୍ସି କହିଛି ଯେ କମ୍ପନ ଯୋଗୁଁ ସୁନାମିର ଭୟ ନାହିଁ ବୋଲି। କୁହାଯାଉଛି ପୂର୍ବ କେତୋଟି ଭୂମିକମ୍ପ ଅପେକ୍ଷା ଏହା ଅଧିକ କ୍ଷତି ପହଞ୍ଚାଇଛି।

ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ କହିଛନ୍ତି ଯେ,କ୍ଷୟକ୍ଷତିର ସୂଚନା ସଂଗ୍ରହ କରି ଉଦ୍ଧାର ଓ ଜୀବନ ରକ୍ଷା କରିବାକୁ ପାରୁ ପର୍ଯ୍ୟନ୍ତ ଉଦ୍ୟମ କରିବାକୁ ସେ କର୍ମଚାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ତା’ସହ ସର୍ବସାଧାରଣଙ୍କୁ ଠିକଣା ସମୟରେ ଉପଯୁକ୍ତ ସୂଚନା ଦେବାକୁ ମଧ୍ୟ ସେ ନିର୍ଦେଶ ଦେଇଛନ୍ତି। କ୍ଷୟକ୍ଷତି ସମ୍ପର୍କରେ ବିଶେଷ କିଛି ସୂଚନା ମିଳିନାହିଁ ବୋଲି ସ୍ଥାନୀୟ ପୁଲିସ କହିଛି।କମ୍ପନ ଯୋଗୁଁ ହଜାର ହଜାର ଘରେ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଛି ଏବଂ ସକାଳ ବେଳା ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି।

ପଢନ୍ତୁ; ଅଡୁଆରେ ଦାତି ମହାରାଜ

 

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More