ଭୂକମ୍ପର ଝଟକା: ୬.୧ ତୀବ୍ରତାରେ ଥରିଲା ଉତ୍ତର ଭାରତ

ଉତ୍ତର ଭାରତୀୟ ରାଜ୍ୟ ପଞ୍ଜାବ, ହରିଆଣା ଏବଂ ଦିଲ୍ଲୀରେ ଗତକାଲି ଭୂମିକମ୍ପ ଅନୁଭୂତ ହୋଇଛି। ଆଫଗାନସ୍ତାନ-କାଜାଖିସ୍ତାନ ସୀମା ଅଞ୍ଚଳ ଏହି ଭୂକମ୍ପର କେନ୍ଦ୍ରସ୍ଥଳୀ ଥିଲା। ଆଜି ଅପରାହ୍ଣ ୪.୧୫ ମିନିଟ୍ ସମୟରେ ଏହି ଭୂମିକମ୍ପ ଝଟକା ଲାଗିଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ଥିବା ରେକର୍ଡ କରାଯାଇଛି।

ଆଫଗାନିସ୍ତାନରେ ଭୂକମ୍ପର ସର୍ବାଧିକ ପ୍ରଭାବ ଥିବା ବେଳେ ଶତାଧିକ ଘର ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି। ସମଗ୍ର ପାକିସ୍ତାନରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି ଏବଂ ୨୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି। ଆଜି ଭୂକମ୍ପର ପ୍ରଭାବ ଦିଲ୍ଲୀ ଏନ୍‌ସିଆର୍‌ ସମେତ ହିମାଚଳ ପ୍ରଦେଶ, ପଞ୍ଜାବ, ଉତ୍ତରପ୍ରଦେଶ, ହରିୟାଣା ଏବଂ ଜମ୍ମୁ କଶ୍ମୀରରେ ଅନୁଭୂତ ହୋଇଛି। ତେବେ ଭୂକମ୍ପରେ କେହି ମୃତାହତ ହୋଇଥିବା ଖବର ମିଳିନାହିଁ।

ତେବେ ଆସନ୍ତୁ ଜାଣିବା ଦିଲ୍ଲୀରେ କାହିଁକି ବାରମ୍ବାର ଭୂମିକମ୍ପ ଅନୁଭୂତ ହୁଏ?

ଭୂମିକମ୍ପ କ୍ଷେତ୍ରର ଜୋନ ନମ୍ବର ୪ ରେ ଅବସ୍ଥିତ ରାଜଧାନୀ ଦିଲ୍ଲୀ। ଦେଶକୁ ଏହି ପରି ୪ଟି ଜୋନରେ ଆବଣ୍ଟିତି କରାଯାଇଛି। ଜୋନ ୪ ଅନ୍ତର୍ଗତ ଥିବାରୁ ଦିଲ୍ଲୀ ବଡ଼଼ ଝଟକା ସହିପାରିବ ନାହିଁ । ଏହାର ଅର୍ଥ ହେଲା ଦିଲ୍ଲୀରେ ବଡ଼ ଧରଣର ଭୂମିକମ୍ପ ହେଲେ ଅନେକ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି । ହିମାଳୟର ଅତି ନିକଟରେ ଅଛି ରାଜଧାନୀ ଦିଲ୍ଲୀ, ଯାହା ଭାରତ ଓ ୟୁରେଶିଆ ପରି ଟେକ୍ନୋଟିକ ପ୍ଲେଟର ମିଶି ତିଆରି ହୋଇଛି। ପୃଥିବୀ ଭିତରେ ଏହି ପ୍ଲେଟରେ ହେଉଥିବା ହଲଚଲ ଯୋଗୁଁ ଦିଲ୍ଲୀ , କାନପୁର ଓ ଲକ୍ଷ୍ନୌ ଅଂଚଳରେ ଭୂମିକମ୍ପର ଭୟ ଅଧିକ ଥାଏ।

ପଢନ୍ତୁ; କେବଳ ସୁନ୍ଦରତା ନୁହେଁ ମୋଟାପଣକୁ ମଧ୍ୟ କମ କରିଥାଏ ଘି କୁଆଁରୀ! ଆସନ୍ତୁ ଜାଣିବା ଏହା ସମ୍ପର୍କରେ

ଆଫଗାନିସ୍ତାନରେ ଭୂକମ୍ପର ସର୍ବାଧିକ ପ୍ରଭାବ ଥିବା ବେଳେ ଶତାଧିକ ଘର ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି - 9

90%

ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ଥିବା ରେକର୍ଡ କରାଯାଇଛି। - 8.2

82%
8.6/10

Very Good!

ଭୂକମ୍ପର ଝଟକା: ୬.୧ ତୀବ୍ରତାରେ ଥରିଲା ଉତ୍ତର ଭାରତ

ଉତ୍ତର ଭାରତୀୟ ରାଜ୍ୟ ପଞ୍ଜାବ, ହରିଆଣା ଏବଂ ଦିଲ୍ଲୀରେ ଗତକାଲି ଭୂମିକମ୍ପ ଅନୁଭୂତ ହୋଇଛି। ଆଫଗାନସ୍ତାନ-କାଜାଖିସ୍ତାନ ସୀମା ଅଞ୍ଚଳ ଏହି ଭୂକମ୍ପର କେନ୍ଦ୍ରସ୍ଥଳୀ ଥିଲା। ଆଜି ଅପରାହ୍ଣ ୪.୧୫ ମିନିଟ୍ ସମୟରେ ଏହି ଭୂମିକମ୍ପ ଝଟକା ଲାଗିଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ଥିବା ରେକର୍ଡ କରାଯାଇଛି।

No Votes Yet

You're not rated yet