News

ତାଇୱାନରେ ବଡ଼ ଧରଣର ଭୂକମ୍ପ : ୨ ମୃତ୍ୟୁ ଏବଂ ୧୦୦ରୁ ଅଧିକ ଲୋକ ଆହତ

By Krishna Kumar Manoj

February 07, 2018

ତାଇଓ୍ଵାନର ପୂର୍ବତଟରେ ୬.୪ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି।

ଏଥିରେ ଅନେକ କୋଠା ଭୁଶୁଡ଼ି ପଡ଼ିଥିବା ବେଳେ ଭଗ୍ନସ୍ତୁପ ତଳେ ୩୦ରୁ ଅଧିକ ବ୍ୟକ୍ତି ଫସି ରହିଥିବା ସୂଚନା ମିଳିଛି। ସୁରକ୍ଷା କର୍ମୀ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ୫୦ରୁ ଅଧିକ ଆହତଙ୍କୁ ଉଦ୍ଧାର କରାଯାଇଛି । ତାଇଓ୍ଵାନର ୨ଟି ହେଟେଲ ବିଶେଷ କ୍ଷତିଗ୍ରସ୍ତ ହୋଇଛି ଏବଂ ଏହି  ଭୂକମ୍ପରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେମାନଙ୍କର ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ ଭୂକମ୍ପ ଝଟକା ପରେ ସହରର ବହୁତଳ ବିଶିଷ୍ଟ ଏକ ହୋଟେଲ ସାମାନ୍ୟ ଭାବରେ ଢଳି ପଡ଼ିଛି । ତାଇୱାନର ନ୍ୟାସନାଲ ଫାୟାର ଏଜେନ୍ସି ମୁତାବକ ହୋଟେଲରେ ୩୦ ଜଣ ଫସିଯାଇଥିଲେ । ସ୍ଥାନୀୟ ଗଣମାଧ୍ୟମ ଅନୁସାରେ ତାଇୱାନର ଆଉ ଏକ ହୋଟେଲକୁ ମଧ୍ୟ ବଡ଼ କ୍ଷତି ପହଞ୍ଚାଇଛି । ହୋଟେଲରୁ ଲୋକଙ୍କୁ ଉଦ୍ଧାର କରାଯାଉଛି ।

ସ୍ଥାନୀୟ ସମୟ ଅନୁସାରେ ରାତି ୧୧ଟା ୫୦ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଆମେରିକାର ଜିଓଲୋଜିକାଲ ସର୍ଭେ ଅନୁସାରେ ଭୂକମ୍ପର କେନ୍ଦ୍ର ତାଇୱାନ ଉପକୂଳ ସହର ‘ହୁଆଲିନ’ ଠାରୁ ୨୦ କିଲୋମିଟର ପୂର୍ବରେ ଥିଲା ।

ସୂଚନାଯୋଗ୍ୟ, ବିଗତ କିଛି ଦିନ ହେବ ତାଇୱାନରେ ଭୂକମ୍ପ ଦେଖାଯାଇଛି । ସେହିଭଳି ମାତ୍ର ୨ଘଣ୍ଟା ମଧ୍ୟରେ ୫ଟି ଭୂକମ୍ପ ଆସିଛି । ୧୯୯୯ରେ ୭.୬ ତୀବ୍ରତାର ଭୂକମ୍ପ ଯୋଗୁଁ ଏହି ଦେଶରେ ଅତି କମରେ ୨୪୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା।

ପଢନ୍ତୁ ;

ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଷ୍ଟ୍ରପତି ଭବନର ପ୍ରସିଦ୍ଧ ମୋଗଲ ଗାର୍ଡେନ୍