EnewsOdia.Com

ଏଣିକି ରେଳରେ ଛେପ ପକାଇଲେ ଯାତ୍ରୀ ଗଣିବେ ତଣ୍ଡ

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପରିବେଶକୁ ସ୍ୱଚ୍ଛ କରିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପମାନ ଗ୍ରହଣ କରୁଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରାଯାଇଛି । ଯେଉଁଥିରେ ସମସ୍ତ ରାଜ୍ୟ ଗୁଡିକୁ ସାମିଲ କରାଯାଇଛି । ରାଜ୍ୟ ସରକାରଙ୍କ ତରଫରୁ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ପ୍ଲାଷ୍ଟିକ ଉପରେ କଟକଣା ଲଗାଯାଇଛି । ତେବେ ପୂର୍ବତଟ ରେଳପଥ ପକ୍ଷରୁ ଏଣିକି ରେଳ ଷ୍ଟେସନରେ ଛେପ ପକାଇଲେ କିମ୍ବା ଅର୍ବଜନା କଲେ ଜରିମାନ ଦେବାକୁ ପଡିବ । ଖାଲି ରେଳ ଷ୍ଟେସନ ନୁହେଁ, ପ୍ଲାଟଫର୍ମ, ଟ୍ରେନକୁ ଅପରିଷ୍କାର କଲେ, କାନ୍ଥବାଡକୁ ଅପରିଷ୍କାର କରିବା, ୫୦ ମାଇକ୍ରୋନରୁ କମ୍ ଥିବା ପ୍ଲାଷ୍ଟିକ ବ୍ୟବହାର କଲେ ଜରିମାନ ଦେବାକୁ ପଡିବ ବୋଲି ପୂର୍ବତଟ ରେଳ ପକ୍ଷରୁ ସୂଚନା ମିଳିଛି ।

୨୦୧୬ ମସିହାରୁ ଜରିମାନା ବ୍ୟବସ୍ଥା ଲାଗୁ କରାଯାଇଛି । ଏହି ଜରିମାନା ଦୁଇଟି ସ୍ଥରରେ ଆଦାୟ କରାଯାଉଥିଲା ଯଥା ଏ ଓ ଏ-୧ ଶ୍ରେଣୀ ଅଧୀନସ୍ଥ ଷ୍ଟେସନ । ଅନ୍ୟ ସମସ୍ତ ଷ୍ଟେସନ ପାଇଁ ପୃଥକ ଜରିମାନା ଆଦାୟ ହେଉଥିଲା । ତେବେ ନୂଆ ନିୟମ ଅନୁସାରେ ପୂର୍ବତଟ ରେଳପଥ ଅନ୍ତର୍ଗତ ସମସ୍ତ ରେଳ ଷ୍ଟେସନ ବର୍ଗୀକରଣ ଅନୁଯାୟୀ ଜରିମାନା ଆଦାୟ କରିପାରିବେ ।

ଏଣିକି ମୋଟ ୧୩ଟି ନିୟମ ଉଲ୍ଲଂଘନ କଲେ ଜରିମାନା ଦେବାକୁ ପଡିବ । ରେଳପଥ ପରିସରରେ ସ୍ବଚ୍ଛ ଭାରତ ମିସନକୁ ସୁନିଶ୍ଚିତ କରିବା ସହ ମ୍ୟୁନିସିପାଲ ସଲିଡ୍ ୱେଷ୍ଟ ମ୍ୟାନେଜମେଣ୍ଟ ନିୟମ-୨୦୧୬ ଆଧାରରେ ପ୍ରଦୂଷଣ ସୃଷ୍ଟି କରୁଥିବା ଲୋକଙ୍କଠାରୁ ଜରିମାନା ଆଦାୟ କରିବାକୁ ନିଷ୍ପତ୍ତି ହୋଇଛି ।

ପଢନ୍ତୁ: କରୋନା ଆକ୍ରାନ୍ତଙ୍କ ସହାୟତା ଲାଗି ସାହାଯ୍ୟର ହାତ ବଢ଼ାଇଲା ଭାରତ

ସମ୍ବନ୍ଧିତ ଖବର

ଦିନକୁ ୧୬ ଥର ସୂର୍ଯ୍ୟୋଦୟ ଦେଖୁଛନ୍ତି କ୍ରିଷ୍ଟିନା କୋଚ

Ratnamani Maharana

ପ୍ରତି ଶନିବାର ହେବ ନୋ ବ୍ୟାଗ ଡ଼େ

Ratnamani Maharana

ମହଙ୍ଗା ହେବ ଚିନି!

Ratnamani Maharana

ଭାରତରେ କାୟା ବିସ୍ତାର କରୁଛି କରୋନା

Ratnamani Maharana

ଅତି ଭୟଙ୍କର ରୂପ ନେଲା ‘ବୁଲ୍‌ବୁଲ୍‌’, ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହେଲା ବର୍ଷା

Ratnamani Maharana

କୋଭିଡ୍‌-୧୯ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା

Ratnamani Maharana