LIFESTYLE

୧୫ ମିନିଟ୍ ଭିତରେ ଦାନ୍ତ ବିନ୍ଧାରୁ ଆରାମ ଦେଇଥାଏ “ପିଆଜ”

ଦାନ୍ତ ବିନ୍ଧିବା ଏକ ସାଧାରଣ ସମସ୍ୟା ।ଏହି ସମସ୍ୟା ଅଧିକାଂଶ ଲୋକଙ୍କ ପାଖରେ ଦେଖାଦେଇଥାଏ।କିଛି ଥଣ୍ଡା ଓ ଗରମ ପିଇବା ଦ୍ୱାରା ଦାନ୍ତ ଝିମ୍ ଝିମ୍ ହେବା ଏବେ ଏକ ପ୍ରକାର ସମସ୍ୟା ଭାବେଦେଖାଦେଇଛି । ଏହା ସହ ଠିକ୍ ଭାବରେ ଯତ୍ନ ନନେଲେ ଦାନ୍ତରୁ ଦୁର୍ଗନ୍ଧ ସହ ରକ୍ତ ମଧ୍ୟ ବାହାରିଥାଏ । ତେବେ ଏସବୁ କ୍ଷେତ୍ରରେ ଆମେ ଡାକ୍ତର ପାଖକୁ ଯିବାକୁ ପସନ୍ଦ କରିଥାଉ । କିନ୍ତୁ କଣ ଆପଣ ଜାଣନ୍ତି କିଛି ଘରୋଇ ଉପଚାର ଦ୍ୱାରା ଏସବୁ ସମସ୍ୟାରୁ ଆରାମ ମିଳିପାରିବ ।

ଏବେ ନଜର ପକାନ୍ତୁ ଆପଣଙ୍କ ଘରେ ଥିବା ଜିନିଷର ଔଷଧୀୟଗୁଣ ସମ୍ପର୍କରେ-

  1. ପିଆଜ : ଦାନ୍ତର କଷ୍ଟରୁ ମୁକ୍ତି ପାଇବା ପାଇଁ  ପିଆଜ ଏକ ଭଲ ଉପାୟ । ଡାକ୍ତର ବି ମାନନ୍ତି ଯେ ପ୍ରତି ୩ମିନିଟରେ ଥରେ ଛୋଟ ପିଆଜ ଖଣ୍ଡେ ଖାଇବା ଉଚିତ୍ । ଏହା ଦ୍ୱାରା ମୁହଁରେ ଥିବା କିଟାଣୁ ମରିଯିବା ସହ ଦାନ୍ତ ବିନ୍ଧାରୁ ତୁରନ୍ତ ଆରାମ ମିଳିଥାଏ।
  2. ଆଳୁ : ଯଦି ଦାନ୍ତରେ ବିନ୍ଧା ହେବା ସହ ଫୁଲିଯାଏ ତେବେ ଆଳୁର ଛୋଟ ଗୋଟିଏ ଅଂଶ କାଟି ସେହି ସ୍ଥାନରେ ୧୫ ମିନିଟ୍ ପାଇଁ ରଖନ୍ତୁ । ଏହା ଦ୍ୱାରା ଖୁବ୍ ଶୀଘ୍ର ଆରାମ ମିଳିଥାଏ।
  3. ରସୁଣ : ଯଦି ଆପଣ ନିୟମିତ ଦାନ୍ତ ସମସ୍ୟା ପାଇଁ ବ୍ୟସ୍ତ ଅଛନ୍ତି ତେବେ ରସୁଣ ଏଥିରୁ ମୁକ୍ତି ଦେବ । ଏଥିପାଇଁ ରସୁଣରେ ଲୁଣ ଲଗାଇ ଖାଆନ୍ତୁ । ନିୟମିତ ସକାଳେ ଏପରି ଖାଇଲେ ଅନେକ ଲାଭ ମିଳି ଥାଏ।
  4. ଲବଙ୍ଗ : ସମସ୍ତେ ଜାଣନ୍ତି ଯେ ଲବଙ୍ଗ ଏବଂ ଏହାର ତେଲ ଦାନ୍ତ ପାଇଁ ଖୁବ୍ ଲାଭଦାୟକ । ଏହାର ବ୍ୟବହାର ତୁରନ୍ତ ବିନ୍ଧାରୁ ଆରାମ ଦେଇଥାଏ।
  5. ଲେମ୍ବୁ : ଲେମ୍ବୁରେ ଭିଟାମିନ୍ –ସି ଥାଏ , ଯାହା ଦାନ୍ତ ବିନ୍ଧାରୁ ମୁକ୍ତି ଦେଇଥାଏ । ବିନ୍ଧା ହେଉଥିବା ଅଂଶରେ ଲେମ୍ବୁର ଛୋଟ ଖଣ୍ଡଟିଏ ଲଗାଇଲେ ତୁରନ୍ତ କିଛି ମାତ୍ରାରେ ଆରାମ ମିଳିଥାଏ।

ପଢନ୍ତୁ;

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଆସନ୍ତୁ ଜାଣିବା କଦଳୀରେ କିପରି କରିବେ ଫେସିଆଲ ପ୍ୟାକ୍

Related posts

ଖରାଦିନେ ଘିମିରି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

ENO Beuro

ଆପଣଙ୍କ ନଖକୁ ସୁନ୍ଦର କରିବାକୁ ଚହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ସରଳ ଉପାୟ

ENO Beuro

ଆସନ୍ତୁ ଜାଣିବା ଏଥର ଭାଲେଣ୍ଟାଇନ ଡ଼େ କେଉଁ ରାଶିଙ୍କ ପାଇଁ ଖାସ ରହିବ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More