LIFESTYLE

ମୋଟାପଣ ପାଇଁ ଚିନ୍ତିତ କି? ବଦଳାନ୍ତୁ ନିଜର ଜୀବନଶୈଳୀ ଏବୋଂ ଆପଣାନ୍ତୁ ଏହିସବୁ ଉପାୟ

By ENO Beuro

August 28, 2017

ମୋଟାପଣ ପାଇଁ ଆଜିକାଲି ପ୍ରାୟତଃ ସମସ୍ତେ ଚିନ୍ତିତ । ସେ ଝିଅ ହେଉ ବା ପୁଅ ଏହା ଆଜିକାଲି ସମସ୍ତଙ୍କର ମୁଣ୍ଡବିନ୍ଧାର କାରଣ । ନିଜ ମୋଟାପଣ ଦୁର କରିବାକୁ ଅନେକ ଲୋକ ଅନେକ ପ୍ରକାରର ଚିକିସ୍ଛା, ବ୍ୟାୟାମ ଓ ଅନେକ ପଦ୍ଧତି ଆପଣାଉଛନ୍ତି । ଯଦି ଆପଣ ନିଜର ମୋଟାପଣ ପାଇଁ ଚିନ୍ତିତ ତେବେ ନିମ୍ନଲିଖିତ କେତେକ ଉପାୟ ଆପଣାନ୍ତୁ ଓ ନିଜର ଜୀବନଶୈଳୀରେ କିଛିଟା ପରିବର୍ତନ ଆଣନ୍ତୁ ।

ଅଳ୍ପ ଖାଆନ୍ତୁ, କିନ୍ତୁ ଅଧିକ ଥର ଖାଆନ୍ତୁ –

କେହି କେହି ଭାବନ୍ତି ଖାଇବା କମ୍‌ କରିଦେଲେ ପତଳା ହେବା ସହଜ । ମାତ୍ର ଏପରି କରିବା ଦ୍ୱାରା ଭୋକର ପରିମାଣ ବୃଦ୍ଧି ପାଇବା ସହ ଶରୀରର ମେଦ ପୂର୍ବ ଅପେକ୍ଷା ଅଧିକ ବଢ଼ିଥାଏ । ତେଣୁ ଶରୀରକୁ ଉପଯୁକ୍ତ ପୋଷକ ତତ୍ତ୍ୱ ଦେବା ପାଇଁ ସନ୍ତୁଳିତ ଆହାର କରିବା ସହ କିଛି କିଛି ଘଣ୍ଟା ବ୍ୟବଧାନରେ ଖାଦ୍ୟ ଖାଆନ୍ତୁ । ଏହାସହ ଭୋଜନରୁ ଅତ୍ୟଧିକ ରାଗ,ମସଲା ଯୁକ୍ତ ଖାଦ୍ୟର ବ୍ୟବହାର କମ କରନ୍ତୁ । ଅଳ୍ପ ଖାଆନ୍ତୁ, କିନ୍ତୁ ଅଧିକ ଥର ଖାଆନ୍ତୁ ।

ନିୟମିତ ବ୍ୟାୟାମ କରନ୍ତୁ –

ବହୁତ ଲୋକ ଭାବନ୍ତି ଅଧିକ ସମୟ ବ୍ୟାୟାମ ନକଲେ ଏହାର କିଛି ପ୍ରଭାବ ପଡିବନି । କିନ୍ତୁ ଏହା ସମ୍ପୂର୍ଣ ଭୁଲ । ପ୍ରତିଦିନ କିଛି କିଛି ସମୟ ବ୍ୟାୟାମ କାଲେ ମଧ୍ୟ ଏହା ଶରୀର ପାଇଁ ଖୁବ ଲାଭ ଦାୟକ ହେଇଥାଏ । ଏହାଦ୍ଵାରା ଓଜନ ସନ୍ତୁଳିତ ରହେ । ଖାଦ୍ୟ ଠିକସେ ହଜମ ହୁଏ ଓ ଏସିଡିଟି ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ ।

ଚିନ୍ତାମୁକ୍ତ ରୁହନ୍ତୁ –

ଅଧିକ ଚିନ୍ତିତ ରହିଲେ ମଧ୍ୟ ଓଜନ ବଢିଥାଏ । ସେଥିପାଇଁ ଯେତେ ସମୟ କମ ଚିନ୍ତା କରନ୍ତୁ ଓ ମୁଣ୍ଡ ଥଣ୍ଡା ରଖନ୍ତୁ । ସନ୍ତୁଳିତ ଖାଦ୍ୟ ସହ ପ୍ରଚୁର ପାଣି ପିଆନ୍ତୁ ।

ଠିକ ସମୟରେ ଶୁଅନ୍ତୁ ଓ ଠିକ ସମୟରେ ଉଠନ୍ତୁ –

ବହୁତ ଲୋକ କାର୍ଯ୍ୟବ୍ୟସ୍ତତା ଯୋଗୁ ଓ ଅନେକ ନିଜର ଅବହେଳା ଯୋଗୁ ଶୋଇବାର କୌଣସି ସମୟସୀମା ରଖିନଥାନ୍ତି ।  ତେଣୁ ୮ ଘଣ୍ଟା ନିଦ୍ରା ନିହାତି ଯାଆନ୍ତୁ । ଠିକ୍‌ ସମୟ ପର୍ୟ୍ୟନ୍ତ ନଶୋଇବା ଦ୍ୱାରା ଓଜନ ବୃଦ୍ଧି ପାଇଥାଏ । ତେଣୁ ଚେଷ୍ଟା କରନ୍ତୁ ଶୀଘ୍ର ଶୋଇ ଶୀଘ୍ର ଉଠିବା ପାଇଁ ।

ଦୃଷ୍ଟିଶକ୍ତି ଦୃଢ କରିବାକୁ ଯାଣନ୍ତୁ କିଛି କଥା