News

ପରଟା ଖାଇ ଜୀବନ ସାରା ମାଗଣା ଖାଇବାର ଲାଭ ଉଠାନ୍ତୁ , ଜାଣନ୍ତୁ କିପରି ଓ କେଉଁଠି

ଭାରତର ଘରେ ଘରେ ପରଟା ଏକ ଲୋକ ପ୍ରିୟ ଖାଦ୍ୟ ।  ଜଳଖିଆ ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ହେଉ କି ରାତ୍ରି ଭୋଜନ ପରଟା ଖାଇବାରେ ଅସୁବିଧା ନ ଥାଏ । ପରଟା ଅନେକ ଲୋକଙ୍କ ପ୍ରିୟ ଖାଦ୍ୟ । ପରଟା ମଧ୍ୟ ସାଧାରଣତଃ ବହୁ ପ୍ରକାରର ଉପଲବ୍ଧ, ଯେମିତି ଆଳୁ ପରଟା, ପନିର୍ ପରଟା, ସ୍ୱିଟ ପରଟା, ମଟର ପରଟା, ପାଳଙ୍ଗ ପରଟା, ମୂଳା ପରଟା, ମେଥି ପରଟା,ଗାଜର ପରଟା,ଢାକାଇ ପରଟା ଏମିତି ଅନେକ ।  ପରଟା ନାମ ଶୁଣିବା କ୍ଷଣିହିଁ ଲୋକଙ୍କ ପାଟିରେ ଲାଳ ଆସିଯାଏ । ଏଣୁ ଲୋକଙ୍କ ପସନ୍ଦକୁ ଆଖି ଆଗରେ ରଖି ଜଣେ ଦୋକାନ ମାଲିକ ଏଭଳି ଏକ ସ୍କିମ ରଖିଛନ୍ତି ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସ୍କିନ ଅନୁଯାୟୀ ଯଦି କେହି ୫୦ମିନିଟରେ ୩ଟି ପରଟା ଖାଇପାରିଲେ ତେବେ ଜୀବନ ସାରା ମାଗଣା ପରଟା  ଖାଇପାରିବେ ।

ଦୋକାନର ନାଁ ହେଉଛି ‘ତପସ୍ୟା ପରଟା ଜଙ୍କସନ’ । ଏହା ଦିଲ୍ଲୀ-ରୋହତକ ବାଇପାସ ରାସ୍ତାରେ ଅବସ୍ଥିତ । ଏଠାରେ ପରଟା ଅନ୍ୟ କୌଣସି ତେଲରେ ହୋଇନଥାଏ, ଏହା ସମ୍ପୂର୍ଣ୍ଣ ଭାବେ ଦେଶୀ ଘିଅରେ ତିଆରି ହୋଇଥାଏ । ଯାହାଦ୍ୱାରା ଏହାକୁ ବେଶୀ ଖାଇବା ସମ୍ଭବ ହୋଇନଥାଏ । ଏଠାକାର ପରଟା ତିଆରି କରିବାକୁ ଅନେକ ସମୟ ଲାଗିଥାଏ । କାରଣ ଏହାର ଆକାର ୧ଫୁଟ ୬ଇଂଚ ଏବଂ ଓଜନ ୧କିଲୋ ଅଟେ । । ପରଟାର ଅନେକ ଭେରାଇଟି ଏଠାରେ ମିଳିଥାଏ । ପନିର୍, ସ୍ୱିଟ, ମଟର, ପାଳଙ୍ଗ, ମୂଳା ଭଳି ଏହିପରି ଅନେକ ପରଟା ଏଠାରେ ମିଳିଥାଏ, ଯାହା ଏଠାରେ ପ୍ରସିଦ୍ଧ ଅଟେ ।

ଏଠାକୁ ପ୍ରତିଦିନ ହଜାର ହଜାର ସଂଖ୍ୟାର ଲୋକ ଆସନ୍ତି । ଏହି ଭିନ୍ନଧରଣର ଚ୍ୟାଲେଞ୍ଜ ଯୋଗୁଁ ଏହି ଦୋକାନ ପ୍ରସିଦ୍ଧ ହୋଇସାରିଲାଣି । ସୋସିଆଲ ମିଡିଆରେ ମଧ୍ୟ ଏହି ଦୋକାନ ଭାଇରାଲ ହୋଇଛି । ଦୋକାନକୁ ପାଖାପାଖି ୧୦ବର୍ଷ ବିତିଗଲାଣି ମାତ୍ର ଏହି ଚ୍ୟାଲେଞ୍ଜକୁ କେବଳ ଜଣେ ମାତ୍ର ପୁରା କରିବାରେ ସମର୍ଥ ହୋଇଥିଲେ ।

ପରଟା ଖାଇ ଜୀବନ ସାରା ମାଗଣା ଖାଇବାର ଲାଭ ଉଠାନ୍ତୁ , ଜାଣନ୍ତୁ କିପରି ଓ କେଉଁଠି  ପରଟା ଖାଇ ଜୀବନ ସାରା ମାଗଣା ଖାଇବାର ଲାଭ ଉଠାନ୍ତୁ , ଜାଣନ୍ତୁ କିପରି ଓ କେଉଁଠି

ପଢନ୍ତୁ, ପ୍ରଚୁର ପଇସା ରୋଜଗାର କରିବା ପରେ ବି ଘରେ ସୁଖ ଶାନ୍ତି ନାହିଁ , ଜାଣନ୍ତୁ ଏପରି କାହିଁକି ହୁଏ

Related posts

ସିନେମା ଓ ଟେଲିଭିଜନ୍‌ ଦୁନିଆଁର ଲୋକପ୍ରିୟ ଅଭିନେତ୍ରୀ ରୀତା ଭାଦୁରିଙ୍କ ପରଲୋକ!

ENO Beuro

ଟ୍ରମ୍ପ୍‌ଙ୍କ ଘୋଷଣା: ଇରାନ ସହ ଆଣବିକ ଚୁକ୍ତିରୁ ଓହରିଲା ଆମେରିକା

ENO Beuro

ଅଚଳ ନୋଟ୍ ପାଇଁ ଦେବାଦେବୀଙ୍କ ହୁଣ୍ଡିକୁ ଏକ ମାଧ୍ୟମ କରିନେଇଛନ୍ତି ଶ୍ରଦ୍ଧାଳୁ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More