LIFESTYLE

ଶୀତଦିନେ ଖାଆନ୍ତୁ ମାଛ, ମିଳିବ ଅନେକ ଫାଇଦା

ମାଛରେ ଜୀବସାର, ପୁଷ୍ଟିସାର ଓ ଖଣିଜଲବଣ ରହିଥାଏ। ତେବେ ଶୀତଦିନେ ମାଛ ଖାଇବା ଦ୍ୱାରା ବିଶେଷ ଉପକାର ମିଳିଥାଏ। ସକାଳେ କିମ୍ବା ଦ୍ୱିପ୍ରହର ସମୟରେ ମାଛ ଖାଇବା ଉଚିତ୍‍। ଏହାଦ୍ୱାରା ସହଜରେ ଖାଦ୍ୟ ହଜମ ହୋଇଥାଏ। ତେବେ ମନେରଖନ୍ତୁ ଦିନକୁ ଥରେ ଏବଂ ସପ୍ତାହକୁ ଦୁଇଥର ହିଁ ମାଛ ଖାଆନ୍ତୁ। ଶୀତ ଦିନେ ମାଛ ଖାଇବା ଦ୍ୱାରା ଆପଣଙ୍କ ଶରୀର ଅନେକ ପ୍ରକାରର ସଂକ୍ରମଣରୁ ଦୂରରେ ରହିଥାଏ।

ଆସନ୍ତୁ ଜାଣିବା ଶୀତ ଦିନେ ମାଛ ଖାଇବାର ଫାଇଦା ବିଷୟରେ……..

ମାଛରେ ଭିଟାମିନ୍‌, ମିନେରାଲ୍ସ ଏବଂ ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ। ଏସବୁ ଶରୀରକୁ ଅନେକ ପ୍ରକାରର ରୋଗରୁ ରକ୍ଷା କରିଥାଏ। ଶୀତ ଦିନେ ଏହାକୁ ଖାଇବା ଦ୍ୱାରା ଶରୀରକୁ ଅନେକ ପ୍ରକାରର ସଂକ୍ରମଣରୁ ରକ୍ଷା ମିଳେ। ମାଛ ଶୀତ ଦିନେ ଶରୀରକୁ ଗରମ ରଖେ।

ମାଛ ଖାଇବା ଦ୍ୱାରା ମସ୍ତିଷ୍କ ଚଞ୍ଚଳ ହୋଇଥାଏ । ଏହା ସହ ମାନସିକ ବିକାର ହେବା ଆଶଙ୍କା କମ ହୋଇଥାଏ । ମାଛରେ ଥିବା ପ୍ରୋଟିନ୍‌ ପାଇଁ ମସ୍ତିଷ୍କରେ ନୂଆ କୋଷିକା ନିର୍ମାଣ ହୋଇଥାଏ, ଯାହାଦ୍ୱାରା ସ୍ମରଣଶକ୍ତି ବଢ଼ିଥାଏ।

fish

ଏଥିରେ କମ୍‌ କ୍ୟାଲୋରୀ ଥିବାରୁ ଏହା ଶରୀରରେ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିଥାଏ । ଯାହାଦ୍ୱାରା ହୃଦ୍‌ଜନିତ ସମସ୍ୟା ଦେଖାଯାଇ ନ ଥାଏ।

ଶହେ ଗ୍ରାମ୍‌ ମାଛରେ ୧୧୬ କ୍ୟାଲୋରୀ ଓ ୨୦ ଗ୍ରାମ ପ୍ରୋଟିନ୍‌ ରହିଥାଏ। ଏହାସହ ମାଛରେ ଓମେଗା-୩ ଫ୍ୟାଟି ଏସିଡ଼୍‌ ଏବଂ ଭିଟାମିନ୍‌ ଡି ଭରପୂର ମାତ୍ରାରେ ରହିଛି। ଯାହା ଶରୀରକୁ ଅନେକ ପ୍ରକାରର ରୋଗରୁ ରକ୍ଷା କରେ। ମାଛ ଯୋଗୁ ମସ୍ତିଷ୍କ କ୍ରିୟାଶୀଳ ରହିଥାଏ। ଫଳରେ ମାନସିକ ବିକାର ହେବାର ଆଶଙ୍କା କମ୍‌ ହୋଇଥାଏ।

ପଢନ୍ତୁ; ଭୁପେଶ ବାଘେଲ ହେଲେ ଛତିଶଗଡର ନୂଆ ମୁଖ୍ୟମନ୍ତ୍ରୀ

Related posts

ଓଜନ କମ କରିବା ସହ ରକ୍ତ ସଫା କରିବାରେ ସାହାର୍ଯ୍ୟ କରେ ପୋଟଳ, ଜାଣନ୍ତୁ କିପରି

Ratnamani Moharana

ଚାଉଳରେ କଣ ମିଶାଇ ଭାତ ରାନ୍ଧି ଖାଇଲେ ଆପଣଙ୍କ ମୋଟାପଣ କମିଥାଏ! ଆସନ୍ତୁ ଜାଣିବା ସେ ସମ୍ପର୍କରେ

ENO Beuro

ହଳଦୀଯୁକ୍ତ ପାଣି ପିଇବାଦ୍ଵାରା ଦୂର ହୋଇଥାଏ ଶରୀରର ବିଭିନ୍ନ ପ୍ରକାର ସମସ୍ୟା! ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ

ENO Beuro

Leave a Comment