ରସୁଣ ଖାଇଲେ ମୁଖ ଦୁର୍ଗନ୍ଧ କରିଥାଏ। କିନ୍ତୁ ଏହା ଶରୀର ପାଇଁ ବେଶ ଲାଭଦାୟକ। ମାତ୍ର ଆପଣ ମହୁ ଏବଂ ରସୁଣ ଏକା ସାଙ୍ଗରେ ଖାଇଲେ ଏହା ଶରୀରରୁ ଅନେକ ସମସ୍ୟା ଦୂର କରିଥାଏ।
ଆସନ୍ତୁ ଜାଣିବା ମହୁ ମିଶ୍ରିତ ରସୁଣ ଖାଇବା ଦ୍ଵାରା କି କି ଲାଭ ମିଳିଥାଏ-
ହଜମ ଶକ୍ତି ବୃଦ୍ଧି କରାଇବା ସହ ପେଟଜନୀତ ସମସ୍ତ ସମସ୍ୟା ଦୂର କରିଥାଏ ମହୁରସୁଣ। ଖାଲି ସେତିିକି ନୁହେଁ, ଏହା ଶ୍ୱାସ ରୋଗୀଙ୍କ ପାଇଁ ଖୁବ୍ ଭଲ। ଥଣ୍ଡା ଦେହ ଯାହାର ସେମାନେ ଏହାକୁ ଦୈନିକ ଖାଇଲେ ପ୍ରବଳ ଫ୍ରଳପ୍ରଦ ହେବେ।
ଆପଣ ଯଦି ଦୈନିକ ଗୋଟାଲ ଟେବୁଲ୍ ଚାମଚ ମହୁ ସହ ଟିକେ ରସୁଣ ଖାଇବେ ତାହା ଆପଣଙ୍କ ଶରୀର ପାଇଁ ଆଶାନୁରୂପ ଫଳ ଦେବ।
ରସୁଣ ଖାଇବା ଦ୍ୱାରା ଦୃଦ୍ରୋଗ, ଡାଇରିଆ, ହୃଦ୍ଘାତ, ଆଦି ଅନେକ୍ ରୋଗକୁ ନିୟନ୍ତ୍ରଣ କରି ହେବ। ସେହପରି ମହୁ ବହୁ ପେଟ ସମସ୍ୟା ଦୂର କରିବା ସହ କ୍ଷତ ସ୍ଥାନରେ ଲଗାଇଲେ କ୍ଷତ ଖୁବ ଶୀଘ୍ରଳ ସୁଖି ଯାଇଥାଏ।