• Home
  • LIFESTYLE
  • ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଖାଇବା ଦ୍ଵାରା ମନ ଖୁସି ରହିବା ସହ ମସ୍ତିଷ୍କ ଶାନ୍ତ ମଧ୍ୟ ରହିଥାଏ?
LIFESTYLE

ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଖାଇବା ଦ୍ଵାରା ମନ ଖୁସି ରହିବା ସହ ମସ୍ତିଷ୍କ ଶାନ୍ତ ମଧ୍ୟ ରହିଥାଏ?

ଆମ ପ୍ରତିଦିନ ଭଲ ପୁଷ୍ଟିକର ଖାଦ୍ୟ ଖାଇବା ଦ୍ଵାରା ଆମ ଶରୀର ସୁସ୍ଥ ରହିଥାଏ। ଏମିତି ଅନେକ ଖାଦ୍ୟ ଅଛି, ଯେଉଁଥିରେ ଆଣ୍ଟି ଅକ୍‌ସିଡେଣ୍ଟ୍‌ସ୍‌ ଓ ଭିଟାମିନ୍‌ ସି ର ମାତ୍ରା ଅଧିକ, ଯାହାକୁ ପ୍ରତିଦିନ ଖାଇଲେ ମନ ଖୁସି ରହିବା ସହ ଚେହେରାରେ ହସ ଲାଗି ରହିଥାଏ।

ତେବେ ଜାଣନ୍ତୁ ଏମିତି କିଛି ଖାଦ୍ୟ ବିଷୟରେ ଯାହାଦ୍ୱାରା ଆପଣଙ୍କ ମନ ସର୍ବଦା ଖୁସି ରହିବ-

  • ମାଛ: ଏଥିରେ ମଧ୍ୟ ଓମେଗା-୩ ଫ୍ୟାଟି ଏସିଡ୍‌ ପ୍ରଚୁର ପରିମାଣରେ ଥାଏ। ଏଥିରେ ମସ୍ତିଷ୍କ ସୁସ୍ଥ ରହେ ଓ ମନ ସ୍ଥିର ରହିଥାଏ। ଶରୀର ମଧ୍ୟ ସୁସ୍ଥ ଲାଗିଥାଏ।
  • ଅଡସୀ: ଏଥିରେ ପ୍ରଚୁର ପରିମାଣରେ ଓମେଗା-୩ ଫ୍ୟାଟି ଏସିଡ୍‌ ଥାଏ। ଏହା ଡିପ୍ରେସନ୍‌କୁ ଦୂର କରେ, ମସ୍ତିଷ୍କକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।
  • କ୍ଷୀର: ଏଥିରେ ଭିଟାମିନ୍‌ ଡି ଓ କ୍ୟାଲ୍‌ସିୟମ୍‌ ସହ ଟର୍ମେରାନ୍‌ସ ଓ କର୍କ୍ୟୁମିନାଡ୍‌ସ ରହିଥାଏ ଯାହା ମନକୁ ଖୁସ୍‌ କରିବାରେ ସହାୟକ ହୋଇଥାଏ।
  • ଓଟ୍‌ସ: ଏଥିରେ ଥିବା ହାର୍ଡ ଫାଇବର କାର୍ବୋହାଇଡ୍ରେଟ୍‌ସ ସୁସ୍ଥ ଓ ଆନନ୍ଦ ଅନୁଭବ କରିବାରେ ବହୁତ ସାହାଯ୍ୟକାରୀ।
  • ଗ୍ରୀନ୍‌ ଟି: ଏଥିରେ ଥିବା ଆଣ୍ଟି ଅକ୍‌ସିଡେଣ୍ଟ୍‌ସ ଓ ଥିୟାନାଇନ୍‌ ନାମକ ଅମିନୋ ଏସିଡ୍‌ ଡିପ୍ରେସନ୍‌ ଓ ଷ୍ଟ୍ରେସ୍‌ ଦୂର କରିଥାଏ। ମନ ଖୁସି କରିଥାଏ।
  • ଡାର୍କ ଚକଲେଟ୍‌: ଏହା ହେଉଛି ପ୍ରାକୃତିକ ଆଣ୍ଟିଡିପ୍ରେସାଣ୍ଟ୍‌। ଏହା ଶରୀରରେ ସେରୋଟୋନିନ୍‌ କ୍ଷରଣ କରି ମନ ହାଲୁକା କରିଥାଏ ଓ ଡିପ୍ରେସନ୍‌ ବଢ଼ାଉଥିବା କାର୍ଟିସୋଲ୍‌ ହର୍ମୋନ୍‌ର ସ୍ତର କମ୍‌ କରିଥାଏ।
  • କଦଳୀ: ଏଥିରେ ଭିଟାମିନ୍ସ୍‌, ମିନେରାଲ୍ସ୍‌ ଓ ଫାଇବର୍ସ୍‌ ସହକାର୍ବୋହାଇଡ୍ରେଟ୍ସ୍‌ ଥାଏ। ଏହା ଶରୀରରେ ବ୍ଲଡ୍‌ ସୁଗର ଲେବଲ୍‌ ବଢ଼ାଇ ମନକୁ ଉଲ୍ଲସିତ ରଖାଇଥାଏ।

ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଖାଇବା ଦ୍ଵାରା ମନ ଖୁସି ରହିବା ସହ ମସ୍ତିଷ୍କ ଶାନ୍ତ ମଧ୍ୟ ରହିଥାଏ? food 2

ପଢନ୍ତୁ; ସୂର୍ଯ୍ୟାଦୟ ପରେ ଗର୍ଭବତୀ ମହିଳାମାନେ କରନ୍ତୁ ଏହି କାମ! ପାଇପାରିବେ ଶାରୀରିକ କଷ୍ଟରୁ ରକ୍ଷା

Related posts

ବ୍ରସ , ପାନିଆ ଓ ଟାୱେଲ ଏସବୁ ଜିନିଷ କେତେଦିନ ବ୍ୟବହାର କରିବେ, ଆସନ୍ତୁ ଜାଣିବା

Krishna Kumar Manoj

ଆପଣ ଜାଣିଛନ୍ତି କି ? ପଇଡ଼ ପାଣି ପିଇବା ଦ୍ୱାରା କ’ଣ ଉପକାର ମିଳିଥାଏ,ଯଦି ଜାଣିନାହାନ୍ତି ?ଆସନ୍ତୁ ଜାଣିବା ସେ ସମ୍ପର୍କ ରେ

Krishna Kumar Manoj

କମ୍ପିଟେଟିଭ ପରୀକ୍ଷା ଦେଉଛନ୍ତି କି? ଜାଣନ୍ତୁ ଏଥିପାଇଁ କେମିତି ପ୍ରସ୍ତୁତ ହେବେ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More