ସୁନ୍ଦର ତ୍ୱଚା ପାଇବା ପାଇଁ ସମସ୍ତେ ଚାହାଁନ୍ତି । କିନ୍ତୁ ଏଇ ସୁନ୍ଦରତା ଯଦି ପ୍ରାକୃତିକ ଉପାୟରେ ମିଳେ ତାହେଲେ ଆହୁରି ଭଲ । ନିତିଦିନିଆ ଜୀବନରେ ମହିଳାମାନେ ତ୍ୱଚା ସମ୍ବନ୍ଧୀୟ ଅସୁବିଧା ଯୋଗୁଁ ସବୁବେଳେ ଚିନ୍ତାରେ ଥାଆନ୍ତି । ଏଥିପାଇଁ ବଜାରରେ ଉପଲବ୍ଧ ଅନେକ ପ୍ରଡକ୍ଟ ମଧ୍ୟ ବ୍ୟବହାର କରନ୍ତି । ଯାହାର ଅନେକ ସାଇଡ ଇଫେକ୍ଟ ମଧ୍ୟ ଦେଖାଯାଇଥାଏ।ଜାଣନ୍ତୁ କେଉଁ ଖାଦ୍ୟ ଖାଇଲେ ସବୁବେଳେ ତ୍ୱଚାର ନମନୀୟତା ବଜାୟ ରହିଥାଏ।
ଜାଣନ୍ତୁ ଏ ସମ୍ପର୍କରେ-
- ଷ୍ଟ୍ରବେରି – ଷ୍ଟ୍ରବେରିରେ ପ୍ରଚୁର ମାତ୍ରାରେ ରହିଛି ଫାଇବର ଓ ଆଣ୍ଟିଅକ୍ସିଡାଣ୍ଟ୍ । ନିୟମିତ ଏହାକୁ ଖାଇଲେ ତ୍ୱଚା ସଫା ଲାଗିଥାଏ।
- ଗ୍ରୀନ୍ ଟି – ଗ୍ରୀନ୍ ଟିରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍ ତ୍ୱଚାରେ ଚମକ ଆଣିବା ସହ ପେଟ ସମସ୍ୟା ମଧ୍ୟ ଦୂର କରିଥାଏ।
- ଦହି – ଦହିରେ ରହିଛି ପ୍ରଚୁର ମାତ୍ରାରେ କ୍ୟାଲ୍ସିୟମ୍। ଏହାକୁ ପ୍ରତିଦିନ ଖାଦ୍ୟରେ ସାମିଲ କରିବା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ। ଏଥିରେ ଥିବା ବ୍ୟାକ୍ଟେରିଆ ହଜମ ପ୍ରକ୍ରିୟାକୁ ସହଜ କରିଥାଏ।
- କଦଳୀ – ପୋଟାସିୟମ୍ ଏବଂ ଭିଟାମିନ୍ ସିରେ ଭରପୂର କଦଳୀ କେଶ ଓ ତ୍ୱଚା ଉଭୟ ପାଇଁ ଉପକାରୀ।
- ବାଦାମ – ସ୍ବାସ୍ଥ୍ୟ ଏବଂ ମସ୍ତିଷ୍କ ଉଭୟ ପାଇଁ ଏହା ଫଳପ୍ରଦ। ଏଥିରେ ମନୋସ୍ୟାଚୁରେଟଡ୍ ପ୍ରୋଟିନ୍ ଏବଂ ପୋଟାସିୟମ୍ ଥାଏ ଯାହାକି ଶରୀରକୁ ଶକ୍ତି ଏବଂ ତ୍ୱଚାରେ ଚମକ ଆଣିଥାଏ।
- ଅମୃତଭଣ୍ଡା – ଭିଟାମିନ୍ ବି, ସି, ମ୍ୟାଗ୍ନେସିୟମ୍ରେ ପରିପୂର୍ଣ୍ଣ ଅମୃତଭଣ୍ଡାରେ ଆଣ୍ଟି ଅକ୍ସିଡାଣ୍ଟ୍ ଏବଂ ପପେନ୍ ନାମକ ଏନ୍ଜାଇମ୍ ଥାଏ ଯାହାକି ତ୍ୱଚାକୁ ଲୋଚାକୋଚା ହେବାକୁ ଦିଏନାହିଁ।
- ସେଓ – ପ୍ରୋଟିନ୍ ଓ ଆଣ୍ଟି ଅକ୍ସିଡାଣ୍ଟରେ ଭରପୂର ସେଓ ପ୍ରତିଦିନ ଖାଇଲେ ତ୍ୱଚା ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ।
- ମାଛ – ଏଥିରେ ଥିବା ଓମେଗା ୩ ଫ୍ୟାଟି ଏସିଡ୍ ତ୍ୱଚାକୁ ସୂର୍ଯ୍ୟକିରଣରୁ ହେଉଥିବା କ୍ଷତିରୁ ରକ୍ଷା କରିଥାଏ। ମାଛ ଖାଇବା ଦ୍ୱାରା ତ୍ୱଚାରେ କୁଞ୍ଚିତ ରେଖା ଦେଖାଯାଇ ନ ଥାଏ।
- ଟମାଟୋ – ଟମାଟୋରେ ରହିଛି ଲାଇକୋପିନ୍ ଏବଂ ଆଣ୍ଟି ଅକ୍ସିଡାଣ୍ଟ୍। ଆଣ୍ଟି ଏଜିଙ୍ଗ୍ ପାଇଁ ଏହା ଉତ୍ତମ ମାଧ୍ୟମ ସାଜିଥାଏ।
ପଢନ୍ତୁ;
ଉତ୍ତରପ୍ରଦେଶ : ଯୋଗୀ ସରକାରଙ୍କ ୨ୟ ବଜେଟ ଉପସ୍ଥାପନ , କୁମ୍ଭମେଳା ପାଇଁ ୧୫୦୦ କୋଟି ଟଙ୍କା ଆବଣ୍ଟନ