Loading...

କଦଳୀ ପତ୍ରରେ ବଢାଯାଇଥିବା ଖାଦ୍ଯ ଅମୃତ ସମାନ, ଜାଣନ୍ତୁ କିପରି

କଦଳୀ ପତ୍ରରେ ବଢାଯାଇଥିବା ଖାଦ୍ଯ ଅମୃତ ସମାନ, ଜାଣନ୍ତୁ କିପରି

କଦଳୀ ପତ୍ରରେ ବଢାଯାଇଥିବା ଖାଦ୍ଯ ଖାଇଲେ ମାନସିକ ଶାନ୍ତି ମିଳିଥାଏ। ଖାଦ୍ୟ ଖାଇବା ମାତ୍ରେ ଏକ ଭିନ୍ନ ଆତ୍ମସନ୍ତୋଷ ଲାଭ ହୋଇଥାଏ।

କଦଳୀ ପତ୍ର ର ବିଶେଷ ମହତ୍ୱ ଆମ ହିନ୍ଦୁ ଧର୍ମରେ ରହିଛି l ଯେ କୌଣସି ଧର୍ମ କାର୍ଯ୍ୟ ହୋଇଥାଉ ସେଥିରେ କଦଳୀ ପତ୍ରର ପ୍ରୟୋଗ କରାଯାଇଥାଏ lକଦଳୀ ଯେପରି ଗୋଟିଏ ଫଳ ହିସାବରେ ବିଭିନ୍ନ କାମରେ ଆସିଥାଏ ସେହିଭଳି କଦଳୀ ପତ୍ର ମଧ୍ୟ ବିଭିନ୍ନ କାମରେ ଆସେ l ବିଭିନ୍ନ ପୂଜା ପର୍ବରେ କଦଳୀ ପତ୍ରରେ ଭୋଜନ କରିବା ଆମ ହିନ୍ଦୁ ଧର୍ମରେ ରହିଛି l ଆଜିର ସମୟରେ ଭୋଜନ କରିବା ପାଇଁ ଷ୍ଟିଲ ନହେଲେ ପ୍ଲାଷ୍ଟିକ ଥାଳିର ବ୍ୟବହାର କରୁଛନ୍ତି । ଏବେ ସବୁ ଷ୍ଟିଲ ବାସନର ଅଧିକ ଚାହିଦା । କିନ୍ତୁ ଏହି କଦଳୀ ପତ୍ରରେ ରହିଛି ଅନେକ ଔଷଧୀୟ ଗୁଣ ଯାହା ଆମ ଶରୀର ପାଇଁ ଖୁବ ଆବଶ୍ୟକ l ଆସନ୍ତୁ ଆଜି ଜାଣିବା କଦଳୀ ପତ୍ର ର ପୋଷାକ ତତ୍ୱ ଯୁକ୍ତ କାମ l 

୧- କଦଳୀ ପତ୍ରରେ ଖାଦ୍ୟ ଖାଇଲେ ଓଜନ ହ୍ରାସ ହୋଇଥାଏ l କଦଳୀ ପତ୍ର ରେ ରହିଛି ପଲି ଫିନଲ ନାମକ ତତ୍ୱ ଯାହା ଶରୀରକୁ ଶକ୍ତି ଯୋଗାଇ ଥାଏ l  ତେଣୁ ପୁରୁଣା କାଳରେ ପ୍ରାୟ ସମସ୍ତେ କଦଳୀ ପତ୍ରରେ ଖାଉଥିଲେ l

୨- କଦଳୀପତ୍ର ତ୍ୱଚା ପାଇଁ ମଧ୍ୟ ହିତକର l କଦଳୀପତ୍ରରେ ପ୍ରଚୁର ପରିମାଣରେ ପୋଲି ଫିନାଲ ରହିଥାଏ l ତେଣୁ କରି ଏହା ଆପଣଙ୍କ ତ୍ୱଚାରେ କୁଞ୍ଚନ ଆସିବାକୁ ଦିଏନାହିଁ ଓ ତ୍ୱଚା ସୁସ୍ଥ ରୁହେ l

୩- ଆପଣ ଯେତେବେଳେ କଦଳୀ ପତ୍ରରେ ଗରମ ଖାଦ୍ୟ ଖାଇ ଥାଆନ୍ତି , ସେଥିରୁ ଗୋଟିଏ ପ୍ରକାରର ସୁଗନ୍ଧ ଆସିଥାଏ l ଏଥିରେ ଥିବା ଗୋଟିଏ ପ୍ରକାରର ତତ୍ୱ ଗରମ ଖାଦ୍ୟ ସଂସ୍ପର୍ଶରେ ଆସିବା ଦ୍ୱାରା ତରଳି ଯାଇଥାଏ l ଯେଉଁ କାରଣରୁ ଶରୀରର ଟିସୁ ଗୁଡିକ ଠିକ ଭାବରେ କାର୍ଯ୍ୟ କରି ଥାଆନ୍ତି l

୪-  କଦଳୀପତ୍ରରେ ଖାଦ୍ୟ ଖାଇବା ଦ୍ୱାରା ହାର୍ଟ ସୁସ୍ଥ ରହିଥାଏ l  ଏହାଦ୍ୱାରା ପାଚନ ପ୍ରକ୍ରିୟା ମଧ୍ୟ ଭଲ ହୁଏ ଓ ଶରୀରକୁ ଉପଯୁକ୍ତ ପରିମାଣରେ ଆଇରନ ମିଳିଥାଏ l

୫- ମାନସିକ ଶାନ୍ତି ମିଳିଥାଏ। ଖାଦ୍ୟ ଖାଇବା ମାତ୍ରେ ଏକ ଭିନ୍ନ ଆତ୍ମସନ୍ତୋଷ ଲାଭ ହୋଇଥାଏ।

୬- ଭଗବାନଙ୍କ ନିକଟରେ ଏହି ପତ୍ରରେ ଭୋଗ ଲଗାଯାଉଥିବାରୁ ଏଥିରେ ଖାଇବା ଦ୍ୱାରା ଧାର୍ମିକ ଭାବନା ସୃଷ୍ଟି ହୋଇଥାଏ। ଖାଦ୍ୟ ଅଧିକ ସ୍ୱାଦିଷ୍ଟ ଲାଗିଥାଏ।

୭- ପତ୍ରରେ ଭୋଜନ କଲେ ଖାଦ୍ୟର ସ୍ୱାଦ ସହ ସେହି ଗଛରେ ଥିବା ଔଷଧୀୟ ଗୁଣ ମଧ୍ୟ ଆମ କାମରେ ଆସେ ।  

୮- ବ୍ୟବହୃତ ପତ୍ରକୁ ଆମେ ମାଟିରେ ପୋତିଦେଲେ ଏହା ମାଟିର ଉର୍ବରତା ବଢାଇଥାଏ । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.