LIFESTYLE

ରାତିରେ କାକୁଡି ଖାଉଥିଲେ ଜାଣିନିଅନ୍ତୁ ଏହାର କୁପ୍ରଭାବ ବିଷୟରେ

cucumber

କାକୁଡି  ସମସ୍ତଙ୍କର ପ୍ରିୟ। କାକୁଡି ଏକ ସ୍ନାକ୍କ ଜାତୀୟ ଖାଦ୍ୟ ବୋଲି କୁହାଯାଉଥିଲେ ମଧ୍ୟ ଏହାକୁ ପ୍ରାୟ ସାଲଡ  ଭାବେ ବ୍ୟବହାର କରାଯାଇଥାଏ। ଭିଟାମିନ୍ କେ  ଏବଂ ଆଣ୍ଟିଅକ୍ସିଡାଣ୍ଟ  ଭରପୂର ଥିବା କାକୁଡ଼ି ଅତ୍ୟଧିକ ଥଣ୍ଡା ହୋଇଥାଏ। ଏହା ବ୍ୟତୀତ ଏଥିରେ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ବ  ରହିଥାଏ ଯାହା ଆମ ଶରୀର ଏବଂ ମସ୍ତିଷ୍କ ପାଇଁ ଲାଭଦାୟକ ହୋଇଥାଏ। ତେବେ କାକୁଡିକୁ ରାତିରେ ଖାଇବା ଅନୁଚିତ।

କାକୁଡି ଏକ ଗରିଷ୍ଠ ଜାତୀୟ ଖାଦ୍ୟ

ଏଥିରେ ପ୍ରଚୁର ପରିମାଣରେ ପାଣି ରହିଥାଏ। କାକୁଡ଼ିରେ ୯୫% ପାଣି ରହିଥାଏ। ଯଦି ଆପଣ ରାତିରେ କାକୁଡ଼ି ଖାଉଛନ୍ତି ତେବେ ଆପଣଙ୍କ ପେଟ ଦୀର୍ଘ ସମୟ ଯାଏଁ ଭରି ରହିବଓ ଆପଣଙ୍କୁ ଭାରିପଣ ଅନୁଭବ ହେବ।

ନିଦ୍ରା ପ୍ରଭାବିତ ହେବ

କାକୁଡ଼ି ହଜମ ହେବାକୁ ସମୟ ଲାଗିଥିବା କାରଣରୁ ଏହା ନିଦକୁ ପ୍ରଭାବିତ କରିଥାଏ। ଏହା ବ୍ୟତୀତ ଯଦି ଆପଣ ଅଧିକ ମାତ୍ରାରେ କାକୁଡ଼ି ଖାଉଛନ୍ତି ତେବେ ଏଥିରେ ଥିବା ପାଣି କାରଣରୁ ଆପଣଙ୍କୁ ରାତିରେ ଅଧିକ ଥର ବାଥରୁମକୁ ଯିବାକୁ ପଡ଼ିଥାଏ। ଏହା ଦ୍ବାରା ଆପଣଙ୍କ ନିଦ୍ରାରେ ବାଧା ଉପୁଜିଥାଏ।

ପେଟଜନିତ ସମସ୍ୟାଥିଲେ

ଯେଉଁମାନେ ଅଧିକାଂଶ ସମୟ ପେଟ ଜନିତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ତାଙ୍କ ପାଇଁ କାକୁଡ଼ି ସ୍ବାସ୍ଥ୍ୟପ୍ରଦ ହୋଇନଥାଏ। କାକୁଡ଼ିରେ cucurbitacin ନାମକ ଏକ ଶକ୍ତିଶାଳୀ ଉପାଦାନ ରହିଥିବାରୁ ବଦହଜମିର ସମସ୍ୟା ହୋଇଥାଏ। ଯେଉଁମାନଙ୍କୁ Irritable Bowel Syndrome ସମସ୍ୟା ରହିଥାଏ ସେମାନଙ୍କୁ ଡାକ୍ତର ହଜମ କ୍ରିୟା ଠିକ୍ ଭାବେ ରଖି କାକୁଡ଼ି ନ ଖାଇବାକୁ ପରାମର୍ଶ ଦେଇଥାନ୍ତି ।ତେବେ ଏହି ସବୁ ଦିଗପ୍ରତି ଧ୍ୟାନ ଦେବା ନିହାତି ଦରକାର।

ପଢନ୍ତୁ: ଜୀବନରେ ସଫଳତା ପାଇବାକୁ ଚାହୁଁଥିଲେ ମନେ ରଖନ୍ତୁ କେତୋଟି କଥା

Related posts

ଶିବଲିଙ୍ଗରେ ବେଲପତ୍ର ଚଢାଇଲା ବେଳେ ଧ୍ୟାନ ଦିଅନ୍ତୁ ଏସବୁ କଥାର , ନହେଲେ ମିଳିପାରେ ଓଲଟା ଫଳ

ENO Beuro

ଫଳ ଚୋପାରେ ରହିଛି ଅନେକ ଉପକାରୀ ଗୁଣ ! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

ENO Beuro

ଖରାଦିନେ ଶରୀର ସୁସ୍ଥ ରଖିବା ପାଇଁ ପିଅନ୍ତୁ ଏହି ଜୁସ

ENO Beuro

Leave a Comment