Loading...

ଅତ୍ୟଧିକ ଚିନି ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ, ଜାଣନ୍ତୁ କିପରି

ଅତ୍ୟଧିକ ଚିନି ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ, ଜାଣନ୍ତୁ କିପରି

ପ୍ରାୟତଃ ମୋଟାପଣ ଓ ଲଗାତାର ଓଜନ ବଢିବାରେ ମିଠାର ଯୋଗଦାନ ସର୍ବାଧିକ । ସୋଢା, ଜୁସ୍‌ ଓ ମିଠା ଚା’ ସାଧାରଣତଃ ଚିନିରେ ଭରା ।

ଆପଣ ଚିନି ଖାଉଛନ୍ତି କି ? ଯଦି ଖାଉଛନ୍ତି ତେବେ କିଛି ଜିନିଷ ଜାଣି ରଖନ୍ତୁ । ଚିନି ଯେତିକି ପାଟିକୁ ସ୍ୱାଦିଷ୍ଟ ଲାଗେ ସେତିକି ରୋଗର କାରଣ ବି ହୋଇଥାଏ । ପ୍ରାୟ ଲୋକଙ୍କୁ ଚିନି ଖାଇବା ଦ୍ୱାରା ଶକ୍ତି ମିଳିଥାଏ । ସେହିପରି ଚିନି କିଛି ଲୋକଙ୍କର ଦୁର୍ବଳତା ମଧ୍ୟ । ଦାନ୍ତ ଖରାପ କରିବାଠାରୁ ଆରମ୍ଭ କରି ମଧୁମେହ ବା ଡାଇବେଟିସ ହେବା ଯାଏ ଚିନିର ଅଳ୍ପବହୁତ ପ୍ରଭାବ ନିଶ୍ଚୟ ପଡିଥାଏ । ପ୍ରାୟତଃ ମୋଟାପଣ ଓ ଲଗାତାର ଓଜନ ବଢିବାରେ ମିଠାର ଯୋଗଦାନ ସର୍ବାଧିକ । ସୋଢା, ଜୁସ୍‌ ଓ ମିଠା ଚା’ ସାଧାରଣତଃ ଚିନିରେ ଭରା । ଏହାଛଡା ଅତ୍ୟଧିକ ଚିନି ଖାଇବା ଦ୍ୱାରା କେତେକ କ୍ୟାନ୍ସର ବଢିବାର ଆଶଙ୍କା ଉପୁଜିଥାଏ । ଚିନିରେ ଭରା ଖାଦ୍ୟ ଓ ପାନୀୟ ଖାଇବା ଦ୍ୱାରା ମୋଟାପଣ ବଢିଥାଏ । ଏହା ହିଁ ଧୀରେ ଧୀରେ କ୍ୟାନ୍ସରର ଆଶଙ୍କାକୁ ଆଗକୁ ବଢାଇଥାଏ । ଏଥିସହ ଅତ୍ୟଧିକ ଚିନି ଖାଇବା ଦ୍ୱାରା ଶରୀର ଫୁଲିଥାଏ, ଯାହା କେବେ କେବେ ତ୍ୱଚାରେ ବ୍ରଣ ରୂପରେ ପ୍ରକାଶ ପାଇଥାଏ । ଏଣୁ ଅବଶ୍ୟକଠୁ ଅଧିକ ମିଠା ଖାଇବାରୁ ନିବୃତ ରହିବ ଉଚିତ |

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.