News

ଆଜି ପ୍ରକାଶ ପାଇବ ରାଜ୍ୟସଭା ଉପନିର୍ବାଚନ ବିଜ୍ଞପ୍ତି

Untitled 1

ରାଜ୍ୟସଭାରେ ଓଡ଼ିଶା, ବିହାର ଓ ଗୁଜରାଟରେ ୬ଟି ଆସନ ଖାଲି ହୋଇଥିବାରୁ ଆସନ୍ତା ଜୁଲାଇ ୫ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ଏହାପରେ ଆରମ୍ଭ ହେବ ନାମାଙ୍କନ ଦାଖଲ ପ୍ରକ୍ରିୟା ।  ଓଡ଼ିଶାର ୩ଟି ଆସନ ପାଇଁ ରାଜ୍ୟସଭା ଉପନିର୍ବାଚନ ହେବାକୁ ଥିବା ବେଳେ ଗୁଜରାଟ ପାଇଁ ଦୁଇଟି ଓ ବିହାର ପାଇଁ ଗୋଟିଏ ଆସନରେ ହେବ ଉପନିର୍ବାଚନ । ଜୁନ୍‌ 18 ରୁ ଜୁନ୍‌ 25 ପର୍ଯ୍ୟନ୍ତ ନାମାଙ୍କନ ଦାଖଲର ସମୟ ସୀମା ରହିଛି । 28 ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ତାରିଖ ସ୍ଥିର କରାଯାଇଛି । ଆସନ୍ତା 5 ଜୁଲାଇରେ ରାଜ୍ୟସଭା ପାଇଁ ଭୋଟ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

୩ଟି ରାଜ୍ୟର ୬ ଜଣ ରାଜ୍ୟସଭା ପଦରୁ ସଦ୍ୟ ସମାପ୍ତ ଲୋକସଭା ଓ ବିଧାନସଭା  ନିର୍ବାଚନରେ ବିଜୟୀ ହୋଇଥିବାରୁ ସଦସ୍ୟତା ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି। ଓଡ଼ିଶାରୁ ଅଚ୍ୟୁଗ୍ଦତାନନ୍ଦ ସାମନ୍ତ, ପ୍ରତାପ କେଶରୀ ଦେବ ଓ ସୌମ୍ୟ ରଂଜନ ପଟ୍ଟନାୟକ ଇସ୍ତଫା ପ୍ରଦାନ କରିଛନ୍ତି। ଅଚ୍ୟୁତାନନ୍ଦ ସାମନ୍ତ ଲୋକସଭାକୁ ନିର୍ବାଚିତ ହୋଇଥିଲା ବେଳେ ସୌମ୍ୟ ପଟ୍ଟନାୟକ ଓ ପ୍ରତାପ କେଶରୀ ଦେବ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

ପଢନ୍ତୁ: ସାଂସଦଭାବେ ଶପଥ ନେବାପରେ ରେଜିଷ୍ଟରରେ ଦସ୍ତଖତ କରିବାକୁ ଭୁଲିଗଲେ ରାହୁଲ ଗାନ୍ଧି

Related posts

ଦିଲୀପ ତିର୍କୀଙ୍କୁ ନୂଆ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ENO Beuro

ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ଆର୍‌ବିଆଇ ଜାରି କଲା ନୂଆ ନିୟମ

ENO Beuro

ଭାରତ ବନ୍ଦ ସତ୍ତ୍ବେ ବଢିଲା ପେଟ୍ରୋଲ ଓ ଡିଜେଲର ଦର

ENO Beuro

Leave a Comment