POLITICALS

ଯୋଗୀ ଓ ମାୟାବତୀଙ୍କୁ ଝଟକା:ଇସିଙ୍କ ନିର୍ଦ୍ଦେଶ ୨ ଦିନ କରିପାରିବେନି ନିର୍ବାଚନ ପ୍ରଚାର

କିଛିଦିନତଳେ ଶାହରନପୁରରେ ଏକ ନିର୍ବାଚନୀ ସଭାରେ ମାୟାବତୀ  ମୁସଲିମ ଭୋଟରଙ୍କୁ ଅପିଲ କରି ଭୋଟ ମାଗିଥିଲେ । ଏହାର ଜବାବରେ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ, ବହୁଜନ ସମାଜବାଦୀ ପାର୍ଟି  ସମାଜବାଦୀ ପାର୍ଟି ଓ କଂଗ୍ରେସକୁ ଯଦି ଅଲ୍ଲୀଙ୍କ ଉପରେ ଭରସା ଅଛି ତାହେଲେ ଆମର ମଧ୍ୟ ବଜରଂଗବଲିଙ୍କ  ଉପରେ ଭରସା ଅଛି ।ନିର୍ବାଚନ ପ୍ରଚାରବେଳେ ଏ ଦୁଇ ନେତା ନିଜ ଭାଷଣରେ ଆପତ୍ତିଜନକ ଶବ୍ଦ  ବ୍ୟବହାର କରି ନିର୍ବାଚନ ଆଚଣବିଧି ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଥିଲା ।

ଯୋଗୀ ଓ ମାୟାବତୀଙ୍କୁ ମୁଖ୍ୟ ନିର୍ବାଚନ ଆୟୋଗ  ବଡ ଧରଣର ଝଟକା ଦେଇଛନ୍ତି । ଦୁଇ ଦିନ ପର୍ଯ୍ୟନ୍ତ କୌଣସି ନିର୍ବାଚନୀ ସଭାରେ ଭାଷଣ ଦେଇପାରିବେ ନାହିଁ ବୋଲି ନିର୍ଦେଶ ଦେଇଛନ୍ତି ଇଲେକଶନ କମିଶନ। ଯୋଗୀଙ୍କ ଏଭଳି ବୟାନକୁ ନେଇ ନିର୍ବାଚନ ଆୟୋଗ ତାଙ୍କୁ ନୋଟିସ  ଦେବା ସହ ଶୁକ୍ରବାର ସଂଧ୍ୟା ସୁଦ୍ଧା ଉତ୍ତର ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯୋଗୀ ତାଙ୍କ ଉତ୍ତରରେ କହିଥିଲେ ଯେ, ଭବିଷ୍ୟତରେ ସେ ଏଭଳି ମନ୍ତବ୍ୟ  ଦେବେ ନାହିଁ ଓ ସତର୍କତା ଅବଲମ୍ବନ କରିବେ । ତେବେ ନିର୍ବାଚନ ଆୟୋଗ ଏଥରେ ସନ୍ତୁଷ୍ଟ ନହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରିଛନ୍ତି ।
ପଢନ୍ତୁ: ରାଜଧାନୀରେ ସରକାରୀ କ୍ଵାଟର୍ସରେ ଚାଲିଥିଲା ବନ୍ଧୁକ କାରଖାନା

Related posts

ହିମାଚଳ ପ୍ରଦେଶରେ ଆଗାମୀ ୯ ତାରିଖ ଦିନ ହେବାକୁ ଥିବା ନିର୍ବାଚନ ପାଇଁ ଆଜି ଶେଷ ପ୍ରଚାର

ENO Beuro

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟରଙ୍କୁ ଆକୃଷ୍ଟ କରିବାର ଶେଷ ଦିନ ଆଜି

Ratnamani Moharana

ବିଜେଡ଼ି ଓ ବିଜେପି ମହାମିଳନର ମାଧ୍ୟମ ସଜିଲା ହେଲିକପ୍ଟର

Ratnamani Moharana

1 comment

Leave a Comment