News

ଭୁବନେଶ୍ୱରରେ ପହଞ୍ଚିଲେ ନିର୍ବାଚନ କମିଶନଙ୍କ ୬ ଜଣିଆ ଟିମ୍‌

eci

୩ ଦିନ ରହିବେ, ନିର୍ବାଚନ ପ୍ରସ୍ତୁତି ପାଇଁ କରିବେ ସମୀକ୍ଷା

ଦେଶର ନିର୍ବାଚନ କମିଶନର ଅଶୋକ ଲାଭାସା ଗତକାଲି ରାତିରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଶ୍ରୀ ଲାଭାସାଙ୍କ ନେତୃତ୍ୱରେ ୬ ଜଣିଆ ଟିମ ୩ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି। ଆଜି ବିଭିନ୍ନ ରାଜନୈତିକ ଦଳ ସହ ଟିମ୍‌ ପୃଥକ ପୃଥକ ଆଲୋଚନା କରିବେ । ସେହିପରି ଜିଲ୍ଲା ନିର୍ବାଚନ ଅଧିକାରୀ, ଆରଡିସି, ପୋଲିସ ଆଇଜି ଓ ବିଭିନ୍ନ ସରକାରୀ ଅଧିକାରୀଙ୍କ ସହ ନିର୍ବାଚନୀ ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିବେ ।

ଲୋକସଭା ନିର୍ବାଚନ ସହିତ ଓଡ଼ିଶାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ରାଜ୍ୟରେ ଏହାକୁ ନେଇ ପ୍ରସ୍ତୁତି କେମିତି ରହିଛି ତାର ସମୀକ୍ଷା କରିବେ ଆୟୋଗଙ୍କ ଏହି ଦଳ। ଏହାର ରିପୋର୍ଟ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରିବେ। ଏହା ପରେ ଯାଇ ଲୋକସଭା ନିର୍ବାଚନ ସହିତ ଓଡ଼ିଶାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା କରିବେ।

ଉଲ୍ଲେଖଯୋଗ୍ୟ,ରାଜ୍ୟରେ ନିର୍ବାଚନ ପ୍ରସ୍ତୁତ କେତେ ଦୂର ପହଞ୍ଚିଛି ତାକୁ ଅନୁଧ୍ୟାନ କରିବୁ। ନିର୍ବାଚନ ପ୍ରସ୍ତୁତିର ସ୍ଥିତାବସ୍ଥାର ସମୀକ୍ଷା କରିବୁ ବୋଲି ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଲାଭାସା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ପଢନ୍ତୁ;  ଆସନ୍ତା ୨୧ରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡିଶା ବନ୍ଦ

Related posts

ସମସ୍ତ ୧୧ ହଜାର ଟ୍ରେନ ଏବଂ ୮,୫୦୦ ଷ୍ଟେସନରେ ଲାଗିବ ସିସିଟିଭି କ୍ୟାମେରା : ରେଳ ବଜେଟ ୨୦୧୮

ENO Beuro

ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡୁ

ENO Beuro

କିଡ୍‌ନୀ ସଂକ୍ରାନ୍ତ ରୋଗରେ ପୀଡ଼ିତ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି!

ENO Beuro

Leave a Comment