• Home
  • News
  • ଗୋଲାପୀ ମଲାଟରେ ଦେଖିବାକୁ ମିଳିଲା ଅର୍ଥନୈତିକ ସର୍ବେକ୍ଷଣ
News

ଗୋଲାପୀ ମଲାଟରେ ଦେଖିବାକୁ ମିଳିଲା ଅର୍ଥନୈତିକ ସର୍ବେକ୍ଷଣ

ଅର୍ଥନୈତିକ ସର୍ଭେ ୨୦୧୭-୧୮

ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ  ସଂସଦରେ ବର୍ଷ ୨୦୧୭-୧୮ର ଅର୍ଥନୈତି ସର୍ବେକ୍ଷଣ ରିପୋର୍ଟ ଆଗତ କରିଛନ୍ତି । ତେବେ ପ୍ରତି ବଜେଟ୍ ଅଧିବେଶନରେ ଏହା ଏକ ସ୍ୱାଭାବିତ ଘଟଣା । ଭାରତର ଅର୍ଥମନ୍ତ୍ରୀ ପ୍ରତି ବର୍ଷ ସାଧାରଣ ବଜେଟ ଆଗତ ହେବା ପୂର୍ବରୁ ସଂସଦରେ ଆର୍ଥିକ ସର୍ଭେ ରିପୋର୍ଟ ଆଗତ କରନ୍ତି । ଏହା ଉକ୍ତ ଆର୍ଥିକ ବର୍ଷରେ ଅର୍ଥନୀତିର ସାମଗ୍ରୀକ ଅବସ୍ଥାର ଏକ ରୂପରେଖ ପ୍ରଦାନ କରିବା ସହ ନୂଆ ଆର୍ଥିକ ବର୍ଷରେ ଅର୍ଥନୀତି କିପରି ରହିବ ତାହାର ଏକ ସଂକ୍ଷିପ୍ତ ପୂର୍ବାନୁମାନ କରିଥାଏ । କିନ୍ତୁ ଏବର୍ଷର ସର୍ଭେକୁ କାହିଁକି ସ୍ୱତନ୍ତ୍ର ବୋଲି କୁହାଯାଉଛି ।

ସନ୍ତାନ ସନ୍ତତି ପ୍ରସବ ବିଷୟରେ ନିଷ୍ପତ୍ତି ନେବାର ଅଧିକାର ଅଧିକାଂଶ ସମୟ ମହିଳାଙ୍କ ନିକଟରେ ନଥାଏ ବୋଲି ଅର୍ଥନେତିକ ସର୍ବେକ୍ଷଣରେ ଉଲ୍ଲେଖ ରହିଛି । ଏପରିକି ଦେଶରେ ଲିଙ୍ଗ ଅନୁପାତରେ ପ୍ରଭେଦ ରହିଛି ।

ଭାରତର ଅଧିକାଂଶ ପରିବାରେର ପୁଅଙ୍କ ସଂଖ୍ୟା ଅଧିକ । ଅନେକ ଲୋକ ପୁଅ ଜନ୍ମ ହେବା ପର୍ଯ୍ୟନ୍ତ ଅପେକ୍ଷା କରିଥାଆନ୍ତି । କର୍ମକ୍ଷେତ୍ରରେ ମହିଳାମାନଙ୍କ ସଂଖ୍ୟା ବୃଦ୍ଧି ପାଇବା ବଦଳରେ କମ୍‌ ହେଉଛି । ୧୦ ବର୍ଷ ଆଗରୁ ୩୬ ପ୍ରତିଶତ ମହିଳା ଥିବା ବେଳେ ଏବେ ମାତ୍ର ୨୪ ପ୍ରତିଶତ ରହିଛନ୍ତି । ଆର୍ଥିକ ସର୍ବେକ୍ଷଣରେ ବେଟି ବଚାଓ ଓ ସୁକନ୍ୟା ସମୃଦ୍ଧି ଯୋଜନାର ପ୍ରଶଂସା କରାଯାଇଛି । ଏଥିଯୋଗୁଁ ସ୍ଥିତି ଅଧିକ ଭଲ ହେଉଥିବା କୁହାଯାଇଛି ।ଉତ୍ତର ପୂର୍ବ ରାଜ୍ୟମାନଙ୍କରେ ମହିଳାଙ୍କ ସଂଖ୍ୟା ଅଧିକ ଥିବାରୁ ସେମାନଙ୍କର ପ୍ରଶଂସା କରାଯାଇଛି ।

ସର୍ଭେରେ ଅର୍ଥନୈତିକ ସ୍ଥିତି ବ୍ୟତୀତ ସାମାଜିକ ବିଷୟ ଉପରେ ମଧ୍ୟ ଆଲୋକପାତ କରାଯାଇଛି। ଲୋକମାନଙ୍କର ପୁଅଟିଏ ପାଇବା ପାଇଁ ରହିଥିବା ପ୍ରବଳ ଆଗ୍ରହକୁ ସର୍ଭେ ସାମ୍ନାକୁ ଆଣିଛି। ଏହି କାରଣରୁ ଲିଙ୍ଗଗତ ବୈଷମ୍ୟ ବଢ଼ୁଛି। ଲିଙ୍ଗଗତ ବିଭେଦକୁ ନେଇ ସଚେତନତା ସୃଷ୍ଟି କରିବା ପାଇଁ ଅର୍ଥନୈତିକ ସର୍ଭେ ପୁସ୍ତକଖକୁ ପ୍ରଥମ ଥର ପାଇଁ ଗୋଲାପି ରଙ୍ଗରେ ଛପାଯାଇଛି।

ସର୍ଭେରେ କୁହାଯାଇଛି ଯେ , ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ଲାଗୁ ହେବା ପରେ ପରୋକ୍ଷ ଟିକସଦାତାଙ୍କ ସଂଖ୍ୟା ୫୦% ବଢ଼ିଛି। କ୍ଷୁଦ୍ର ବ୍ୟବସାୟୀ ସ୍ୱେଚ୍ଛାକୃତ ଭାବେ ଜିଏସ୍‌ଟି ନେଟ୍‌ଓ୍ଵର୍କରେ ସାମିଲ ହେଉଛନ୍ତି। ଜିଏସ୍‌ଟି ଲାଗୁ ହେବା ପରେ ରାଜ୍ୟଗୁଡ଼ିକର ଟିକସ ଆଦାୟ ପରିମାଣ କମ୍‌ ହେବ ବୋଲି ଯେଉଁ ଆକଳନ କରାଯାଉଥିଲା ତାହା ଭୁଲ ପ୍ରମାଣିତ ହୋଇଛି। କିନ୍ତୁ ରାଜ୍ୟଗୁଡ଼ିକର ପ୍ରତ୍ୟକ୍ଷ ଟିକସ ଆଦାୟ ପରିମାଣ କମିଥିବା କୁହାଯାଇଛି। ସର୍ଭେରେ ଅନେକ ନୂତନ ତଥ୍ୟ ପ୍ରଦାନ କରାଯାଇଛି। ଯେଉଁ ରାଜ୍ୟଗୁଡ଼ିକର ରପ୍ତାନି ପରିମାଣ ଅଧିକ ସେହି ରାଜ୍ୟ ଅଧିକ ସମୃଦ୍ଧ।

ଗୋଲାପୀ ମଲାଟରେ ଦେଖିବାକୁ ମିଳିଲା ଅର୍ଥନୈତିକ ସର୍ବେକ୍ଷଣ economic servey

ପଢନ୍ତୁ ;

ଚାଲନ୍ତୁ ଜାଣିବା , ବ୍ୟକ୍ତି ନିକଟରେ କେଉଁ ସବୁ ଗୁଣ ଥିଲେ ଆମେ ତାହାଙ୍କୁ ଜଣେ ବିଚାରଶୀଳ ବ୍ୟକ୍ତି ବୋଲି ଭାବିଥାଉ

 

Related posts

୨୦୧୮-୧୯ ବଜେଟ : କୃଷି ଓ ଗ୍ରାମ୍ୟ ଉନ୍ନୟନକୁ ଦିଆଗଲା ଅଧିକ ଗୁରୁତ୍ୱ !

Krishna Kumar Manoj

ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଇମ୍ରାନ୍‌ ଖାନ୍‌

Krishna Kumar Manoj

ସାଲେପୁର ଦୁଷ୍କର୍ମ ଘଟଣା : ଜେଲରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଉଦ୍ୟମ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More