POLITICALS

ବଜେଟ ପୂର୍ବରୁ ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ, ୫ ବର୍ଷରେ ବଢିଛି ବିକାଶ ହାର

Untitled 1

ଆଜି ସଂସଦରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ  ରିପୋର୍ଟ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  ଏହି ରିପୋର୍ଟକୁ ରାଜ୍ୟସଭାରେ ଆଗତ କରିଥିଲେ ।ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କେଭି ସୁବ୍ରମଣ୍ୟମଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଥମ ଅର୍ଥନୈତିକ ସର୍ଭେ ଅଟେ । ବଜେଟ୍ ଆଗତ ହେବାର ଠିକ୍ ଆଗରୁ କେନ୍ଦ୍ର ଅର୍ଥମନ୍ତ୍ରୀ ଦେଶର ଆର୍ଥିକ ବିକାଶର ଚିତ୍ରକୁ ସଂସଦରେ ରଖିଛନ୍ତି । ଏହି ରିପୋର୍ଟରେ ଗତ ୧୨ ମାସ ମଧ୍ୟରେ ଦେଶରେ ବିକାଶର ହାର କିପରି ରହିଛି ତାର ଚିତ୍ର ଦେଇଛନ୍ତି କେନ୍ଦ୍ର ସରକାର ।

ଆର୍ଥିକ ସର୍ଭେରେ ଜିଡିପି ବୃଦ୍ଧି ହାର ୨୦୧୯-୨୦ ପାଇଁ ୭ ପ୍ରତିଶତ  ରହିବା ଅନୁମାନ କରାଯାଇଛି । ଆର୍ଥିକ ନିଅଂଟ ୫.୮ ପ୍ରତିଶତ ରହିବା ଅନୁମାନ କରାଯାଇଛି । ଏହି ଆର୍ଥିକ ସର୍ଭେରିପୋର୍ଟରେ ବିଶ୍ୱର ବିକାଶ ହାର କମ୍ ରହିବା ନେଇ ଆକଳନ କରାଯାଇଛି । ତେବେ ଏଥିରେ ୨୦୧୯-୨୦ ଆର୍ଥିକ ବର୍ଷରେ ତୈଳର ଦାମ୍  କମିବା ନେଇ ଆକଳନ କରାଯାଇଛି ।

ପଢନ୍ତୁ: ଘୋଷଣା ହେଲା ପାଟକୁରା ବିଧାନସଭା ଆସନ ପାଇଁ ନିର୍ବାଚନ ତାରିଖ

Related posts

କଂଗ୍ରେସର ବରିଷ୍ଠ ନେତା ଗୁରୁଦାସ କାମତଙ୍କ ପରଲୋକ

ENO Beuro

ସ୍ଥଗିତ ପାଟକୁରା ବିଧାନସଭା ଆସନ ପାଇଁ ମେ’ ୧୯ରେ ହେବ ମତଦାନ

Ratnamani Moharana

ବିଜେପୁର ପାଇଁ ନବୀନଙ୍କ ସ୍ଵତନ୍ତ୍ର ପ୍ୟାକେଜ

Ratnamani Moharana

Leave a Comment