Loading...

ବିଜୟ ଦେବରକୋଣ୍ଡାଙ୍କୁ ମନି ଲଣ୍ଡରିଂ ମାମଲାରେ ୯ ଘଣ୍ଟା ଜେରା

ବିଜୟ ଦେବରକୋଣ୍ଡାଙ୍କୁ ମନି ଲଣ୍ଡରିଂ ମାମଲାରେ ୯ ଘଣ୍ଟା ଜେରା

ଧର୍ମା ପ୍ରଡକ୍ସନସ୍‌ ବ୍ୟାନରରେ ତିଆରି ହୋଇଥିବା ଫିଲ୍ମ ‘ଲାଇଗର’ ଏକ ବଡ଼ ବଜେଟ୍‌ର ଫିଲ୍ମ ଥିଲା। ରିପୋର୍ଟ ମୁତାବକ, ଫିଲ୍ମ ପାଖାପାଖି ୧୨୦ କୋଟି ବଜେଟ୍‌ରେ ପ୍ରସ୍ତୁତ ହୋଇଥିଲା। କିନ୍ତୁ ବକ୍ସ ଅଫିସ୍‌ରେ ନିଜର ମୂଲ୍ୟ ସୁଦ୍ଧା ସଂଗ୍ରହ କରିବାରେ ସଫଳ ହୋଇପାରି ନ ଥିଲା।

ସାଉଥ ଷ୍ଟାର ବିଜୟ ଦେବରକୋଣ୍ଡାଙ୍କୁ ମନି ଲଣ୍ଡରିଂ ମାମଲାରେ ୯ ଘଣ୍ଟା ଜେରା କରିଛି ଇଡି । ଅଭିନେତାଙ୍କୁ FEMA ର ନିୟମ ଭାଙ୍ଗିବା ଅଭିଯୋଗରେ ଇଡି ପଚରାଉଚରା କରୁଛି । ଫିଲ୍ମ ଲାଇଗରକୁ ନେଇ ଇଡି ତାଙ୍କୁ ପଚରାଉଚରା କରୁଛି । ଇଡି ୯ ଘଣ୍ଟା ବିଜୟଙ୍କୁ ପଚରଉଚରା କରିଥିଲା। ତେବେ ଇଡି ପଚାରିଥିବା ସମସ୍ତ ପ୍ରଶ୍ନର ଉତ୍ତର ବିଜୟ ଦେଇଛନ୍ତି ବୋଲି ନିଜ ଉତ୍ତରରେ କହିଛନ୍ତି।

 

ତେବେ ଇଡିର ପଚରାଉଚରା ପରେ ବିଜୟ କହିଛନ୍ତି, ଆପଣଙ୍କ ଭଲ ପାଇବା ଏବଂ ସ୍ନେହ ଅଧିକ ହେବା ଯୋଗୁଁ କିଛି ସମସ୍ୟା ନିଶ୍ଚିତ ଆସିଛି। କିନ୍ତୁ ଏହା ହିଁ ଜୀବନ ଆଉ କିଛି ନୂଆ ଶିଖିବାର ମଊକା। ମୋତେ ଯେଉଁ କାମ ପାଇଁ ଡକାଯାଇଥିଲା, ତାହାକୁ ମୁଁ କରିଛି। ମୁଁ ସମସ୍ତ ପ୍ରଶ୍ନର ଉତ୍ତର ଦେଇଛି। ଯଦି ଆଉଥରେ ମୋତେ ଡକାଯିବ, ତେବେ ମୁଁ ନିଶ୍ଚିତ ଭାବେ ସହଯୋଗ କରିବି ।ଧର୍ମା ପ୍ରଡକ୍ସନସ୍‌ ବ୍ୟାନରରେ ତିଆରି ହୋଇଥିବା ଫିଲ୍ମ ‘ଲାଇଗର’ ଏକ ବଡ଼ ବଜେଟ୍‌ର ଫିଲ୍ମ ଥିଲା। ରିପୋର୍ଟ ମୁତାବକ, ଫିଲ୍ମ ପାଖାପାଖି ୧୨୦ କୋଟି ବଜେଟ୍‌ରେ ପ୍ରସ୍ତୁତ ହୋଇଥିଲା। କିନ୍ତୁ ବକ୍ସ ଅଫିସ୍‌ରେ ନିଜର ମୂଲ୍ୟ ସୁଦ୍ଧା ସଂଗ୍ରହ କରିବାରେ ସଫଳ ହୋଇପାରି ନ ଥିଲା। ଫିଲ୍ମ ମୋଟ ୬୦.୮୦ କୋଟିର ଆୟ କରିଥିଲା। କିନ୍ତୁ ଫିଲ୍ମର ପ୍ରମୋସନ ଜୋର୍‌ସୋରରେ କରାଯାଇଥିଲା। କାହିଁକି ନା, ଫିଲ୍ମ ହିନ୍ଦୀ ଓ ତେଲୁଗୁ ଭାଷାରେ ରିଲିଜ୍‌ ହୋଇଥିଲା। ଏଥିପାଇଁ ଦୁଇ ରାଜ୍ୟରେ ଫିଲ୍ମର ପବ୍ଲିସିଟି ପାଇଁ ଖୁବ୍‌ ପଇସା ବୁହାଯାଇଥିଲା। ତଥାପି ଫିଲ୍ମ ଦର୍ଶକ ଜୁଟାଇବାରେ ସଫଳ ହୋଇପାରି ନ ଥିଲା।

ଖବର ମୁତାବକ, ଇଡିକୁ ଅଭିଯୋଗ ମିଳିଥିଲା କି, ଫିଲ୍ମରେ କଳା ଧନ ସମେତ ବିଦେଶୀ ଫଣ୍ଡିଂର ବ୍ୟବହାର ହୋଇଛି। ଏହାକୁ ନଜରରେ ରଖି ଇଡି ବିଜୟ ଦେବରକୋଣ୍ଡାଙ୍କୁ ସମନ ପଠାଇଛି। ବିଜୟଙ୍କ ପୂର୍ବରୁ ଇଡି ୧୭ ନଭେମ୍ବରରେ ପ୍ରଯୋଜକ ଚାର୍ମି କୌର ଓ ନିର୍ଦ୍ଦେଶକ ପୁରୀ ଜଗନ୍ନାଧଙ୍କୁ ମଧ୍ୟ ପଚରାଉଚରା ପାଇଁ

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.