News

ସାରଥିଙ୍କ ବାରିମୂଳ ଆଶ୍ରମରେ ଇଡି

Untitled 1

ସାରଥୀ ଓରଫ୍ ସନ୍ତୋଷ ରାଉଳଙ୍କ କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନୋଟିସ୍‌ ଲଗାଇଛି। ଆଶ୍ରମରେ ପହଞ୍ଚିଛନ୍ତି ଇଡିର ୪ ଜଣିଆ ଟିମ୍ । ମିଳିଥିବା ସୂଚନା ଅନୁସାରେ, ସାରଥୀଙ୍କ ବାରିମୂଳ ଆଶ୍ରମରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ନୋଟିସ୍ ଲଗାଯାଇଛି । ତେବେ ନୋଟିସରେ ବାରିମୂଳ ଆଶ୍ରମକୁ ଅନଧିକୃତ ପ୍ରବେଶ ବାରଣ ନେଇ ଉଲ୍ଲେଖ କରାଯାଇଛି । ଏହା ସହ ଇଡି ଟିମ୍ ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ବେଆଇନ୍ ସମ୍ପତ୍ତିର ତଦନ୍ତ କରୁଥିବା ମଧ୍ୟ ସୂଚନା ମିଳିଛି ।

Barimula Ashram 640x430
Barimula Ashram

ଆଶ୍ରମ ମାଲିକାନାରେ ଥିବା ପ୍ରାୟ ୩ ଏକର ୪୨ ଡେସିମିଲ୍‌ର ୨୬ଟି ପ୍ଲଟ୍‌କୁ କିଣାବିକା କରାଯାଇ ପାରିବ ନାହିଁ ବୋଲି ଏହି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ସେପଟେ କ୍ରାଇମବ୍ରାଞ୍ଚ ସ୍କାନରରେ ରହିବେ ସାରଥୀ। ତାଙ୍କର ସମସ୍ତ ଗତିବିଧି ଉପରେ ନଜର ରଖାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସୁଚନା ଦେଇଛନ୍ତି। ବେଲ ବଣ୍ଡ୍‌ରେ ରହିଥିବା ସର୍ତ୍ତ ଅନୁଯାୟୀ, ଯଦି ସାରଥି ସେ ତାର ବିରୁଦ୍ଧାଚରଣ କରନ୍ତି, ତା’ହେଲେ ତଦନ୍ତକାରୀ ଅଫିସର କୋର୍ଟର ଆଶ୍ରୟ ନେଇ ପରବର୍ତ୍ତୀ ପଦକ୍ଷେପ ପାଇଁ ଆଗକୁ ବଢ଼ିବେ।

୪ ବର୍ଷ ଧରି ଜେଲରେ ରହିବା ପରେ ଗତ ୨୫ ତାରିଖ ଦିନ ସାରଥି ସର୍ତ୍ତମୂଳକ ଜାମିନ୍‌ରେ ଜେଲରୁ ବାହାରିଥିଲେ। ଜେଲରୁ ବାହାରି ପୂର୍ବରୁ କୋର୍ଟ କିଛି ସର୍ତ୍ତ ରଖିଥିଲେ। ବିନା ଅନୁମତିରେ ସାରଥି ରାଜ୍ୟ ବାହାରକୁ ଯାଇପାରିବେ ନାହିଁ, ଏପରିକି ସଭାସମିତି କରିପାରିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଥିଲେ।। ହାଇକୋର୍ଟରୁ ଜାମିନ ମିଳିବା ପରେ ମୁକୁଳିଥିଲେ ସାରଥୀ । ତେବେ ଜାମିନ ସହ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି ହାଇକୋର୍ଟ । ଆଉ ଏହି ସର୍ତ୍ତ ଅନୁଯାୟୀ, କେନ୍ଦ୍ରାପଡାସ୍ଥିତ ବାରିମୂଳ ଆଶ୍ରମକୁ ଯାଇପାରିବେ ନାହିଁ ସାରଥୀ ।

ପଢନ୍ତୁ: ଲଗାଣ ବର୍ଷାରେ ବେହାଲ୍‌ ମୁମ୍ବାଇ

Related posts

ପୁଣି ଥରେ ନିର୍ବାଚନରେ ବିଜୟୀ ହେଲେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌

ENO Beuro

ସେଲ୍ଫି ନେଉଥିବାବେଳେ ଅଘଟଣ:ପାହାଡରୁ ସମୁଦ୍ରକୁ ଖସି ପଡିଲେ ଭାରତୀୟ ଛାତ୍ର

ENO Beuro

ଜଣେ ମହିଳାଙ୍କ ସମେତ ୯ ଆତଙ୍କବାଦୀ ରଚିଥିଲେ ଶ୍ରୀଲଙ୍କାରେ ନରସଂହାର

Ratnamani Moharana

Leave a Comment