Loading...

ଦାଉଦ ଭଉଣୀ ହସିନା ପର୍କରଙ୍କ ଘରେ ଇଡି

ଦାଉଦ ଭଉଣୀ ହସିନା ପର୍କରଙ୍କ ଘରେ ଇଡି

ଇଡି ପଞ୍ଝାରେ ଅଣ୍ଡର ୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମ୍‌ଙ୍କ ଭଉଣୀ। ହସିନା ପର୍କରଙ୍କ ଘରେ ରେଡ୍‌ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

ଇଡି ପଞ୍ଝାରେ ଅଣ୍ଡର ୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମ୍‌ଙ୍କ ଭଉଣୀ। ହସିନା ପର୍କରଙ୍କ ଘରେ ରେଡ୍‌ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। କେବଳ ହସିନା ପାର୍କର ନୁହେଁ ଡି’ କମ୍ପାନୀର ଅନ୍ୟ ଠିକ୍‌ଣ ଉପରେ ଓ ଅନ୍ୟ ସମ୍ପର୍କୀୟଙ୍କ ଘରେ ମଧ୍ୟ ଇଡି ଆଜି ସକାଳୁ ଘନ ଘନ ଚଢ଼ାଉ ଜାରି ରଖିଛି।ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ ବିରୋଧରେ ନିକଟରେ ଦାଏର ହୋଇଥିବା ମାମଲାକୁ ନେଇ ତାଙ୍କ ସମ୍ପର୍କୀୟଙ୍କ ଘରେ ଚଢଉ ଆରମ୍ଭ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି ସକାଳୁ ତାଙ୍କ ଭଉଣୀ ହସିନା ପାରିକରଙ୍କ ମୁମ୍ବାଇ ସ୍ଥିତ ଘରେ ରେଡ ଆରମ୍ଭ କରିଛି ଇଡି । ମନି ଲଣ୍ଡରିଂ ମାମଲାରେ ଇଡି କରୁଥିବା ଚଢଉ ଘେରରେ ମୁମ୍ବାଇର ଜଣେ ରାଜନେତା ମଧ୍ୟ ସାମିଲ ଥିବା ମଧ୍ୟ ଜଣାପଡିଛି । ଯଦିଓ ଦାଉଦଙ୍କ ଭଉଣୀ ହସିନାଙ୍କର ଦେହାନ୍ତ ହୋଇସାରିଛି ତଥାପି ତାଙ୍କ ବାସଭବନରେ ରେଡ୍ ହୋଇଛି। ମୁମ୍ବାଇରେ ଏକ କାଳୀନ ୧୦ଟି ସ୍ଥାନରେ ଇଡି ରେଡ୍‌ କରିଛି।

ସୂଚନାମୁତାବକ,  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ସ୍ୱତନ୍ତ୍ର ରୂପେ ମିଳିଥିବା କିଛି ଗୁଇନ୍ଦା ସୂଚନାରୁ ଏବଂ ୧୯୯୩ରେ ହୋଇଥିବା ମୁମ୍ବାଇ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଦାଉଦ ଇବ୍ରାହିମ୍‌ ବିରୋଧରେ ଏନ୍‌ଆଇଏ ଦ୍ୱାରା ରୁଜୁ ପ୍ରାଥମିକ ମାମଲା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଚାଲିଛି। ତେବେ ଏହି ମାମଲାରେ ଆଜି ଜଣଙ୍କୁ ଇଡି ମୁମ୍ବାଇରୁ ଗିରଫ କରିଛି।

 

ସୂଚନା ମୁତାବକ, ୧୯୮୦ରେ ଦାଉଦ ଭାରତ ଛାଡି ବିଦେଶରେ ଏକ ବିଶାଳ ବାଣିଜ୍ୟିକ ସାମ୍ରାଜ୍ୟ ସ୍ଥାପନ କରିଛି। ନିକଟରେ ଦାଉଦ ଇବ୍ରାହିମ ଦ୍ୱାରା ନିୟନ୍ତ୍ରିତ ମୁମ୍ବାଇ ଅଣ୍ଡରୱାର୍ଲ୍ଡ ସଂଗଠିତ ଅପରାଧ ସିଣ୍ଡିକେଟର ଉପସ୍ଥିତି ପଞ୍ଜାବରେ ମିଳିଥିଲା, ଯାହା ପଞ୍ଜାବରେ ଆତଙ୍କ ବିସ୍ତାର କରିବା ନେଇ ସୂଚନା ଦେଇଛି। ଚଳିତ ମାସ ଆରମ୍ଭରେ ସୁରକ୍ଷା ଏଜେନ୍ସିଗୁଡ଼ିକ ୧୯୯୩ ମୁମ୍ବାଇ ସିରିଏଲ୍ ବିସ୍ଫୋରଣର ଅଭିଯୁକ୍ତ ତଥା ଦାଉଦ ଇବ୍ରାହିମ୍‌ର ଘନିଷ୍ଠ ସହଯୋଗୀ ଅବୁ ବକରଙ୍କୁ ଗିରଫ କରିଥିଲେ। ୨୯ ବର୍ଷର ସନ୍ଧାନ ପରେ ସେ ୟୁଏଇରେ ଧରାପଡିଥିଲା।

ଭଲ୍ଲେଖଯୋଗ୍ୟ ଯେ, ମୁମ୍ବାଇ ବୋମା ବିସ୍ଫୋରଣ ମାମଲାରେ ଦାଉଦ ଇବ୍ରାହିମ୍‌ଙ୍କ ବ୍ୟତୀତ ଛୋଟା ଶକିଲ, ସଲିମ ଗାଜି, ଟାଇଗର ମେନନ ଏବଂ ତାଙ୍କ ପରିବାରର ଲୋକେ ସାମିଲ ଥିଲେ। ଏହି ଆକ୍ରମଣରେ ୨୫୦ ଜଣ ପ୍ରାଣ ହରାଇଥିଲେ ଏବ ୬୦୦ରୁ ଅଧିକ ଆହତ ହୋଇଥିଲେ। ଦାଉଦଙ୍କ ଇସାରାରେ ମୁମ୍ବାଇ ସିରିଜ ବିସ୍ଫୋରଣ ହୋଇଥିଲା।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.