News

୧୩ଟି ଦେଶରେ ସମ୍ପତ୍ତି କିଣି ରଖିଛନ୍ତି ଚିଦାମ୍ବରମ

Inx Media Case C2fbef6e C5cd 11e9 9ed0 Dd7a6b36c3ad

ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଇଡି ଜେରା କରୁଛି । ଚିଦାମ୍ବରମ୍‌ଙ୍କ ବେନାମୀ ସମ୍ପତ୍ତି ଏବଂ ବ୍ୟାଙ୍କ୍‌  ଖାତାକୁ ନେଇ ପଚାରାଉଚରା କରିବାକୁ ଚାହୁଁଛି ଇଡି । ଏନେଇ ସୋମବାରରେ  ଇଡି ଏକ ଆଫିଡେଭିଟ୍‌ ଉଚ୍ଚତମ ନ୍ୟାୟଳୟରେ ଆଗତ କରିଥିଲା । ଯେଉଁଥିଲେ ବୈଦେଶିକ ସମ୍ପତ୍ତି ବିଷୟରେ ଖୁଲାସା କରିଛି । ଇଡି ଦାବୀ କରିଛି କି, ଚିଦାମ୍ବରମ ସାଥୀ ଅଭିଯୁକ୍ତଙ୍କ ସହ 13ଟି ଦେଶରେ ସମ୍ପତ୍ତି କିଣି ରଖିଛନ୍ତି । ଏହି କିଣାବିକାର  ଯାଂଚ୍ କରିବା ପାଇଁ କଷ୍ଟଡି ବୃଦ୍ଧି କରିବାକୁ ସୁପ୍ରିମକୋର୍ଟଙ୍କ ନିକଟରେ  ଇଡି  ଚିଦାମ୍ବରମ୍‌ଙ୍କ ରିମାଣ୍ଡ ମାଗିଛି ।

 

ଦାୟର କରିଥିବା ଦଲିଲରେ ଇଡି କହିଛି ଯେ, ବହୁ ଦେଶରେ ଚିଦାମ୍ବରମଙ୍କ ବ୍ୟାଙ୍କ ଖାତା ରହିଛି । ଆର୍ଜେଣ୍ଟିନା, ଅଷ୍ଟ୍ରିଆ, ବ୍ରିଟିଶ ବର୍ଜିନ ଆଇସଲ୍ୟାଣ୍ଡ, ଫ୍ରାନ୍ସ, ଗ୍ରୀସ୍, ମଲେଶିୟା, ମୋନାକୋ, ଫିଲିପାଇନ୍ସ, ସିଙ୍ଗାପୁର, ସାଉଥ ଆଫ୍ରିକା, ସ୍ପେନ, ଶ୍ରୀଲଙ୍କାରେ ଚିଦାମ୍ବରମ ଏବଂ ତାଙ୍କ ସାଥୀ ଅଭିଯୁକ୍ତମାନେ ବ୍ୟାଙ୍କ ଖାତା ଖୋଲିଛନ୍ତି । ସେଲ କମ୍ପାନୀ  ଜରିଆରେ ଏହି ବ୍ୟାଙ୍କ ଖାତା ଗୁଡିକରେ ଦେଣନେଣ କାମ କରାଯାଉଥିଲା ବୋଲି ଇଡି ଦାବି  କରିଛି ।

ପଢନ୍ତୁ:  ଦେଶର ପ୍ରଥମ ମହିଳା ଡିଜିପି କାଞ୍ଚନ ଚୌଧୁରୀ ଭଟ୍ଟାଚାର୍ଯ୍ୟଙ୍କ ପରଲୋକ

Related posts

ଆକାଶ ମାର୍ଗରୁ ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ENO Beuro

‘ହକି ହି ଜିନ୍ଦେଗୀ’ ପୁସ୍ତକ ଲୋକାର୍ପିତ,ହକିକୁ ଓଡିଶାର ଅବଦାନ ଅନନ୍ୟ

ENO Beuro

କେରଳରେ ମୌସୁମୀ: ତୃତୀୟ ସପ୍ତାହ ପୂର୍ବରୁ ଓଡ଼ିଶା ଆସିବନି

Ratnamani Moharana

Leave a Comment