22.1 C
Bhubaneswar
December 7, 2021
EnewsOdia.Com
ଦେଶ ବିଦେଶ ନ୍ୟୁଜ୍ ମନୋରଞ୍ଜନ

ଟଙ୍କା ହେରଫେର ମାମଲାରେ ଫସିଲେ ଅଭିନେତ୍ରୀ ନୋରା ଓ ଜ୍ୟାକଲିନ

ଦିଲ୍ଲୀର ତିହାର ଜେଲରେ ରହି ୨୦୦ କୋଟି ଟଙ୍କା ଆଦାୟ ରାକେଟରେ ଏବେ ନୂଆ ମୋଡ ନେଇଛି । ଏହି ମାମଲା ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଯାଂଚ କରାଯାଉଥିବା ବେଳେ ଦିନକୁ ଦିନ ଏହି ମାମଲାରେ ନୂଆ ନୂଆ ଅଭିଯୁକ୍ତଙ୍କ ନାମ ଯୋଡି ହେଉଛି । ଏବେ ବଲିଉଡ ଅଭିନେତ୍ରୀ ନୋରା ଫତେହୀ ଓ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କୁ ଇଡି ପକ୍ଷରୁ ଜେରା ପାଇଁ ନୋଟିସ କରାଯାଇଛି । ଏହି ଅର୍ଥ କାରବାରରେ ଚନ୍ଦ୍ରଶେଖର ଅଭିନେତ୍ରୀ ନୋରା ଫତେହୀଙ୍କ ଫସାଇବାକୁ ଚେଷ୍ଟା କରିଛନ୍ତି । ଅନ୍ୟପଟେ ଏହି ମାମଲାରେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜଙ୍କୁ ବି ଇଡି ତୃତୀୟ ଥର ପାଇଁ ନୋଟିସ କରିଛନ୍ତି । ତାଙ୍କୁ ଆସନ୍ତା କାଲି ଏମଟିଏନଏଲ ଠାରେ ଥିବା ଇଡିର ଅଫିସରେ ହାଜର ହେବାକୁ କୁହାଯାଇଛି ।

ସୂଚନା ମୁତାବକ ୨୦୦ କୋଟି ଟଙ୍କା ହେରଫେର ମାମଲାରେ ଅଭିଯୁକ୍ତ ମୁକେଶ ଚନ୍ଦ୍ରଶେଖର ଜେଲ ଭିତରୁ ଜ୍ୟାକଲିନଙ୍କୁ ଯୋଗା ଯୋଗ କରୁଥିଲେ । ଯାହାକୁ ନେଇ ଇଡି ଅନୁମାନ କରୁଛି କି ଏହି ଅର୍ଥ ଆଦାୟ ଓ ଏହାର କାରବାର ସହିତ ଜ୍ୟାକଲିନଙ୍କର ସଂପର୍କ ରହିଛି ।

Related posts

ସରିଲା ମୋଦିଙ୍କୁ ମିଳିଥିବା ଉପହାରର ଇ-ନିଲାମୀ

Ratnamani Maharana

ସୂର୍ଯ୍ୟଙ୍କର ଏହି ଫଟୋ ଦେଖି ଦୁନିଆ ଆଶ୍ଚର୍ଯ୍ୟ

Ratnamani Maharana

ଡଷ୍ଟବିନ୍‌ରେ ମହାପ୍ରଭୁଙ୍କ ମହାପ୍ରସାଦ, ଶ୍ରଦ୍ଧାଳୁଙ୍କ ମହଲରେ ଅସନ୍ତୋଷ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More