Loading...

ଶିକ୍ଷା ଓ ନିଯୁକ୍ତି

ରାଜ୍ୟରେ ଏପ୍ରିଲ୍‌ରୁ ପୁଣି ଆରମ୍ଭ ହେବ ସ୍କୁଲରେ ମଧ୍ୟାହ୍ନ ଭୋଜନ

ରାଜ୍ୟରେ ଏପ୍ରିଲ୍‌ରୁ ପୁଣି ଆରମ୍ଭ ହେବ ସ୍କୁଲରେ ମଧ୍ୟାହ୍ନ ଭୋଜନ

ଏପ୍ରିଲ୍‌ରେ ପୁଣି ଆରମ୍ଭ ହେବ ସ୍କୁଲ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ । ପିଲାମାନଙ୍କ ପାଇଁ ପୁଣିଥରେ ମଧ୍ୟାହ୍ନ ଭୋଜନ ଦେବାକୁ ଗଣଶିକ୍ଷା ବିଭାଗ ଚିଠି ଲେଖିଛି ।

ଦ୍ୱାଦଶ ପରୀକ୍ଷାର ମୂଲ୍ୟାୟନ ପ୍ରକ୍ରିୟା ନେଇ ସ୍ପଷ୍ଟ କଲା ଶିକ୍ଷାବିଭାଗ

ଦ୍ୱାଦଶ ପରୀକ୍ଷାର ମୂଲ୍ୟାୟନ ପ୍ରକ୍ରିୟା ନେଇ ସ୍ପଷ୍ଟ କଲା ଶିକ୍ଷାବିଭାଗ

ନିଜ ନିଜ ଶିକ୍ଷାନୁଷ୍ଠାନରେ ନିଜ ଶିକ୍ଷକ ପ୍ରାକ୍ଟିକାଲ୍ ପରୀକ୍ଷା କରାଇବେ । - ଦୁଇଟି ସ୍କିମ୍‌ରେ ମୂଲ୍ୟାୟନ କରାଯିବ । -ବାର୍ଷିକ ପରୀକ୍ଷା ପ୍ରଦର୍ଶନ ଭିତ୍ତିରେ ମାର୍କ ଦିଆଯିବ । -ନଚେତ ବାର୍ଷିକ ପରୀକ୍ଷାର ୮୦ ପ୍ରତିଶତ ଓ କ୍ୱାର୍ଟରଏଣ୍ଡ୍ ପରୀକ୍ଷାର ୨୦ ପ୍ରତିଶତ ମାର୍କରୁ ନମ୍ବର ମିଳିବ। -ଉଭୟ ପଦ୍ଧତ୍ତିରୁ ଯେଉଁଥିରେ ଅଧିକ ମାର୍କ ରହିବ ତାହା ଚୂଡ଼ାନ୍ତ ହେବ ।

ଏପ୍ରିଲ ୨୮ରୁ ଯୁକ୍ତ ଦୁଇ ପରୀକ୍ଷା

ଏପ୍ରିଲ ୨୮ରୁ ଯୁକ୍ତ ଦୁଇ ପରୀକ୍ଷା

ମାଟ୍ରିକ୍‌ ପରେ ଏବେ ଯୁକ୍ତ ୨ ବୋର୍ଡ ପରୀକ୍ଷା ତାରିଖ ଘୋଷଣା । ଏପ୍ରିଲ୍‌ ୨୮ରୁ ଆରମ୍ଭ ଯୁକ୍ତ ୨ ପରୀକ୍ଷା । ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ହେବ ।

ମାଧ୍ୟମିକ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଲା ନବମ ଓ ମାଟ୍ରିକ୍‌ ପରୀକ୍ଷା ସୂଚୀ

ମାଧ୍ୟମିକ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଲା ନବମ ଓ ମାଟ୍ରିକ୍‌ ପରୀକ୍ଷା ସୂଚୀ

ଚଳିତ ବର୍ଷ ପାଇଁ ପ୍ରକାଶ ପାଇଲା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ମାଟ୍ରିକ୍‌ ପରୀକ୍ଷା ସୂଚୀ । ଏପ୍ରିଲ୍‌ ୨୯ରେ ଦ୍ୱିତୀୟ ଭାଷା, ମେ ୨ ରେ ଗଣିତ ପରୀକ୍ଷା, ମେ ୪ରେ ବିଜ୍ଞାନ, ମେ ୫ରେ ପ୍ରଥମ ଭାଷା ପରୀକ୍ଷା, ମେ ୬ରେ ତୃତୀୟ ଭାଷା, ମେ ୭ରେ ସାମାଜିକ ବିଜ୍ଞାନ ପରୀକ୍ଷା ପରୀକ୍ଷା ଅନୁଷ୍ଠିତ ହେବ ।

ଯୁକ୍ତ୨ ପରୀକ୍ଷା କେବେ? ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ ଓ ଅଭିଭାବକ

ଯୁକ୍ତ୨ ପରୀକ୍ଷା କେବେ? ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ ଓ ଅଭିଭାବକ

ଚଳିତ ଶିକ୍ଷାବର୍ଷ ପାଇଁ ନୂତନ ପରୀକ୍ଷା ନୀତି ପ୍ରଚଳନ କରିଛି ସିଏଚଏସଇ। ପ୍ରଥମ ବର୍ଷରେ ତିନିଟି କ୍ୱାର୍ଟର ଏଣ୍ଡ ଓ ଗୋଟିଏ ଫାଷ୍ଟ ଟର୍ମ ଏଣ୍ଡ ପରୀକ୍ଷା କଲେଜ ପକ୍ଷରୁ କରାଯାଇଥିଲା।

ଏପ୍ରିଲ୍‌ ୨୬ରୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ଟର୍ମ-୨ ପରୀକ୍ଷା

ଏପ୍ରିଲ୍‌ ୨୬ରୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ଟର୍ମ-୨ ପରୀକ୍ଷା

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଟର୍ମ-୨ ପରୀକ୍ଷା ଏପ୍ରିଲ୍‌ ୨୬ରୁ ଆରମ୍ଭ ହେବ । ଦଶମ ଶ୍ରେଣୀଙ୍କ ପରୀକ୍ଷା ଏପ୍ରିଲ୍‌ ୨୬ରୁ ମେ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଏପ୍ରିଲ ୨୯ରୁ ମ୍ୟାଟ୍ରିକ୍‌ ସମ୍ମେଟିଭ୍‌-୨ ପରୀକ୍ଷା

ଏପ୍ରିଲ ୨୯ରୁ ମ୍ୟାଟ୍ରିକ୍‌ ସମ୍ମେଟିଭ୍‌-୨ ପରୀକ୍ଷା

ପ୍ରଥମ ପଦ୍ଧତି- ସମ୍ମେଟିଭ୍-୧ ଓ ଇଣ୍ଟରନାଲ ଆସେସମେଣ୍ଟର ୨ ଗୁଣ ହେବ। ୨ୟ ପଦ୍ଧତି- ସମ୍ମେଟିଭ୍-୨ର ମାର୍କ ୨ ଗୁଣ କରି ହିସାବ କରାଯିବ। ସେହିପରି ୩ୟ ପଦ୍ଧତି- ଇଣ୍ଟରନାଲ ଆସେସମେଣ୍ଟର ୨୦%, ସମ୍ମେଟିଭ୍-୧ରୁ ୩୦%, ସମ୍ମେଟିଭ୍-୨ରୁ ୫୦% ନିଆଯାଇ ମାର୍କିଂ କରାଯିବ। ଯେଉଁ ଆସେସ୍‌ମେଣ୍ଟରେ ଅଧିକ ମାର୍କ ଥିବ ତାହା ଚୂଡାନ୍ତ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର।

ପୌର ନିର୍ବାଚନ ଲାଗି ପାଇଁ ସ୍ଥଗିତ ହେଲା ଯୁକ୍ତ ୩ ପରୀକ୍ଷା

ପୌର ନିର୍ବାଚନ ଲାଗି ପାଇଁ ସ୍ଥଗିତ ହେଲା ଯୁକ୍ତ ୩ ପରୀକ୍ଷା

ସ୍ଥଗିତ ରହିଲା ଯୁକ୍ତ-୩ ପରୀକ୍ଷା । ଆସନ୍ତା ୨୨ରୁ ୨୪ ଯାଏଁ ହେବାକୁ ଥିବା ଯୁକ୍ତ-୩ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଆଗାମୀ ପୌର ନିର୍ବାଚନ ପାଇଁ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।

>