EnewsOdia.Com

ଏକ୍‌ଷ୍ଟ୍ରା କ୍ଲାସ ପାଇଁ ବାତିଲ ହେବ ନାହିଁ ଶିକ୍ଷକଙ୍କ ଖରାଛୁଟି

ଗତ କିଛିଦିନତଳେ ଖରା ଛୁଟିରେ ଏକ୍‌ଷ୍ଟ୍ରା କ୍ଲାସ ନିଆଯିବ ବୋଲି ସୂଚନା ଦେଇଥିଲେ ଅରୁଣ କୁମାର ସାହୁ। ପାଠପଢ଼ାରେ ଦୁର୍ବଳ ଥିବା ପିଲାଙ୍କ ପାଇଁ ସ୍କୁଲ୍‌ରେ ଖରାଛୁଟି ସମୟରେ ଏକ୍‌ଷ୍ଟ୍ରା କ୍ଲାସ୍‌ ନିଆଯିବ । ଏହାପରେ ଶିକ୍ଷକଙ୍କ ଖରା ଛୁଟି ବାତିଲ ହେବାନେଇ ଚର୍ଚ୍ଚା ଜୋରଧରିଥିଲା। ତେବେ ଏଥିଲାଗି ଶିକ୍ଷକଙ୍କ ଖରାଛୁଟି ବାତିଲ ହେବ ନାହିଁ ।

ଏକ୍‌ଷ୍ଟ୍ର। କ୍ଲାସ୍‌ ହେଲେ ଶିକ୍ଷକଙ୍କ ଖରାଛୁଟି ବାତିଲ ହେବ ବୋଲି ଯେଉଁ ଆଶଙ୍କା ପ୍ରକାଶ ପାଉଛି, ତାକୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଖଣ୍ଡନ କରିଛନ୍ତି । ଖରାଛୁଟି ସମୟରେ ସ୍କୁଲରେ ରୋଟେସନ ଡ୍ୟୁଟିରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ପାଠ ପଢ଼ାଇବେ । ଯଦି ଟାଣଖରା ଯୋଗୁ ପିଲା ସ୍କୁଲ୍‌ ଆସିବାରେ ସମସ୍ୟା ହୁଏ, ତେବେ ସେତେବେଳେ ସେନେଇ ନିଷ୍ପତ୍ତି ନିଆଯିବ । କିନ୍ତୁ ଏକ୍‌ଷ୍ଟ୍ର। କ୍ଲାସ୍‌ ପାଇଁ ଶିକ୍ଷକଙ୍କ ଖରାଛୁଟି ବାତିଲ ହେବନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।
ପଢନ୍ତୁ: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସିରିଆ ରାଷ୍ଟ୍ରଦୂତ ରିଆଦ୍‌ କାମେଲ

ସମ୍ବନ୍ଧିତ ଖବର

ଲଗାଣ ବର୍ଷାରେ ବେହାଲ ଓଡିଶା

Ratnamani Maharana

ଏବେ ନିଜ ସମ୍ପତ୍ତି ସହିତ କରିବାକୁ ପଡିବ ଆଧାର ଲିଙ୍କ୍

Ratnamani Maharana

ଆଜି ସୁପ୍ରିମକୋର୍ଟରେ ହେବ ନିର୍ଭୟା ମାମଲାର ଶୁଣାଣି

Ratnamani Maharana

ବିଜୁ ପଟ୍ଟନାୟକ ବିମାନବନ୍ଦରେ ଆରମ୍ଭ ହେବ ରି-ସର୍ଫେସିଂ କାମ

Ratnamani Maharana

ପାକ୍ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସ୍ୱାସ୍ଥ୍ୟାବସ୍ଥା ଉଦବେଗଜନକ

Ratnamani Maharana

ଓଡ଼ିଶା ଅଣାଯିବ ବିଜୁ ବାବୁଙ୍କ ଡାକୋଟା ବିମାନ

Ratnamani Maharana