LIFESTYLE

ଘରୋଇ ଉପଚାର ମାଧ୍ୟମରେ ପାଆନ୍ତୁ ମୁଖକେଶରୁ ମୁକ୍ତି

Three

କେଶ ମଣିଷ ଶରୀରର ସୁନ୍ଦରତା ବୃଦ୍ଧି କରିଥାଏ। ମାତ୍ର ଏହା ଯଦି ମୁହଁରେ ଉଠେ ତେବେ ମୁହଁର ସୁନ୍ଦରତାକୁ ନଷ୍ଟ କରିଦେଇଥାଏ। ତେବେ ଏଭଳି ସମସ୍ୟାକୁ ସବୁଦିନ ପାଇଁ ହଟାଇବା ଲାଗି କିଛି ଘରୋଇ ଉପଚାର ପ୍ରୟୋଗ କରିପାରିବେ । ତେବେ ଆସନ୍ତୁ ଜାଣିବା ସେ ସଂପର୍କରେ ।

୧)  ମୁହଁରେ ଉଠିଥିବା କେଶକୁ ହଟାଇବା ପାଇଁ ଆପଣ ବେସନକୁ ପ୍ରୟୋଗ କରିପାରିବେ । ଏଥିପାଇଁ କିଛି ପରିମାଣର ବେସନରେ ଲେମ୍ବୁ ରସ ମିଶାଇ ତାକୁ ମୁହଁରେ ଲଗାଇ ଦିଅନ୍ତୁ । ଏବଂ ଏହାକୁ ପାଖାପାଖି ୨୦ ମିନିଟ୍ ଛାଡି ଦିଅନ୍ତୁ । ପରେ ଏହାକୁ ଉଷୁମ ପାଣିରେ ଧିରେ ଧିରେ ସଫା କରିଦିଅନ୍ତୁ । ତେବେ ଏହାକୁ ସପ୍ତାହରେ ୩-୪ ଥର ବ୍ୟବହାର କରିବା ଦ୍ୱାରା ସୁଫଳ ମିଳିଥାଏ ।

୨) ମୁହଁରୁ କେଶ ହଟାଇବା ପାଇଁ ହଦଳୀରେ ତିଆରି ପ୍ୟାକ ସବୁଠାରୁ ଭଲ ଘରୋଇ ଉପଚାର ଅଟେ । ଏଥିପାଇଁ କଂଚା କ୍ଷୀର ସହ କିଛି ପରିମାଣର ହଳଦୀ ମିଶାଇ ଏହାର ପ୍ୟାକ ପ୍ରସ୍ତୁତ କରନ୍ତୁ । ଆଉ ଏହାକୁ ସଂପୂର୍ଣ୍ଣ ମୁହଁରେ ଭଲଭାବରେ ଲଗାଇ ଦିଅନ୍ତୁ । ପାଖାପାଖି ୧୫ ମିନିଟ୍ ପରେ ଉଷୁମ ପାଣିରେ ଧୋଇ ସଫା କରି ଦିଅନ୍ତୁ । ଦେଖନ୍ତୁ ମୁହଁରେ ଉଠିଥିବା କେଶ ସଂପୂର୍ଣ୍ଣ ରୂପେ ସଫା ହୋଇଯାଇଥିବ ।

୩) ଗୋଲାପଜଳକୁ ମଧ୍ୟ ମୁହଁରେ ଉଠିଥିବା କେଶକୁ ହଟାଇବା ପାଇଁ ବ୍ୟବହାର କରିପାରିବେ । ତେବେ ପ୍ରତିଦିନ ମୁହଁକୁ ଦିନକୁ ଦୁଇ ଥର ଲେଖାଏଁ ଗୋଲାପଜଳରେ ସଫା କରନ୍ତୁ । ଏହାଦ୍ୱାରା ମୁହଁରେ ଉଠିଥିବା କେଶଗୁଡିକ ମୃତ ହୋଇଯିବା ସହ ତ୍ୱଚାର ଉଜ୍ଜଳତା ମଧ୍ୟ ବଢିଥାଏ ।

୪) ଚିନି ଓ ଲେମ୍ବୁକୁ ମିଶାଇ ତିଆରି ହୋଇଥିବା ସ୍କ୍ରବ୍ ମୁହଁରୁ କେଶ ହଟାଇବାରେ ସହାୟକ ହୋଇଥାଏ । ଏଭଳି ସ୍କ୍ରବ୍ ସାଧାରଣତଃ ସମ୍ବେଦନଶୀଳ ତ୍ୱଚା ପାଇଁ ଅତ୍ୟନ୍ତ ଉପକାରୀ । କାରଣ, ଚିନି ନିର୍ଜୀବ ତ୍ୱଚା ତଥା କେଶକୁ ବାହାର କରି ତ୍ୱଚାରେ ଚମକ ଆଣିଥାଏ । ଆଉ ଲେମ୍ବୁ କେଶର ରଙ୍ଗକୁ ରୁଖା କରିଥାଏ । ତେବେ ଏହାକୁ ନିୟମିତ ଭାବରେ ବ୍ୟବହାର କରିବା ଦ୍ୱାରା ମୁହଁରେ ଉଠିଥିବା କେଶ ହଟି ଯାଇଥାଏ । ଆଉ ତ୍ୱଚା ଆକର୍ଷଣୀୟ ଦେଖାଯାଇଥାଏ ।

ପଢନ୍ତୁ: ପିଲାଙ୍କୁ ସ୍କୁଲ ପଠାଇବା ସମୟରେ ପ୍ରତ୍ୟେକ ମାଆଙ୍କୁ ଧ୍ୟାନ ରଖିବା ଉଚିତ୍ ଏହି ୪ଟି କଥା

Related posts

ଅଣ୍ଡାର କେଉଁ ଅଂଶ ଖାଇବା ଶରୀର ପାଇଁ କ୍ଷତିକାରକ ଏବଂ ଏହା ଦ୍ଵାରା କେଉଁ ସବୁ ରୋଗ ହୋଇଥାଏ ଜାଣନ୍ତୁ ?

ENO Beuro

ଆସନ୍ତୁ ଜାଣିବା ଲବଙ୍ଗର ଉପକାରିତା

ENO Beuro

ଚର୍ମ ରୋଗ ଏକଜିମା ର ଲକ୍ଷଣ ଓ ଘରୋଇ ଚିକିତ୍ସା ବିଷୟରେ ଜାଣନ୍ତୁ

ENO Beuro

Leave a Comment