Loading...

ଆରପାରିରେ ଦାଦାସାହେବ ଫାଲକେ ପୁରସ୍କାର ବିଜେତା କେ. ବିଶ୍ବନାଥ

ଆରପାରିରେ ଦାଦାସାହେବ ଫାଲକେ ପୁରସ୍କାର ବିଜେତା କେ. ବିଶ୍ବନାଥ

ଦାଦା ସାହେବ ଫାଲ୍‌କେ’ ପୁରସ୍କାରପ୍ରାପ୍ତ ବିଖ୍ୟାତ ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତା କସୀନଥୁନୀ ବିଶ୍ବନାଥଙ୍କର ଗୁରୁବାର ମଧ୍ୟରାତ୍ର ସମୟରେ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଛି।

‘ଦାଦା ସାହେବ ଫାଲ୍‌କେ’ ପୁରସ୍କାରପ୍ରାପ୍ତ ବିଖ୍ୟାତ ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତା କସୀନଥୁନୀ ବିଶ୍ବନାଥଙ୍କର ଗୁରୁବାର ମଧ୍ୟରାତ୍ର ସମୟରେ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ ହୋଇଯାଇଛି।ବିଶ୍ବନାଥଙ୍କ ମୃତ୍ୟୁକୁ ନେଇ ତେଲୁଗୁ, ତାମିଲ, ହିନ୍ଦୀ ଫିଲ୍ମ ଜଗତରେ ଶୋକର ଛାୟା ଖୋଳିଯାଇଛି । ସପ୍ତପଦୀ, କାମଚୋର, ସଂଯୋଗ, ଜାଗ ଉଠ ଇନସାନ ଆଦି ଫିଲ୍ମରେ ସେ ଦେଇଥିଲେ ନିର୍ଦ୍ଦେଶନା ।

ଆନ୍ଧ୍ରପ୍ରଦେଶ ସରକାରଙ୍କ ପକ୍ଷରୁ କେ. ବିଶ୍ୱନାଥଙ୍କୁ ସମ୍ମାନିତ କରାଯାଇଥିଲା । ସେ ଲାଇଫଟାଇମ ଆଚିଭମେଣ୍ଟ ପୁରସ୍କାର ସମେତ ୧୦ଟି ଫିଲ୍ମଫେୟାର ପୁରସ୍କାର ହାସଲ କରିଥିଲେ । ୧୯୬୫ ଦଶକରୁ ସେ ୫୦ରୁ ଅଧିକ ସିନେମା ନିର୍ମାଣ କରିଥିଲେ । ତାଙ୍କ ନିର୍ଦ୍ଦେଶିତ ଆତ୍ମା ଗୌରବମ ଶ୍ରେଷ୍ଠ ଫିଚର ଫିଲ୍ମ ଆଓ୍ବାର୍ଡ ଲାଭ କରିଥିଲା ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.