LIFESTYLE

ଅଣ୍ଡାର କେଉଁ ଅଂଶ ଖାଇବା ଶରୀର ପାଇଁ କ୍ଷତିକାରକ ଏବଂ ଏହା ଦ୍ଵାରା କେଉଁ ସବୁ ରୋଗ ହୋଇଥାଏ ଜାଣନ୍ତୁ ?

ପ୍ରାୟତଃ ସମସ୍ତେ ଅଣ୍ଡା ଖାଇବାକୁ ଭଲ ପାଇ ଥାଆନ୍ତି । ଏକ ଗବେଷଣା ଅନୁସାରେ ଅଣ୍ଡା ଶକ୍ତି ପ୍ରଦାନ କରିବା ସହିତ ଶରୀରର ଓଜନ କମାଇଥାଏ । ସେଥିପାଇଁ ଏହାକୁ ଅନେକ ଲୋକ ନିୟମିତ ଖାଇଥାନ୍ତି । କେତେକ ଏହାକୁ ସକାଳ ଜଳଖିଆରେ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ଆପଣ ଜାଣନ୍ତି କି ଅଣ୍ଡାର ଧଳା ଅଂଶ ଶରୀର ପାଇଁ କେତେ ହାନିକାର ହୋଇଥାଏ ?  ଏହାକୁ ଖାଇବା ଦ୍ୱାରା ଶରୀରରେ ଏଲର୍ଜି ହୋଇଥାଏ । ଆସନ୍ତୁ ଜାଣିବା ଏହାର କେତେଗୁଡ଼ିଏ ଖରାପ ଗୁଣ ସଂପର୍କରେ ।

ଅଣ୍ଡା ଖାଇବା ଦ୍ଵାରା କେଉଁ ସବୁ ରୋଗ ହୋଇଥାଏ ଜାଣନ୍ତୁ

ଅଣ୍ଡାର ଧଳା ଅଂଶରେ ପ୍ରୋଟିନ୍‌ ଅଧିକ ମାତ୍ରାରେ ଥାଏ । ଏହା କିଡ୍‌ନୀ ଜନିତ ସମସ୍ୟାରେ ପଡ଼ିଥିବା ଲୋକଙ୍କ ପାଇଁ ହାନିକାରକ ହୋଇଥାଏ । କାରଣ ଏଥିରେ ଥିବା ପ୍ରୋଟିନ୍‌ କିଡ୍‌ନୀରେ ଗ୍ଲୋମେରୁଲର ଫିଲ୍ଟରେଶନ ରେଟ୍ (ଜିଏଫ୍ଆର) କମାଇ ଦେଇଥାଏ ।

ଜିଏଫ୍‌ଆର ହେଉଛି ଏକ ପ୍ରକାର ତରଳ ପଦାର୍ଥ ଯାହା କିଡ୍‌ନୀକୁ ଫିଲ୍ଟର କରିଥାଏ । କିନ୍ତୁ ଅଣ୍ଡାର ଧଳା ଅଂଶରେ ଥିବା ପ୍ରୋଟିନ୍ ଜିଏଫ୍‌ଆରର ମାତ୍ରାକୁ ହ୍ରାସ କରି ଦେଇଥାଏ ।

ଅଣ୍ଡାର ଧଳା ଅଂଶ ଖାଇବା ଦ୍ୱାରା କିଛି ଲୋକଙ୍କୁ ଏଲର୍ଜି ହୋଇଥାଏ ।  ଶରୀର କୁଣ୍ଡେଇ ହେବା ସହ ଫଳିଯାଇ ଲାଲ୍‌ ପଡ଼ଯାଏ । ଘିମିରି ବାହାରିବା ଓ ଆଖିରୁ ପାଣି ବୋହିବା ଭଳି ସମସ୍ୟା ମଧ୍ୟ ଦେଖା ଦେଇଥାଏ । ଅଣ୍ଡାର ଧଳା ଅଂଶ ଖାଇବା ଦ୍ୱାରା ନିଶ୍ୱାସ ନେବାରେ ବି ସମସ୍ୟା ଦେଖାଯାଏ । ବ୍ଲଡ୍‌ପ୍ରେସର ବି କମିଯାଏ । ଏଥିଯୋଗୁଁ ବେଳେ ବେଳେ ଲୋକେ ଚେତାଶୂନ୍ୟ ହୋଇଯିବା ଭଳି ଅନୁଭବ କରନ୍ତି ।

ଅଣ୍ଡାର ଧଳା ଅଂଶ ଖାଇବା ଦ୍ୱାରା ଶରୀରରେ ବାୟୋଟିନ୍‌ (ଭିଟାମିନ୍‌ B7 ଓ BH)ର ମାତ୍ରା କମ୍‌ ହୋଇଯାଏ । ଅଣ୍ଡାର ଧଳା ଅଂଶରେ ଥିବା ଏବ୍ୟୁମିନ୍‌ ଶରୀରକୁ ବାୟୋଟିନ୍‌କୁ ଅବଶୋଷିତ କରିବାକୁ ଦିଏ ନାହିଁ ଅବା ସେଥିରେ ସମସ୍ୟା ସୃଷ୍ଟି କରେ । ଏଥିଯୋଗୁଁ ତ୍ୱଚା ଜନିତ ସମସ୍ୟା ଦେଖାଯାଏ ।  ଖାଲି  ସେତିକି ନୁହେଁ, ଏହାକୁ ଖାଇବା ଦ୍ୱାରା ମାଂସପେଶୀରେ ଦରଜ ହେବା ସହିତ ଚୁଟି ଝଡ଼ିଥାଏ ।

ପଢନ୍ତୁ ; କେନ୍ଦୁଝରର ଆନନ୍ଦପୁର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା:୪ମୃତ,୩ ଗୁରୁତର

 

Related posts

ଖବରକାଗଜରେ ଖାଦ୍ୟ ପ୍ୟାକ୍ କରୁଛନ୍ତି କି ? ସାବଧାନ! ଏହା ଶରୀର ପ୍ରତି ହୋଇପାରେ କ୍ଷତିକାରକ!

ENO Beuro

ଘରୋଇ ଉପାୟରେ ମୁହଁରୁ ଦାଗ କିପରି ଦୂର କରିବେ ଜାଣନ୍ତୁ?

ENO Beuro

ଫିଡସ୍ ଭଳି ରୋଗକୁ ସମୂଳେ ନାଶ କରିବା ଭଳି ସାହସ ରଖେ ଏହି ଆୟୁର୍ବେଦିକ ବିଧି

Ratnamani Moharana

2 comments

Leave a Comment