News

ଆଜି ‘ଇଦ୍ ଉଲ୍ ଫିତର’: ଚଳଚଞ୍ଚଳ ପୁରା ସହର

Ee

ଆଜି ପବିତ୍ର ଇଦ୍‌ । ମୁସଲମାନ ସଂପ୍ରଦାୟର ପବିତ୍ର ପର୍ବ। ଦେଶବ୍ୟାପୀ ଇଦ୍ ପାଳନ ଚାଲିଥିବା ବେଳେ ସାରା ରାଜ୍ୟରେ ମଧ୍ୟ ବଡ଼ ଆନନ୍ଦ ଉଲ୍ଲାସର ସହ ଇଦ ପାଳନ ଚାଲିଛି । ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି ମସଜିଦ । ମସଜିଦ୍‌ରେ ସମୂହ ନମାଜ ପାଠ  ପାଇଁ ଭିଡ ଜମିଛି। ମସଜିଦକୁ ରଙ୍ଗୀନ ଆଲୋକମାଳରେ ସଜା ଯାଇଛି। ଦୀର୍ଘ ୧ମାସ ଧରି ମୁସଲମାନ ଭାଇଭଉଣୀମାନେ ରମଜାନ ମାସରେ ଉପବାସ ରଖିଥିଲେ। ଆଜି ସେମାନେ ତାଙ୍କର ଉପବାସ ଭାଙ୍ଗି ପରସ୍ପରକୁ ଇଦ୍‌ ମୁବାରକ ଜଣାଇବେ।

ଦୀର୍ଘ ୧ ମାସ ଧରି ଧର୍ମ ମାସ ରମଜାନରେ  ଉପବାସ ରଖିଥିଲେ ମୁସଲମାନ ଭାଇ ଭଉଣୀମାନେ। ଆଜି ସେମାନେ ଉପବାସ ଭଙ୍ଗ କରିବେ। ପରସ୍ପରକୁ ଇଦ୍ ମୁବାରକ୍ ଜଣାଇବେ।ସମସ୍ତଙ୍କ ଘରେ ବିଭିନ୍ନ କିସମର ମିଠା ଖାଦ୍ୟ ତିଆରି କରଯାଇ ବନ୍ଧୁଙ୍କ ସମେତ ସମ୍ପର୍କୀୟ ଲୋକଙ୍କୁ ନିମନ୍ତ୍ରଣ କରାଯିବାର ବିଧି ରହିଛି । ଛୋଟ ବଡ ସମସ୍ତେ ଗୁରୁଜନଙ୍କଠୁ ଆର୍ଶୀବାଦ ନେବାର ମଧ୍ୟ ପରମ୍ପରା ରହିଛି । ମୁସଲିମ୍ ସଂପ୍ରଦାୟର ଲୋକଙ୍କ ଘରେ ଅତିଥିଙ୍କ ଭିଡ଼ ଜମିଛି । ସବୁ ପରିବାର ସଦସ୍ୟ ଏକାଠି ହୋଇ ଇଦ୍ ପାଳନ କରୁଛନ୍ତି ।

ପଢନ୍ତୁ: କେରଳରେ ପୁଣି ନିପା ଭାଇରସ୍‌ ଆତଙ୍କ

Related posts

ଔଷଧ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଓ ଉଜବେକିସ୍ତାନ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି

ENO Beuro

ଓଡିଶାରେ ଶାନ୍ତିପୂର୍ଣ ନିର୍ବାଚନ ନେଇ ଓଡ଼ିଶା ପୁଲିସ୍‌ର ସମୀକ୍ଷା ବୈଠକ

Ratnamani Moharana

ସବୁଠାରୁ ଦ୍ରୁତଗାମୀ ଗ୍ରହ ଯେଉଁଠି ସାତ ଘଣ୍ଟାରେ ଶେଷ ହେବ ଗୋଟିଏ ବର୍ଷ ବା ୩୬୫ ଦିନ

ENO Beuro

Leave a Comment