21.7 C
Bhubaneswar
October 29, 2020
EnewsOdia.Com
ଦେଶ ବିଦେଶ

‘ଏକ ଭାରତ ଶ୍ରେଷ୍ଠ ଭାରତ’ ଯୋଜନାରେ ଯୁବ ଯାତ୍ରୀଙ୍କୁ ରିହାତି

ମୋଦିସରକାର ଏକ ନୂଆ ଯୋଜନାର ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଯୋଜନାର ନାମ ରଖାଯାଇଛି  ‘ଏକ ଭାରତ ଶ୍ରେଷ୍ଠ ଭାରତ’। ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ ଅନ୍ତର୍ଗତ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାତ୍ରା  କରୁଥିବା ଯୁବ ଯାତ୍ରୀ ଯେଉଁମାନଙ୍କ ଆୟ ମାସିକ ୫ ହଜାର ଟଙ୍କାରୁ କମ ହୋଇଥିବ, ସେମାନେ ଏହି ରିହାତି ପାଇପାରିବେ ।

ଯାତ୍ରୀ ଭଡ଼ାରେ ରିହାତି ବ୍ୟବସ୍ଥା କେବଳ ସାଧାରଣ ରେଳ ଗାଡ଼ିରେ ଲାଗୁ ହେବ । ସ୍ୱତନ୍ତ୍ର ରେଳ ଗାଡ଼ି ଏବଂ ସ୍ୱତନ୍ତ୍ର ସୁବିଧା ଥିବା ରେଳ ଗାଡ଼ିରେ ଏହା ଲାଗୁ ହେବ ନାହିଁ ।

ଯାତ୍ରା ଆରମ୍ଭ ହେଉଥିବା ସ୍ଥାନ ଠାରୁ ଗନ୍ତବ୍ୟ ସ୍ଥଳ ପର୍ଯ୍ୟନ୍ତ ୩୦୦ କିମିରୁ ଅଧିକ ଯାତ୍ରା କରୁଥିବା ଯାତ୍ରୀଙ୍କୁ ମେଲ/ଏକ୍ସପ୍ରେସ ଟ୍ରେନର ଦ୍ୱିତୀୟ ଶ୍ରେଣୀ କିମ୍ବା ସ୍ଲିପର ଶ୍ରେଣୀରେ ଫେରନ୍ତା ଯାତ୍ରା ଲାଗି ଗୋଟିଏ ଥର ଯାତ୍ରୀ ଭଡ଼ା ଉପରେ ମଧ୍ୟ ଏହି ରିହାତି ମିଳିବ ।ଏହି ରିହାତି କେବଳ ଦ୍ୱିତୀୟ ଶ୍ରେଣୀ ଏବଂ ସ୍ଲିପର ଶ୍ରେଣୀର ସିଟ୍ ପାଇଁ ମୂଳ ଭଡ଼ା ଉପରେ ମିଳିବ ।

ପଢନ୍ତୁ: ଆସନ୍ତା ଗୁରୁବାର ହେବ ବର୍ଷର ଶେଷ ସୂର୍ଯ୍ୟପରାଗ

Related posts

ମାତ୍ର କେଇ ମିନିଟରେ ଜାଣନ୍ତୁ ଆପଣଙ୍କ ପାଖରେ ଥିବା ନୋଟ ଅସଲି ନା ନକଲି

Ratnamani Maharana

ମୋବାଇଲ ଗ୍ରାହକଙ୍କୁ ଜୋରଦାର୍ ଝଟକା, ଉଭୟ ଡାଟା ଏବଂ କଲିଂ ପାଇଁ ଦେବାକୁ ପଡିପାରେ ଅଲଗା ଅଲଗା ଟଙ୍କା

Ratnamani Maharana

ସିଏଏ ହିଂସାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More