News

ଏକାମ୍ର କ୍ଷେତ୍ର ପୁରୁଣା ଭୁବନେଶ୍ୱର ପାଇବ ନୂଆ ରୂପ,ଦେବ ଆଇ ଲଭ୍ ଭୁବନେଶ୍ଵରର ପରିଚୟ

ହକି ବିଶ୍ୱକପକୁ ରହିଲା ଆଉ ମାତ୍ର ୯ ଦିନ । ସମସ୍ତ ପ୍ରସ୍ତୁତି ମଧ୍ୟ ପାଖାପାଖି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶୋଭା ପାଇବ ଏକାମ୍ର ପ୍ଲାଜା, ପୁରୁଣା ଭୁବନେଶ୍ବରର ଦ୍ବାରଦେଶରେ ନିର୍ମିତ ହେଉଛି ଏହି ପ୍ଲାଜା, ଯାହା ନାଗରିକ ଓ ପର୍ଯ୍ୟଟକଙ୍କ ପାଇଁ ହେବ ଏକ ସ୍ବତନ୍ତ୍ର ଆକର୍ଷଣ । ନିର୍ମିତ ହେଉଥିବା ପ୍ଲାଜାଟି ସହର ଏବଂ ପୁରୁଣା ଭୁବନେଶ୍ବରର ସଂଗମ ସ୍ଥଳରେ ଅବସ୍ଥିତ । ଏହା ମନ୍ଦିରମୟୀ ନଗରୀ ଏବଂ ୫.୮ କି.ମି ଲମ୍ବର ସ୍ମାର୍ଟ ଜନପଥକୁ ସଂଯୋଗ କରୁଛି । ଭୁବନେଶ୍ଵର ସ୍ମାର୍ଟ ସିଟି ଲିମିଟେଡର ଏହା ଏକ ଅବଦାନ ଯାହା ଆଧୁନିକ ଏବଂ ସୃଜନ ଢଙ୍ଗରେ ହୋଇ ଏକ ‘ଲିଭେବଲ୍ ସିଟି’ର ପରିଚୟ ଦେଇଛି ।

ekamra

ସୂଚନାଯୋଗ୍ୟ, ଏବେ ରାଜଧାନୀରେ ଥିବା ଅଧିକାଂଶ ଐତିହ୍ୟ ଅବହେଳିତ ଅବସ୍ଥାରେ ଅଛି। ଏଏସ୍‌ଆଇ ମାତ୍ର ୨୯ଟିର ରକ୍ଷଣାବେକ୍ଷଣ କରୁଛି । ଏପରିକି ଏଏସ୍‌ଆଇ କେବଳ ରକ୍ଷଣାବେକ୍ଷଣରେ ସୀମିତ ରହି ଅନ୍ୟ କିଛି କାର୍ଯ୍ୟ କରୁନି । ତେଣୁ ରାଜଧାନୀରେ ଥିବା ସମସ୍ତ ଐତିହ୍ୟ ସ୍ମାରକୀଗୁଡ଼ିକୁ କିପରି ଅଧିକରୁ ଅଧିକ ପର୍ଯ୍ୟଟକ ଆସିବେ ସେଥିପାଇଁ ହେରିଟେଜ୍‌ ଡେଭଲପମେଣ୍ଟ ପ୍ଲାନ୍‌ ହୋଇଛି । ଏହି ଯୋଜନାରେ ରାଜଧାନୀର ସମସ୍ତ ଐତିହ୍ୟ ସ୍ମାରକୀ ଓ ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଏବେ ଏହି ଐତିହ୍ୟ କୀର୍ତ୍ତିରାଜିଗୁଡ଼ିକର ଜିଆଇଏସ୍‌ ମ୍ୟାପିଂ ସରିଥିବାବେଳେ ଭୁବନେଶ୍ୱର ଓ୍ଵାନ୍‌ ୱେବସାଇଟରେ ଏହାର ସବିଶେଷ ତଥ୍ୟ ଉପଲବ୍ଧ ହେଉଛି ।

ପଢନ୍ତୁ;  ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ, ୧୨ ଛାତ୍ରୀଛାତ୍ର ଆହତ

Related posts

ର‍୍ୟାନ୍‌ ଇଣ୍ଟରନ୍ୟାସନାଲ ସ୍କୁଲ୍‌ର ପ୍ରଦ୍ୟୁମ୍ନ ଠାକୁର ହତ୍ୟା ମାମଲା, ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ENO Beuro

ସଙ୍କଟରେ ଇମରାନ୍ ଙ୍କ ତୃତୀୟ ବିବାହ

ENO Beuro

ଭାରତର ରାଜଧାନୀ ଦିଲ୍ଲୀକୁ ନେଇ କେଜ୍ରିଓ୍ଵାଲ୍‌ ଉପସ୍ଥାପନ କରିଛନ୍ତି ବିଚିତ୍ର ପ୍ରଶ୍ନ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More