Loading...

ଘରର ମୁଖିଆ ଗୁରୁବାର ଦିନ ଏହି ତିନୋଟି କାମ କରିବା ଉଚିତ ନୁହେଁ, ଜାଣନ୍ତୁ କଣ

ଘରର ମୁଖିଆ ଗୁରୁବାର ଦିନ ଏହି ତିନୋଟି କାମ କରିବା ଉଚିତ ନୁହେଁ, ଜାଣନ୍ତୁ କଣ

କୌଣସି ବି ପରିବାରର ଉନ୍ନତି ଓ ସୁଖରେ ସେ ଘରର ମୁଖିଆ ଙ୍କର ବହୁତ ବଡ଼ ଭୂମିକା ଥାଏ । ଏହା ତାଙ୍କର ଦାୟିତ୍ୱ ହୋଇ ଥାଏ ଯେ ସେ ଘର ସଂସାର କୁ ଠିକ ଭାବରେ ଚଳେଇ ନେବେ ।

କୌଣସି ବି ପରିବାରର ଉନ୍ନତି ଓ ସୁଖରେ ସେ ଘରର ମୁଖିଆ ଙ୍କର ବହୁତ ବଡ଼ ଭୂମିକା ଥାଏ । ଏହା ତାଙ୍କର ଦାୟିତ୍ୱ ହୋଇ ଥାଏ ଯେ ସେ ଘର ସଂସାର କୁ ଠିକ ଭାବରେ ଚଳେଇ ନେବେ । ତାଙ୍କୁ ଘରେ ଏମିତି କିଛି ନିୟମ ଓ ଉପାୟ କରିବାକୁ ପଡି ଥାଏ ଯେ ଯାହା ଫଳରେ ତାଙ୍କ ପରିବାର ହସ ଖୁସିରେ ରହିବେ । ତାଙ୍କ ଘର ପରିବାର ଉପରେ କୌଣସି ବି ପ୍ରକାରର ଆଞ୍ଚ ନ ଆସୁ । ତାଙ୍କୁ ତାଙ୍କ ଘରର ସଦସ୍ୟ ଙ୍କୁ ସଠିକ ସଂସ୍କାର ଓ ଶିକ୍ଷା ଦେବା ଉଚିତ । ନିଜ ନିଜ ଭିତରେ ଭଲ ପାଇବା ଓ ସ୍ନେହ ମମତା ବନେଇ ରଖିବା ଉଚିତ । ଏହା ହେଉଛି ଗୋଟେ ଘରର ସଫଳତାର ଚାବି । ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣ ମାନଙ୍କୁ ଏମିତି 3ଟି କାମ ବିଷୟରେ କହିବାକୁ ଯାଉଛୁ ଯାହାକୁ ଘରର ମୁଖିଆ ଗୁରୁବାର ଦିନ କରିବା ଉଚିତ ନୁହେଁ । ଯଦି ସେ ଏମିତି କରି ଥାନ୍ତି ତେବେ ଘର ଉପରେ ବହୁତ ସାରା ସମସ୍ୟା ଓ ବିପଦ ଆସି ଥାଏ । ତେଣୁ ଯଦି ଆପଣ ଘରର ମୁଖିଆ ଅଟନ୍ତି ତେବେ ଏହି କଥା ଗୁଡିକୁ ବିଶେଷ ଭାବରେ ଧ୍ୟାନ ଦିଅନ୍ତୁ ।

ନିଶା:-

ଗୁରୁବାର ଦିନ ଘରର ମୁଖିଆଙ୍କୁ କୌଣସି ପ୍ରକାରର ନିଶା କରିବା ଠାରୁ ଦୂରରେ ରହିବା ଉଚିତ । ଏହି ନିଶା ସବୁ ଭିତରେ ବିଡି, ସିଗରେଟ, ଗଞ୍ଜେଇ, ତମ୍ବାଖୁ , ମଦ ଇତ୍ୟାଦି ଜିନିଷ ସାମିଲ ଅଟେ । ଯଦି ଘରର ମୁଖିଆ ଏହିସବୁ ଜିନିଷ ଗୁରୁବାର ଦିନ ନିଜ ଘରେ ବସି ସେବନ କରୁ ଥାନ୍ତି ତେବେ ଏହା ତାଙ୍କର ପୁରା ପରିବାର ପାଇଁ କ୍ଷତି କାରକ ହୋଇ ପାରେ । ଏହି ନିଶାଦ୍ରବ୍ୟ ଘରେ ନକରାତ୍ମକ ଶକ୍ତିକୁ ବଢ଼େଇ ଥାଏ । ଗୁରୁବାର ଦିନ ପ୍ରଭୁ ସତ୍ୟନାରାୟଣ ଙ୍କର ଅଟେ । ତାଙ୍କୁ ଏସବୁ ଜିନିଷ ପସନ୍ଦ ନୁହେଁ। ଏମିତିକା ମହଲରେ ଯଦି ତାଙ୍କର ପୂଜା ପାଠ ହୋଇ ଥାଏ ତୋ ସେ ତାକୁ ଗ୍ରହଣ କରି ନ ଥାନ୍ତି । ବରଂ ସେ ନାରାଜ ହୋଇ ଥାନ୍ତି ଆଉ ଏହା ଦ୍ୱାରା ଘର ପରିବାର ଉପରେ ଖରାପ ପ୍ରଭାବ ପଡି ପାରେ । ଏଥିପାଇଁ ଏହି ଦିନ ନିଶା ଦ୍ରବ୍ୟ ସେବନ କରନ୍ତୁ ନାହିଁ ଏହା ଆପଣଙ୍କର ଘର ପରିବାର ପାଇଁ ଭଲ ଅଟେ ।

ଆମିଷ:-

ଗୁରୁବାର ଦିନ ଘରର ମୁଖିଆ କେବଳ ନିଜ ଘରେ ନୁହେଁ ବରଂ ବାହାରେ ବି କୌଣସି ଠାରେ ଆମିଷ ସେବନ କରିବା ଉଚିତ ନୁହେଁ । ଏଥିପାଇଁ ଏହି ଗୁରୁବାର ଦିନ ମାଂସ ଆଦି ଆମିଷ ଜିନିଷ ସେବନ ବର୍ଜିତ ଅଟେ । ଆପଣ ଏହା ଏହି ଦିନ ଘର ବାହାରେ ବି ଖାଇବା ଉଚିତ ନୁହେଁ । କାହିଁକି ନା ଆପଣ ଯାହା ହେଲେ ବି ଘରକୁ ଫେରିବେ ତେଣୁ ଏହା ସେମିତିରେ ଦେଖିବାକୁ ଗଲେ ଘରକୁ ଆମିଷ ଆସିଲା । ଏହା ଭଗବାନ ବିଷ୍ଣୁ ଙ୍କୁ ପସନ୍ଦ ଆସି ନ ଥାଏ ତେଣୁ ଏହା ଦ୍ୱାରା କିଛି ବି ଅମଙ୍ଗଳ ହୋଇ ପାରେ । ତେଣୁ ଆମର କହିବା କଥା ଯେ ଗୁରୁବାର ଦିନ ଘରର ମୁଖିଆ ତଥା ଅନ୍ୟ ସଦସ୍ୟ ମାନେ ବି ଏହି ଦିନ ଆମିଷ ନ ଖାଇଲେ ଭଲ ଅଟେ ।

ମହିଳାଙ୍କ ଅପମାନ:-

ଏମିତିରେ ତ ଆପଣଙ୍କୁ କେବେବି ଏମିତି କାମ କରିବା ଉଚିତ ନୁହେଁ କିନ୍ତୁ ଗୁରୁବାର ଦିନ ଯଦି କେହି ବି ମହିଳା ଙ୍କର ହୃଦୟ କୁ ଆପଣ ଦୁଃଖ ଦେଇ ଥାନ୍ତି କିମ୍ୱା ଅପମାନିତ କରନ୍ତି ତେବେ ଆପଣଙ୍କ ଜୀବନରେ ଦୁଃଖର ବାଦଲ ଆସିବାରେ ଡେରି ଲାଗିବ ନାହିଁ । ଏହି ଦିନ ନୁହେଁ ବରଂ ସମସ୍ତ ଦିନ ଆପଣ ମହିଳା ମାନଙ୍କୁ ସମ୍ମାନ ଦିଅନ୍ତୁ । ଯେଉଁ ଘରେ ମହିଳାଙ୍କୁ ଇଜ୍ଵତ ଦିଆ ଯାଇ ନ ଥାଏ ସେଠାକୁ ମା ଲକ୍ଷ୍ମୀ ବି ଆସି ନ ଥାନ୍ତି । ମା ଲକ୍ଷ୍ମୀ ବିଷ୍ଣୁ ଙ୍କର ସ୍ତ୍ରୀ ଅଟନ୍ତି । ଏଥିପାଇଁ ଏହି ଦୁହିଁଙ୍କୁ ମହିଳାଙ୍କର ଅପମାନ ପସନ୍ଦ ଆସି ନ ଥାଏ । ଆପଣ ଘରର ମୁଖିଆ ତେଣୁ ଏହି କଥାକୁ ନିଜେ ଭଲ ଭାବରେ ପାଳନ କରିବା ଆବଶ୍ୟକ ଅଟେ, ଏବଂ ଘରର ବାକି ସଦସ୍ୟଙ୍କୁ ବି ଏମିତି କରିବା ପାଇଁ କହିବା ଆବଶ୍ୟକ ଅଟେ ।

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.