POLITICALS

ପ୍ରଥମ ଶପଥ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅନ୍ୟ ନବ ନିର୍ବାଚିତ ବିଧାୟକମାନଙ୍କ ଶପଥ ପାଠ ଜାରି

Nn

ଆଜିଠୁ ଆରମ୍ଭ ହୋଇଛି ଷୋଡଶ ବିଧାନସଭା ଅଧିବେଶନ । ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ଏହି ସ୍ୱତନ୍ତ୍ର ଅଧିବେଶନ ୩ ଦିନ ପର୍ଯ୍ୟନ୍ତ ଚାଲିବ । ବର୍ତମାନ ଚାଲିଛି ବିଧାନସଭାରେ ନବନିର୍ବାଚିତ ବିଧାୟକଙ୍କ ଶପଥଗ୍ରହଣ ଉତ୍ସବ । ପ୍ରଥମେ ଶପଥ ନେଲେ ଗୃହର ନେତା  ନବୀନ ପଟ୍ଟନାୟକ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ କାମଚଳା ବାଚସ୍ପତି ଅମର ଶତପଥୀ । ସମସ୍ତ ନବ ନିର୍ବାଚିତ ବିଧାୟକଙ୍କୁ ଶପଥପାଠ କରାଉଛନ୍ତି ବାଚସ୍ପତି । ସନ୍ଧ୍ୟା ୫ଟା ଯାଏଁ ବିଧାନସଭା ଗୃହରେ ଏହି ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜିତ ହେବ।

ବିଧାୟକମାନେ ଶପଥ ନେଇ ସାରିବା ପରେ ଆସନ୍ତା ଜୁନ୍ ୧ ତାରିଖରେ ବାଚସ୍ପତି ନିର୍ବାଚିତ ହେବେ । ଯଦିବା ବିଜେଡି ସୂର୍ଯ୍ୟ ପାତ୍ରଙ୍କୁ ବାଚସ୍ପତି ପଦରେ ବସାଇବାକୁ ଘୋଷଣା କରି ସାରିଛି ତେବେ ସାମ୍ବିଧାନିକ ନୀତିନିୟମ ଅନୁସାରେ ବିଧାୟକମାନେ ହିଁ ବାଚସ୍ପତିଙ୍କୁ ନିର୍ବାଚିତ କରନ୍ତି । ତେଣୁ ୧ ତାରିଖରେ ବାଚସ୍ପତି ନିର୍ବାଚନ ହେବା ପରେ ତାଙ୍କ ଅଧ୍ୟକ୍ଷତାରେ ଗୃହ କାର୍ଯ୍ୟ ଚାଲିବ । ଏହା ପୂର୍ବରୁ ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କୁ ବିଧାନସଭାର କାମଚଳା ବାଚସ୍ପତି ଭାବେ ରାଜ୍ୟପାଳ  ଶପଥ ପାଠ କରାଇଛନ୍ତି।
ପଢନ୍ତୁ: ଆଖି ବୁଜିଲା ନନ୍ଦନକାନନର ଏକମାତ୍ର ବିରଳ ପ୍ରଜାତି ଓରାଙ୍ଗଓଟାନ୍ ‘ବିନି’

Related posts

ଜୁନ ୨୫ରୁ ବିଧାନସଭାର ମୌସୁମୀ ଅଧିବେଶନ

Ratnamani Moharana

ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ପ୍ରଚାର ଅଭିଯାନ

Ratnamani Moharana

ଅଙ୍ଗନୱାଡି କର୍ମୀଙ୍କ ଉଦେଶ୍ୟରେ କହିଥିବା କଥା ପାଇଁ ମନ୍ତ୍ରୀ ଦାମୋଦର ରାଉତ ଦୁଖଃ ପ୍ରକାଶ କଲେ

ENO Beuro

Leave a Comment