POLITICALS

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର: କମ୍ପୁଛି ଉପକୂଳ ଓ ଉତ୍ତର ଓଡ଼ିଶା

ଚତୁର୍ଥ ପର୍ଯ୍ୟୟ ନିର୍ବାଚନ, ପାଇଁ ଆଜି ସନ୍ଧ୍ୟାରେ ସରିବ ପ୍ରଚାର । ଶେଷ ଦିନରେ ମୈଦାନରେ କସରତ କରିବେ ସବୁ ଦଳର ହେଭିଓ୍ବେଟ୍ । ପ୍ରଚାର ପାଇଁ ସବୁ ରାଜନୈତିକ ଦଳଙ୍କ ହାତରେ ରହିଛି ଆଉ କିଛି ଘଣ୍ଟା । କମ୍ପୁଛି ଉପକୂଳ ଓ ଉତ୍ତର ଓଡ଼ିଶା । ଭୋଟରଙ୍କ ମନ ଜିଣିବାକୁ ପ୍ରାର୍ଥୀ ଏବେ ସବୁ ବଳ ଖଟାଇ ଦେଇଛନ୍ତି । ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକସଭା ଓ ୪୧ଟି ବିଧାନସଭା  ଆସନରେ ଭୋଟ୍‌ ନିଆଯିବ । କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, ମୟୂରଭଞ୍ଜ ଓ ଯାଜପୁର ଲୋକସଭା ଓ ଏହା ଅନ୍ତର୍ଗତ ବିଧାନସଭା ଆସନରେ ଭୋଟ୍‌ ଗ୍ରହଣ ରହିଛି । କେବଳ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମେ ୧୯ ତାରିଖରେ ମତଦାନ ରହିଛି ।

ନିର୍ବାଚନ ପ୍ରଚାର ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ  ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆଜି ପ୍ରଥମେ ମୟୂରଭଞ୍ଜ ଜିଲ୍ଲା ମୋରଡ଼ାରେ ଅନୁଷ୍ଠିତ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ଅମିତ ଶାହ ଯୋଗ ଦେବେ। ଏହାପରେ ଅପରାହ୍ନରେ ଯାଜପୁର ଜିଲ୍ଲା ସୁକିନ୍ଦାଠାରେ ଅନୁଷ୍ଠିତ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶରେ ସେ ଯୋଗ ଦେବେ।

ସେହିପରି ପ୍ରଚାରର ଶେଷ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ମଧ୍ୟ ଆଜି ମାରାଥନ ପ୍ରଚାର କରିବେ। ଚତୁର୍ଥ ପର୍ଯ୍ୟାୟରେ ସବୁ ବିଧାନସଭା ନିର୍ବାଚନମଣ୍ଡଳୀରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବ।
ପଢନ୍ତୁ: କେନ୍ଦ୍ରାପଡାରେ ଜୋରଦାର ପ୍ରଚାର ସହ ରୋଡ ସୋ କଲେ ବୈଜୟନ୍ତ ପଣ୍ଡା

Related posts

ସାର୍‌ ନୁହେଁ, ମତେ ରାହୁଲ୍‌ ଡାକ: ଚେନ୍ନାଇର ଷ୍ଟେଲା ମେରିସ୍‌ କଲେଜର ଝିଅମାନଙ୍କୁ କହିଲେ ରାହୁଲ

Ratnamani Moharana

ବିଜେପିର ନୂଆ ପ୍ରାର୍ଥୀ: ବଲିଉଡର ଷ୍ଟାର ସନ୍ନି ଦେଓଲ

Ratnamani Moharana

ଓଡିଶାରେ ଚାଲିଛି ଶେଷ ପର୍ଯ୍ୟାୟ ମତଦାନ

Ratnamani Moharana

1 comment

Leave a Comment