Loading...

୮ ହଜାର ୬୪୮ ଜଣଙ୍କ ପ୍ରାର୍ଥୀପାତ୍ର ନାକଚ କଲା ନିର୍ବାଚନ କମିଶନ

୮ ହଜାର ୬୪୮ ଜଣଙ୍କ ପ୍ରାର୍ଥୀପାତ୍ର ନାକଚ କଲା ନିର୍ବାଚନ କମିଶନ

ପଞ୍ଚାୟତ ନିର୍ବାଚନ ପାଇଁ ଦାଖଲ ହୋଇଥିବା ୨ ଲକ୍ଷ ୨୦ ହଜାର ୪୧୪ ଜଣଙ୍କ ପ୍ରାର୍ଥିପତ୍ର କାଏମ୍ ରହିଛି।

ପଞ୍ଚାୟତ ନିର୍ବାଚନ ପାଇଁ ଦାଖଲ ହୋଇଥିବା ୨ ଲକ୍ଷ ୨୦ ହଜାର ୪୧୪ ଜଣଙ୍କ ପ୍ରାର୍ଥିପତ୍ର କାଏମ୍ ରହିଛି। ସେଥିମଧ୍ୟରୁ ସରପଞ୍ଚ ପଦବୀ ପାଇଁ ୩୨ ହଜାର ୮୬୦ ଜଣଙ୍କ ପ୍ରାର୍ଥିପତ୍ର କାଏମ୍ ରହି ଥିବାବେଳେ ୱାର୍ଡ ସଭ୍ୟ ପଦବୀ ପାଇଁ ୧ ଲକ୍ଷ ୫୬ ହଜାର ୭୫୩ ଜଣଙ୍କ ନାମାଙ୍କନ ପତ୍ର କାଏମ ରହିଛି। ତେବେ ନାମାଙ୍କନ ପତ୍ର ଯାଞ୍ଚ ବେଳେ ମାତ୍ର ୮ ହଜାର ୬ ଶହ ୪୮ ଜଣଙ୍କ ନାମାଙ୍କନ ପତ୍ର କଟି ଯାଇଥିବା ସୂଚନା ମିଳିଛି।

ସେହିପରି ପଞ୍ଚାୟତ ସମିତି ସଦସ୍ୟ ପଦବୀ ପାଇଁ ୨୭ ହଜାର ୩୪ ଜଣ ପ୍ରାର୍ଥୀ ଏବଂ ଜିଲ୍ଲା ପରିଷଦ ପଦବୀ ପାଇଁ ୩ ହଜାର ୭ଶହ ୬୭ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର କାଏମ୍ ରହିଛି। ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସମୟ ରହିଛି। ୨୫ ତାରିଖରେ ହିଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଅର୍ଥାତ୍‌ ସେହିଦିନ ହିଁ ସ୍ପଷ୍ଟ ହେବ, ରଣାଙ୍ଗନରେ କେତେ ପ୍ରାର୍ଥୀ ରହିଲେ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.