News

ଭୋଟରଙ୍କ ପାଇଁ ପ୍ରସ୍ତୁତ ହେଲା ୨୬ ଲକ୍ଷ ବୋତଲ କାଳୀ

ନିର୍ବାଚନ ତାରିଖ ଘୋଷଣା  ପରେ ଭାରତୀୟ ନିର୍ବାଚନ କମିଶନ  ଲାଗିପଡିଛି ପ୍ରସ୍ତୁତିରେ। ଭୋଟରଙ୍କ ପାଇଁ ୨୬ ଲକ୍ଷ ବୋତଲ ନୀଳ କାଳୀ  ମଧ୍ୟ ପ୍ରସ୍ତୁତ ହୋଇ ରହିଛି। ଏହି ୨୬ ଲକ୍ଷ ବୋତଲ କଳିର ଦାମ ୩୩ କୋଟି ଟଙ୍କା  । ମତଦାନ ପରେ ଏହି କାଳୀକୁ ଭୋଟରଙ୍କ ଆଙ୍ଗୁଠିରେ ଲଗାଯାଇଥାଏ। ତେବେ ଏଥର ୯୦ କୋଟି ଭୋଟରଙ୍କ ପାଇଁ ଏହି କାଳୀ କିଣାଯାଇଛି। ପ୍ରତି ବୋତଲରେ ୪୦  ମିଲିଲିଟର କାଳୀ ରହିଥିବାବେଳେ ପ୍ରତି ବୋତଳରେ ୩୫୦ ଭୋଟରଙ୍କ  ଆଙ୍ଗୁଠିରେ ଚିହ୍ନ ଲଗାଯାଇପାରିବ।

 

୨୦୦୯ ଲୋକସଭା ନିର୍ବାଚନରେ ୧୨ କୋଟି  ଟଙ୍କା କାଳୀ ବ୍ୟବହୃତ ହୋଇଥିବା ବେଳେ ୨୦୦୪ ତୁଳନାରେ ୨୦୧୯ ପାଇଁ ୪.୫ ଲକ୍ଷ ଅଧିକ  ବୋତଲ ମଗାଯାଇଛି। ସୂଚନାଯୋଗ୍ୟ, ୨୦୦୪ ପର୍ଯ୍ୟନ୍ତ ଭୋଟରଙ୍କ ଆଙ୍ଗୁଠିରେ ଗୋଟିଏ ବୁନ୍ଦା ଲଗାଯାଉଥିଲା କିନ୍ତୁ ଏହା ପରଠାରୁ ଭୋଟ ଦେଉଥିବା ଲୋକଙ୍କ ଆଙ୍ଗୁଳିରେ ଲାମ୍ବା ଗାର ଟଣା ଯାଉଛି।

ପଢନ୍ତୁ: ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଯବାନ ଶହୀଦ

Related posts

ମହାରାଷ୍ଟ୍ର ଔରଙ୍ଗାବାଦରେ ପାଣି ପାଇଁ ଗୋଷ୍ଠୀ ସଂଘର୍ଷ,ଜଣେ ମୃତ ୩୦ରୁ ଅଧିକ ଆହତ

ENO Beuro

ଓଡିଶା ସମେତ ୧୪ଟି ରାଜ୍ୟରେ ଝଡତୋଫାନ ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ !

ENO Beuro

ନାବାଳକକୁ ଅପହରଣ ପରେ ହତ୍ୟା,ଅଭିଯୁକ୍ତ ଅଟକ

ENO Beuro

Leave a Comment