POLITICALS

ଆସନ୍ତାକାଲି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ:ହରିପ୍ରସାଦ ବନାମ ହରିବଂଶ

ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ପି.ଜେ.କୁରିଏନଙ୍କ କାର୍ଯ୍ୟକାଳ ଗତ ୧ ତାରିଖରେ ଶେଷ ହେବା ପରେ ନୂଆ ଉପାଧ୍ୟକ୍ଷ ପଦ ପାଇଁ ୯ରେ ନିର୍ବାଚନ ହେବ । ଏହାକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଶାସକ ଏନଡିଏ ପକ୍ଷରୁ ଜେଡିୟୁ ଏମପି ହରିବଂଶ ନାରାୟଣ ସିଂଙ୍କୁ ଉପାଧ୍ୟକ୍ଷ ପ୍ରାର୍ଥୀ କରିବା ପରେ ବିରୋଧ ଦଳମାନଙ୍କ ପକ୍ଷରୁ ଏନସିପି ଏମପି ବନ୍ଦନା ଚଭନଙ୍କୁ ପ୍ରାର୍ଥୀ କରାଯାଇଛି । ତେବେ ରାଜ୍ୟସଭା ଅାସନ ଗଣିତ ଅନୁସାରେ ବିଜେଡି ଓ ଏଆଇଏଡିଏମକେ ଦଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ଏହି ଦୁଇ ଦଳକୁ ନିଜ ପକ୍ଷକୁ ଆଣିବାକୁ ଉଭୟ ପକ୍ଷ କସରତ ଆରମ୍ଭ କରିଛନ୍ତି।

ଏନ୍‌ଡିଏ ତରଫରୁ ଜେଡିୟୁର ହରିବଂଶ ନାରାୟଣ ସିଂହ ପ୍ରାର୍ଥୀ ହୋଇଛନ୍ତି। ସେ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଉପାଧ୍ୟକ୍ଷ ପଦ ପାଇଁ ହରିବଂଶ-ହରିପ୍ରସାଦ ମଧ୍ୟରେ ଟକ୍କର ହେବାର ସମ୍ଭାବନା ରହିଛି। ପ୍ରାର୍ଥିପତ୍ର ଦାଖଲ ପରେ ବି.କେ ହରିପ୍ରସାଦ କହିଛନ୍ତି,“ସମର୍ଥନ ପାଇଁ ଆମ ଦଳର ନେତାମାନେ ବିଜେଡି ସହ ଆଲୋଚନା କରୁଛନ୍ତି। ମୁଁ ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଭାବେ ନାମାଙ୍କନ କରିଛି।” ସେ ଜିତିବେ ବୋଲି ଦୃଢ଼ ଆଶା ରଖିଛନ୍ତି।

ଉଲ୍ଲେଖଯୋଗ୍ୟ,ଏହି ନିର୍ବାଚନରେ ବିଜେଡ଼ିର ଆଭିମୁଖ୍ୟ କ’ଣ ରହିବ ସେ ସଂପର୍କରେ ଦଳ ଆଜି ନିଷ୍ପତ୍ତି ନେବ। ତେବେ ଜେଡ଼ିୟୁ ସାଂସଦ ତଥା ବରିଷ୍ଠ ସାମ୍ବାଦିକ ରଘୁବଂଶ ନାରାୟଣ ସିଂହଙ୍କୁ ସମର୍ଥନ ଦେବାକୁ ବିଜେଡ଼ି ସୁପ୍ରିମଙ୍କ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର, ବିଜେପି ଅଧ୍ୟକ୍ଷ ଅମିତ ଶାହ ଓ ସ୍ୱରାଷ୍ଟମନ୍ତ୍ରୀ ରାଜନାଥ ସିଂହ ଅନୁରୋଧ କରିବା ପରେ ବିଜେଡ଼ି ଏନଡ଼ିଏ ପ୍ରାର୍ଥିଙ୍କ ଆଡ଼କୁ ଢଳୁଥିବା ନେଇ ଚର୍ଚ୍ଚା ଯୋର ଧରିଛି ।

deputy [object object] ଆସନ୍ତାକାଲି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ:ହରିପ୍ରସାଦ ବନାମ ହରିବଂଶ deputy

ଅନ୍ୟ ପକ୍ଷରେ ଏନସିପି ସାଂସଦ ବନ୍ଦନା ଚହ୍ୱାନଙ୍କୁ ସମର୍ଥନ କରିବା ପାଇଁ ଦଳର ମୁଖିଆ ଶରଦ ପାୱାର ନବୀନଙ୍କ ଠାରୁ ସମର୍ଥନ ଲୋଡ଼ିଥିବା ଜଣାଯାଇଛି । ଏବେ ବିଜେଡ଼ି ଉପରେ ସମସ୍ତଙ୍କ ନଜର କୈନ୍ଦ୍ରିଭୁତ ଥିବାବେଳେ ବିଜେଡ଼ି କାହାକୁ ଭୋଟ ଦେବ ସ୍ପଷ୍ଟ କରିନାହିଁ ।

 

 

ପଢନ୍ତୁ; ଲଘୁଚାପ ହେଲା ଅବପାତ:୧୧ରେ ଆଉ ଏକ ଲଘୁଚାପ

Related posts

ବିଜେଡ଼ିରୁ ଇସ୍ତଫା ଦେଲେ ହେମା ଗମାଙ୍ଗ !

ENO Beuro

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ଜି- ଜିନ୍ ପିଙ୍ଗଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା

ENO Beuro

ଆଜି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କୁମାରସ୍ୱାମୀ!

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More